ETV Bharat / politics

ନୂଆ ବ୍ୟାଟରଙ୍କ ପରି ମୁଁ ବି ଛକା ଚୌକା ବର୍ଷା କରିବି: ସଂତୃପ୍ତ ମିଶ୍ର - Santrupta vs Bhartruhari

author img

By ETV Bharat Odisha Team

Published : Mar 31, 2024, 7:16 PM IST

Santrupta Mishra's Reaction Over Loksabha Fight: କଟକ ଲୋକସଭା ଆସନରେ ହେବାକୁ ଯାଉଛି ବିଗ୍ ଫାଇଟ୍ । ଭର୍ତ୍ତୃହରିଙ୍କ ବିପକ୍ଷରେ ଲଢିବେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ରାଜନୀତିରେ ସେ ନବାଗତ ହୋଇଥିଲେ ବି ନୂଆ ବ୍ୟାଟରଙ୍କ ପରି ଛକା ଚୌକା ବର୍ଷା କରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଅଧିକ ପଢନ୍ତୁ

Santrupta vs Bhartruhari
Santrupta vs Bhartruhari

ନୂଆ ବ୍ୟାଟରଙ୍କ ପରି ମୁଁ ବି ଛକା ଚୌକା ବର୍ଷା କରିବି: ସଂତୃପ୍ତ ମିଶ୍ର

କଟକ: ନିର୍ବାଚନ ପୂର୍ବରୁ ସରଗରମ କଟକ ସଂସଦୀୟ କ୍ଷେତ୍ର । ବିଜେଡି ଆସନରୁ ପାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ସେ ବିଜେପି ଲୋକସଭା ପାର୍ଥି ତଥା ହେଭିୱେଟ ଭର୍ତ୍ତୃହରି ମହତାବଙ୍କୁ ବିପକ୍ଷରେ ନିର୍ବାଚନ ଲଢିବେ । ଭର୍ତ୍ତହରିଙ୍କୁ ଟାର୍ଗେଟ୍ କରି ସଂତୃପ୍ତ କହିଛନ୍ତି, "କ୍ରିକେଟ ଖେଳରେ ଯେପରି ଜଣେ ଅଭିଜ୍ଞ ବୋଲରକୁ ନୂଆ ବ୍ୟାଟ୍ସମ୍ୟାନ ମାରିବାରେ ସଂକୋଚ ପ୍ରକାଶ ନକରି କେବଳ ଛକା, ଚୌକା ବର୍ଷା କରେ । ସେହିପରି କଟକରେ ଏଭିଳି ଢ଼ଙ୍ଗରେ କିଛି ଦୃଶ୍ୟ ଦେଖିବାକୁ ମିଳିବ ।" ନିର୍ବାଚନକୁ ଆଉ ଗୋଟିଏ ମାସ ବାକି ରହିଥିବାବେଳେ ଏହାପୂର୍ବରୁ କଟକର ସମସ୍ତ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଭେଟିବା ସବୁଠୁ ଗୁରୁତ୍ବପୂର୍ଣ୍ଣ କାମ । ତେଣୁ ଏହାକୁ କିପରି ଶୀଘ୍ର କରାଯିବ ତାହା ଉପରେ ନଜର ରହିଥିବା କହିଛନ୍ତି ସଂତୃପ୍ତ ।

ବିଜେଡିରୁ ଟିକେଟ ପାଇବା ପରେ ଆଜି କଟକରେ ବିଜେଡି ଲୋକସଭା ପାର୍ଥି ସନ୍ତୃପ୍ତ ମିଶ୍ରଙ୍କ ବୈଠକ ଆରମ୍ଭ ହୋଇଛି । ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ଟିକେଟ ପାଇବା ପରେ ଏବେ ବେଶ ସକ୍ରିୟ ହୋଇପଡ଼ିଛନ୍ତି ସଂତୃପ୍ତ । ଯୁବ ଓ ବରିଷ୍ଠ କର୍ମୀମାନଙ୍କ ସହ ସେ ଆଲୋଚନା କରିଛନ୍ତି । କିଭଳି ନିର୍ବାଚନରେ ବିଜେଡି ବାଜିମାତ କରିବ ଓ ସହରର ବିକାଶର ଧାରା ଦ୍ବିଗୁଣିତ ହେବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଦଳ ମୋ ପାଇଁ ନୂଆ ନୁହେଁ, କି ଚିହ୍ନ ମୋ ପାଇଁ ନୂଆ ନୁହେଁ: ଭର୍ତ୍ତୃହରି ମହତାବ - Bhartruhari Mahtab Reaction

ଏହା ମଧ୍ୟ ପଢନ୍ତୁ...କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ସଂତୃପ୍ତ ମିଶ୍ର, ଦଳୀୟ କ୍ୟାମ୍ପରେ ଉତ୍ସାହ - Cuttack Lok Sabha Constituency

ଅନ୍ୟପଟେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ । ବିମାନବନ୍ଦରକୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଏକ ଗ୍ରାଣ୍ଡ ରୋଡ୍ ଶୋ' ମାଧ୍ୟମରେ ଭର୍ତ୍ତୃହରି ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ତେବେ କଟକରେ ମଧ୍ୟ ଏକ ବଡ଼ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହା ପୂର୍ବରୁ କଟକରେ ବୈଠକ କରି ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ । ପ୍ରଥମ ବୈଠକରେ ବାରବାଟୀ ଯୁବ ଛାତ୍ର ବିଜେଡିଙ୍କୁ ଏକାଠି କରାଯାଇଥିବା ଦେଖିବାକୁ ମିଳିଛି । ସଂସଦୀୟ କ୍ଷେତ୍ରର ପାର୍ଥୀଙ୍କ ପ୍ରଚାର ପ୍ରସାର ଓ ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.