ETV Bharat / politics

ସଂତୃପ୍ତଙ୍କ ନେଇ କୁହୁଳୁଛି ଅସନ୍ତୋଷ; ନବୀନଙ୍କୁ ପସନ୍ଦ ଅଣରାଜନୈତିକ ବ୍ୟକ୍ତି ! - Political Secretary Of Naveen - POLITICAL SECRETARY OF NAVEEN

Senior Journalist Akshaya Sahoo: ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ହୋଇଛନ୍ତି ସଂତୃପ୍ତ ମିଶ୍ର । ଯାହାକୁ ନେଇ ବିଜେଡି ଭିତରେ ରାଜନୀତି ସରଗରମ ହୋଇଛି । ତେବେ ଏନେଇ କ'ଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ଅଧିକ ପଢ଼ନ୍ତୁ

POLITICAL SECRETARY OF NAVEEN
POLITICAL SECRETARY OF NAVEEN (ETV Bharat Odisha)
author img

By ETV Bharat Odisha Team

Published : Jul 9, 2024, 9:01 PM IST

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ବିଧିବଦ୍ଧ ଭାବେ ନିଜର ରାଜନୈତିକ ସଚିବ ନିଯୁକ୍ତି କରିଛନ୍ତି । କର୍ପୋରେଟ ଜଗତ ଛାଡି ନିକଟରେ ରାଜନୀତିରେ ପ୍ରବେଶ କରିଥିବା ସଂତୃପ୍ତ ମିଶ୍ର ହୋଇଛନ୍ତି ନବୀନଙ୍କ ରାଜନୈତିକ ସଚିବ । ସଂତୃପ୍ତଙ୍କ ନିଯୁକ୍ତି ନେଇ ବିଜେଡି ମହଲରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଜଣେ ଅନଭିଜ୍ଞ ଓ ବିଫଳ ରାଜନେତାଙ୍କୁ ରିପୋର୍ଟ କରିବାକୁ ପଡିବ ବୋଲି ଅନୁଭବ କରି ଦଳର ବରିଷ୍ଠ ନେତାଙ୍କ ମହଲରେ ଭୃକୁଞ୍ଚଳ ସୃଷ୍ଟି ହୋଇଛି । ନବୀନଙ୍କ ଏହି ଅଣରାଜନୈତିକ ପ୍ରୀତିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

POLITICAL SECRETARY OF NAVEEN (ETV Bharat Odisha)

ଦେଶରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଗତ 24 ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ 2024ରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପରାଜୟର କାରଣ ଖୋଜା ଚାଲିଥିବାବେଳେ ଦଳର ସଂଗଠନରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି । ଯାହାକୁ ନେଇ ବିଜେଡି ଭିତରେ ରାଜନୀତି ସରଗରମ ହୋଇଛି । ସଂତୃପ୍ତଙ୍କ ନିଯୁକ୍ତି ନେଇ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ସଂତୃପ୍ତଙ୍କୁ ନବୀନଙ୍କ ରାଜନୈତିକ ସଚିବ ନିଯୁକ୍ତିର ପଛରେ ଭି.କେ ପାଣ୍ଡିଆନଙ୍କ ଗୋଟି ଚାଳନା ବୋଲି କୁହାଯାଉଛି । ସଂତୃପ୍ତଙ୍କ ଜରିଆରେ ପାଣ୍ଡିଆନ ହିଁ ଦଳର କମାଣ ଧରିବେ ବୋଲି କୁହାଯାଉଛି ।

ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜନୈତିକ ବ୍ୟକ୍ତି ନୁହେଁ ଅଣରାଜନୈତିକ ବ୍ୟକ୍ତି ବେଶୀ ପସନ୍ଦ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ଯେ, କିଛିଦିନ ପୂର୍ବରୁ ବିଜେଡିରେ ମିଶିଥିବା ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ମିଳିଛି । ସଂତୃପ୍ତ ମିଶ୍ର ହେଉଛନ୍ତି ଜଣେ ଜଣାଶୁଣା କର୍ପୋରେଟ ଲିଡ଼ର । ରାଜନୈତିକ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ବଦଳରେ ସଂତୃପ୍ତଙ୍କୁ ଏହି ଦାୟିତ୍ୱ ମିଳିଛି । ବିଜୁ ଜନତା ଦଳ ମଧ୍ୟରେ ଭୃକୁଞ୍ଚଳ ସୃଷ୍ଟି ହୋଇଛି । ନବୀନ ପଟ୍ଟନାୟକ ରାଜନୈତିକ ବ୍ୟକ୍ତିଙ୍କୁ ଯେତିକି ବିଶ୍ଵାସକୁ ନେବା କଥା ନେଇନାହାନ୍ତି । 2000ରୁ 2010 ମସିହା ପର୍ଯ୍ୟନ୍ତ ପୂର୍ବତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ତାଙ୍କର ସରକାର ଓ ଦଳରେ ବେଶ ପ୍ରଭାବ ରହିଥିଲା । ଉଭୟକୁ ସେ ଚଳାଉଥିଲେ ବୋଲି କହିଲେ ଭୁଲ ହେବ ନାହିଁ ।

