ETV Bharat / politics

ECIଙ୍କୁ ସିରଏଲ ନମ୍ବର ସହ ସବିସ୍ତୃତ ନିର୍ବାଚନୀ ବଣ୍ଡ ତଥ୍ୟ ଦେଲା SBI - SBI ELECTORAL BONDS - SBI ELECTORAL BONDS

SBI Submits All Details Of Poll Bonds With Serial Numbers To Election Body: ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡର ସବିସ୍ତୃତ ତଥ୍ୟ ଦେଲା SBI । ଅଧିକ ପଢନ୍ତୁ

ECIKକୁ ସିରଏଲ ନମ୍ବର ସହ ନିର୍ବାଚନୀ ବଣ୍ଡର ସବିସ୍ତୃତ ତଥ୍ୟ ଦେଲା SBI

author img

By ETV Bharat Odisha Team

Published : Mar 21, 2024, 4:10 PM IST

Updated : Mar 21, 2024, 5:07 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଭାରତୀୟ ଟେଷ୍ଟ ବ୍ୟାଙ୍କ(SBI) ଆଜି ନିର୍ବାଚନୀ ବଣ୍ଡ ସମ୍ପର୍କିତ ବିସ୍ତୃତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ଏଥିରେ ବଣ୍ଡର କ୍ରମିକ ସଂଖ୍ୟା ମଧ୍ୟ ରହିଛି । ଯାହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ସାନି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କେବଳ ନିର୍ଦ୍ଦିଷ୍ଟ ଚୟନାତ୍ମକ ନୁହେଁ ବରଂ ବଣ୍ଡର କ୍ରମିକ ସଂଖ୍ୟା ସହ ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଫଳରେ ଦାତା ଓ ଗ୍ରହୀତାଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ସହଜ ହୋଇପାରିବ । ନିର୍ବାଚନ କମିଶନଙ୍କୁ ତଥ୍ୟ ଦେବା ପରେ ଷ୍ଟେଟବ୍ୟାଙ୍କ ସର୍ବୋଚ୍ଚକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛି । ପ୍ରାପ୍ତ ଡାଟାକୁ ଖୁବଶୀଘ୍ର ନିର୍ବାଚନ ଆୟୋଗ ନିଜ ଅଫିସିଆଲ ସାଇଟରେ ଅପଲୋଡ ମଧ୍ୟ କରିବେ ।

ଷ୍ଟେଟବ୍ୟାଙ୍କ ଅଧ୍ୟକ୍ଷ ଦିନେଶ ଖାଡାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶଯାଇଛି, ' କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି । ବଣ୍ଡ କ୍ରୟ କରିଥିବା କ୍ରେତାଙ୍କ ନାମ, ବଣ୍ଡର ମୂଲ୍ୟ ଓ କ୍ରମିକ ସଂଖ୍ୟା, ଗ୍ରହଣ କରିଥିବା ରାଜନୈତିକ ଦଳ ଓ ସେମାନଙ୍କ ପାର୍ଟିର ବ୍ୟାଙ୍କ ଖାତାର ଶେଷ ଚାରି ଅଙ୍କ ମଧ୍ୟ ପ୍ରଦାନ କରାଯାଇଥିବା ଡାଟାରେ ଉଲ୍ଲେଖ ରହିଛି । କୋର୍ଟ ଯେପରି ତଥ୍ୟ ମାଗିଥିଲେ, ସେହି ନିର୍ଦ୍ଦେଶାନୁସାରେ, ସମସ୍ତ ତଥ୍ୟ ଦାଖଲ କରାଯାଇଛି । ଏବେ ଷ୍ଟେଟବ୍ୟାଙ୍କ ନିକଟରେ ବଣ୍ଡ ସମ୍ପର୍କିତ ଅନ୍ୟ କୌଣସି ତଥ୍ୟ ମହଜୁଦ ନାହିଁ । '

