ETV Bharat / politics

ଦେବଗଡ଼ରେ ବିଜେପିର ଶକ୍ତି ପ୍ରଦର୍ଶନ, ବିଶାଳ ରୋଡ଼ ସୋ'ରେ ଯୋଗଦେଲେ ଧର୍ମେନ୍ଦ୍ର - General Election 2024 - GENERAL ELECTION 2024

Dharmendra Pradhan Campaign at Deogarh: ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର ଆରମ୍ଭ କଲେ ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ରୋଡ ସୋ' କରି ଶକ୍ତି ପ୍ରଦର୍ଶନ କଲା ବିଜେପି । ଅଧିକ ପଢ଼ନ୍ତୁ

Dharmendra Pradhan Campaign at Deogarh
Dharmendra Pradhan Campaign at Deogarh
author img

By ETV Bharat Odisha Team

Published : Apr 7, 2024, 10:13 PM IST

Dharmendra Pradhan Campaign at Deogarh

ଦେବଗଡ଼: ଦେବଗଡ଼ ବିଧାନସଭା କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଜାର ହଜାର ସମର୍ଥକଙ୍କ ଗହଣରେ ଅଭୂତପୂର୍ବ ରୋଡ୍‌ ସୋ' କରି ନଗର ପରିକ୍ରମା କରିବା ସହ ନିକ୍ତିମାଳସ୍ଥିତ ବାବା ସିଦ୍ଧେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ସାଧାରଣ ସଭାରେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ନିଜ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଆଜି ପୂର୍ବାହ୍ନରେ ଧର୍ମେନ୍ଦ୍ର ଦେବଗଡ଼ ବିଜେପି କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ ନିର୍ବାଚନରେ ଗଡ଼ ଦଖଲ ପାଇଁ ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ । ବୈଠକ ପରେ ବିଜେପି କାର୍ଯ୍ୟାଳୟଠାରୁ ଦଳୀୟ କର୍ମୀମାନେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ନିକ୍ତିମାଲସ୍ଥିତ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାରେ ଯୋଗଦେଇ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି । ଧର୍ମେନ୍ଦ୍ର ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଥିବା କହିବା ସହ ଗତଥର ଭଳି ଏଥର ମଧ୍ୟ ଦେବଗଡ଼ ଜିଲ୍ଲାରେ ଡବଲ ଇଞ୍ଜିନ ସରକାରକୁ ସମର୍ଥନ କରିବାକୁ ଆହ୍ବାନ ଦେଇଥିଲେ । ସେହିପରି ଗତ ୧୦ ବର୍ଷରେ କେନ୍ଦ୍ର ସରକାର ଦେବଗଡ଼ ଜିଲ୍ଲାକୁ ୨୨ ଶହ କୋଟି ଟଙ୍କା ଦେଇଥିବାର ହିସାବ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ - PRANAB VS DHARMENDRA

ସାଧାରଣ ସଭା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସିଦ୍ଧେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ସାଧାରଣ ସଭାରେ ଯୋଗ ଦେଇଥିଲେ । ସିଦ୍ଧେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଯୋଗେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ, ରୋହିତ ଗଙ୍ଗଦେବ, ବିଜେପିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ମାଧବୀ ଦେବୀଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.