ସେହିପରି ବ୍ୟକ୍ତିଗତ ସଚିବ ପରେ ମୁଖ୍ୟ ଶାସନ ସଚିବ ହୋଇଥିବା ବିଜୟ ପଟ୍ଟନାୟକ ବର୍ଷେ ଦୁଇ ବର୍ଷ ଏହି କାର୍ଯ୍ୟ କରିଥିଲେ । ପରେ 2024 ମସିହା ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ଭି.କେ ପଣ୍ଡିଆନ ଏହି ଦାୟିତ୍ୱ ତୁଲାଉ ଥିଲେ । ଏମାନେ ସମସ୍ତେ ପ୍ରଶାସକ ଥିଲେ । ବର୍ତ୍ତମାନ ଏହି ଦାୟିତ୍ୱ ବିଧିବଦ୍ଧ ଭାବେ ନେବେ ସଂତୃପ୍ତ ମିଶ୍ର । ଯିଏ ନିକଟରେ ରାଜନୀତିରେ ପ୍ରବେଶ କରିଛନ୍ତି । ରାଜନୀତିରେ ତାଙ୍କୁ ABCD ଜଣାନାହିଁ । କର୍ପୋରେଟ ଜଗତର ସେ ବଡ଼ ନାଁ ହୋଇପାରନ୍ତି । ଯେହେତୁ ସଂତୃପ୍ତ ରାଜନୈତିକ ସଚିବ ହୋଇଛନ୍ତି, ତାଙ୍କୁ ବିଜେଡି ନେତାଙ୍କୁ ରିପୋର୍ଟ କରିବାକୁ ପଡିବ । ବିଜେଡିରେ ନବୀନ ପଟ୍ଟନାୟକଙ୍କ ପରେ ଦ୍ଵିତୀୟ ଲୋକ ହେବେ । ତାଙ୍କ ମାଧ୍ୟମରେ ନବୀନ ପଟ୍ଟନାୟକ କାର୍ଯ୍ୟ କରିବେ । ଜଣେ ଅଣରାଜନୈତିକ ବ୍ୟକ୍ତି ଭାବେ ସଂତୃପ୍ତ ମିଶ୍ର ରାଜନେତାଙ୍କୁ ପରାମର୍ଶ ଦେଇପାରିବେ କି ? ଏହା ସନ୍ଦେହ ସୃଷ୍ଟି କରୁଛି ।
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ନବୀନ, କେମିତି ରହିବ ସଂଗଠନର ରୂପରେଖ ? - Organizational Restructure of BJD

ସଂତୃପ୍ତ ମିଶ୍ର ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ନିର୍ବାଚନ ଲଢ଼ିଲେ । ନିର୍ବାଚନୀ ସଫଳତା ହାସଲ କରିପାରିଲେ ନାହିଁ । ଜଣେ କର୍ପୋରେଟ ଲିଡ଼ର ଯିଏ ନିର୍ବାଚନ ରାଜନୀତିରେ ବିଫଳ ହୋଇଥିବା ବ୍ୟକ୍ତି । ଏଭଳି ବ୍ୟକ୍ତିଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଥିବାରୁ ଏହା ନେତା ଓ କର୍ମୀଙ୍କ ନିକଟକୁ ସକାରାତ୍ମକ ବାର୍ତ୍ତା ଯାଉନାହିଁ । ଦଳୀୟ ନେତା ଓ କର୍ମୀ ଏହାକୁ ଗ୍ରହଣ କରିପାରୁନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.