ପୂର୍ବରୁ ବଣ୍ଡ କ୍ରୟ କରିଥିବା ସଂସ୍ଥାଙ୍କ ନାମ ସହ ପରବର୍ତ୍ତୀ ପର୍ଯ୍ୟାୟରେ ବଣ୍ଡ ଏନକ୍ୟାସ୍ କରି ଅର୍ଥ ସଂଗ୍ରହ କରିଥିବା ରାଜନୈତିକ ଦଳର ତାଲିକା ମଧ୍ୟ ଷ୍ଟେଟବ୍ୟାଙ୍କ ପ୍ରଦାନ କରିଥିଲା । ମାତ୍ର 18 ତାରିଖରେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟାରେ ସନ୍ତୋଷ ପ୍ରକାଶ କରିନଥିଲେ । କେବଳ ନିର୍ଦ୍ଦିଷ୍ଟ ବଣ୍ଡ ନୁହେଁ ସମସ୍ତ ବଣ୍ଡ ଓ ସେଗୁଡିର କ୍ରମିକ ସଂଖ୍ୟା ମଧ୍ୟ ଦାଖଲ କରିବାକୁ କହିଥିଲେ । ଦୁଇ ଦିନ ମଧ୍ୟରେ ଏସବିଆଇ ଏହି ପୁରା ପ୍ରକ୍ରିୟା ଶେଷ କରି କୋର୍ଟରେ ସତ୍ୟପାଠ ଦାଖଲ କରିଛି ।

ଏହା ମଧ୍ୟ ପଢନ୍ତୁ :- ବିକଶିତ ଭାରତ ମେସେଜ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ECI ON VIKSIT BHARAT MESSAGE

ସୁପ୍ରିମକୋର୍ଟ ଏହି ବଣ୍ଡ ଯୋଜନାକୁ ରଦ୍ଦ କରିବା ପରଠାରୁ ଷ୍ଟେଟବ୍ୟାଙ୍କ ଚର୍ଚ୍ଚାରେ ରହିଛି । କାରଣ ଏହି ବଣ୍ଡ ବିକ୍ରି କରିବା ପାଇଁ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ହିଁ ଅଧିକୃତ କରାଯାଇଥିଲା । ଏହି ତଥ୍ୟ ଦାଖଲ ପାଇଁ ଜୁନ 30 ତାରିଖ ପର୍ଯ୍ୟନ୍ତ ସମୟ ମାଗି ସୁପ୍ରମକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ଷ୍ଟେଟ ବ୍ୟାଙ୍କକୁ କୌଣସି ଆଶ୍ବସ୍ତି ମିଳିନଥିଲା । ସମୟ ସୀମା ବୃଦ୍ଧି ଆବେଦନକୁ କୋର୍ଟ ଖାରଜ କରିବା ପୂର୍ବ ନିର୍ଦ୍ଦେଶିତ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଥିଲେ । ପରବର୍ତ୍ତୀ ସମୟରେ ଏକାଧିକ ପର୍ଯ୍ୟାୟରେ ତଥ୍ୟ ଦେଇଥିବା ଷ୍ଟେଟବ୍ୟାଙ୍କ ଆଜି ବିସ୍ତୃତ ଓ ଚୂଡାନ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିଥିବା କୋର୍ଟରେ ସ୍ପଷ୍ଟ କରିଛି ।

ଏହା ମଧ୍ଯ ପଢ଼ନ୍ତୁ...ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI, ବିଜେପି ପାଇଛି ସର୍ବାଧିକ 6,987 କୋଟି

ଏହା ମଧ୍ଯ ପଢ଼ନ୍ତୁ... ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟବ୍ୟାଙ୍କକୁ 'ସୁପ୍ରିମ' ନିର୍ଦ୍ଦେଶ; 'ଚୟନାତ୍ମକ ନୁହେଁ, ସଂପୂର୍ଣ୍ଣ ତଥ୍ୟ ସାର୍ବଜନୀନ କର'

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2024, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.