ETV Bharat / politics

ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା, ସୁଜିତଙ୍କ ଟିକଟ କାଟି ଉମାବଲ୍ଲଭଙ୍କ ପ୍ରାର୍ଥିତ୍ବକୁ ବିରୋଧ - Congress Candidate Change - CONGRESS CANDIDATE CHANGE

Congress Candidate Change: ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଯାହାକୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Congress Candidate Change
Congress Candidate Change (Etv Bharat Odisha)
author img

By ETV Bharat Odisha Team

Published : May 5, 2024, 4:43 PM IST

Updated : May 5, 2024, 4:53 PM IST

Congress Candidate Change (Etv Bharat Odisha)

ପୁରୀ: ପ୍ରାର୍ଥୀ ପରିବର୍ତ୍ତନ ପରେ ଜୋରଦାର ହଙ୍ଗାମା । ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ପରେ କଂଗ୍ରେସ ଶିବିରରେ ବିରୋଧାଭାସ ତେଜିଛି । ଏନେଇ ଅସନ୍ତୁଷ୍ଟ କର୍ମୀମାନେ ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସୂଚନା ଅନୁସାର, ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ରଙ୍କ ଟିକଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକଟ ପ୍ରଦାନ କରାଯାଇଛି । କଂଗ୍ରେସର କିଛି ଶୀର୍ଷ ନେତା ଚଞ୍ଚକତା କରି ଯୁବନେତା ସୁଜିତ ମହାପାତ୍ରଙ୍କ ଟିକଟ କାଟି ଦେଇଥିବା ଅଭିଯୋଗ ଆଣି ହୋହଲ୍ଲା ଓ ନାରାବାଜି କରିଛନ୍ତି ସୁଜିତଙ୍କ ସମର୍ଥକ ।

ଏହାକୁ ନେଇ ଅସନ୍ତୋଷ ଥିବା କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ସମର୍ଥକଙ୍କ ଅଭିଯୋଗ ଅନୁସାରେ, "କଂଗ୍ରେସର କିଛି ଶୀର୍ଷ ନେତା ଚଞ୍ଚକତା କରି ଯୁବନେତା ସୁଜିତ ମହାପାତ୍ରଙ୍କ ଟିକଟ କାଟି ଦେଇଛନ୍ତି। ଏହାଦ୍ବାରା ଯୁବ କଂଗ୍ରେସ କର୍ମୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ସୁଜିତ ମହାପାତ୍ର ପ୍ରାର୍ଥୀ ହେବା ପୁରୀରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଥିଲା । ଆଗାମୀ ନିର୍ବାଚନରେ ଜୋରଦାର ଲଢେଇ ପାଇଁ ସବୁ ନେତା ଓ କର୍ମୀ ପ୍ରସ୍ତୁତ ରହିଥିଲେ । ସୁଜିତ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ହେଲେ କଂଗ୍ରେସର କିଛି ସ୍ବାର୍ଥବାଦୀ ନେତା ସୁଜିତଙ୍କ ଟିକଟ କାଟି ଜନସମର୍ଥନ ନଥିବା ଏବଂ କଂଗ୍ରେସ କର୍ମକର୍ତ୍ତାଙ୍କ ସହ କୌଣସି ସମ୍ପର୍କ ନଥିବା ଉମାବଲ୍ଲଭ ରଥଙ୍କୁ ଟିକଟ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ପୁରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର - Sujit Mohapatra File Nomination

ଏହା ମଧ୍ୟ ପଢନ୍ତୁ...ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଜୟ ନାରାୟଣ, ଟିକଟ ଫେରାଇଥିଲେ ସୁଚରିତା - Lok Sabha Election 2024

"ଏହାଦ୍ବାରା ପୁରୀରେ କଂଗ୍ରେସ ଦଳର ବ୍ୟାପକ କ୍ଷତି ହେବା ସହ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ କରିବ" ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି । ତେବେ ଏହି ଘଟଣାକୁ ପ୍ରତିବାଦ କରି କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ । ସେପଟେ ଗତକାଲି (ଶନିବାର) ସୁଜିତ ମହାପାତ୍ର ପୁରୀ ବିଧାନସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ୨୪ ଘଣ୍ଟା ନପୁରୁଣୁ ତାଙ୍କ ଟିକଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : May 5, 2024, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.