ETV Bharat / politics

ଖଡିଆଳରୁ ସ୍ବାଧୀନ ଭାବେ ଲଢିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ - ଖଡ଼ିଆଳ ନିର୍ବାଚନ ମଣ୍ଡଳୀ

Retired Income Tax Commissioner : ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଏବେଠୁ ଲାଗିଲାଣି ନିର୍ବାଚନ ତାତି । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଅଧିକ ପଢନ୍ତୁ

ଖଡି଼ଆଳରୁ ସ୍ବାଧୀନ ଲଢିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ

author img

By ETV Bharat Odisha Team

Published : Mar 3, 2024, 10:27 PM IST

ଖଡି଼ଆଳରୁ ସ୍ବାଧୀନ ଲଢିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ

ନୂଆପଡା: ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏବେ ଠାରୁ ନୂଆପଡାରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଖାସ୍ କରି ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଏବେଠୁ ଲାଗିଲାଣି ନିର୍ବାଚନ ତାତି । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଏ ନେଇ ଅଗ୍ରସେନ ଭବନରେ ଏକ ସଭା ଆୟୋଜନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଲୋକଙ୍କୁ ମଦ ମାଂସ ଟଙ୍କାର ପ୍ରଲୋଭନ ଦେଖାଇ ନିର୍ଵାଚନ ରଣକ୍ଷେତ୍ରରେ ନିର୍ବାଚନ ବିଜୟୀ ହେଉଛନ୍ତି ନେତା , ଯାହାଫଳରେ ଅସତ୍ୟ ଅଧର୍ମର ବିଜୟ ହେଉଛି ।

ପରବର୍ତ୍ତୀ ସମୟରେ ଅନୈତିକ କାମରେ ନିଜକୁ ସାମିଲ କରି ସରକାରୀ ଯୋଜନା ଅର୍ଥକୁ ଲୁଣ୍ଠନ କରି ନେତାଏ ବେଆଇନ ସମ୍ପତ୍ତି ଠୁଳ କରି ଚାଲିଥିବା ଶ୍ରୀକାନ୍ତ ଚାଟାର୍ଜୀ ଅଭିଯୋଗ ଆଣିଛନ୍ତି । ଫଳରେ ସାଧାରଣ ଭୋଟର ସରକାରୀ ଯୋଜନାର ସୁଫଳ ପାଇବା ପରିବର୍ତ୍ତେ ଶୋଷଣର ଶିକାର ହେଉଛନ୍ତି । ପ୍ରବଳ ଟଙ୍କା ଖର୍ଚ କରି ବିଜୟୀ ହୋଇଥିବା ନେତା ଅଞ୍ଚଳରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଭଳି ମୌଳିକ ଅଧିକାର ଯୋଗାଇବାରେ ମନ ବଳାଉ ନାହାନ୍ତି । କେବଳ ଟଙ୍କା ରୋଜଗାର କରି ଅଧର୍ମ ଅସତ୍ୟ ପଥରେ ନିର୍ବାଚନ ବିଜୟୀ ହେଉଥିବା ନେତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିବା କହିଛନ୍ତି ପୂର୍ବତନ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ।

ଏହା ମଧ୍ୟ ପଢନ୍ତୁ... ବିଜେପିର ବଡ଼ ମିଶ୍ରଣ ପର୍ବ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲିଙ୍କ ସମେତ ବହୁ ହେଭିୱେଟ୍‌

ଏଭଳି ବିଚାର ଧାରାକୁ ପରିବର୍ତ୍ତନ କରିବା ସମୟ ଆସିଯାଇଛି। ଯଦି ପରିବର୍ତ୍ତନ ନ କଲେ ସୁସ୍ଥ ସମାଜ ରୁଗ୍ଣ ସମାଜ ରେ ପରିଣତ ହୋଇଯିବ ବୋଲି ଖଡ଼ିଆଳ ଠାରେ ଏକ ବୁଦ୍ଧିଜୀବୀ ସଭାରେ ବୁଝାଇ ଜନମତ ଲୋଡିଛନ୍ତି । ମାଆ ମାଟି ର ସମ୍ମାନ ବଞ୍ଚାଇବାନେଇ ଜଣେ ଯୋଗ୍ୟ ସନ୍ତାନ ଭାବରେ ଆଗକୁ ଗୋଟିଏ ପାଦ ଆସି 2024 ସାଧାରଣ ନିର୍ବାଚନ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ରୂପେ ନିଜକୁ ଘୋଷଣା କରିଛନ୍ତି । ଶ୍ରୀକାନ୍ତ କହିଛନ୍ତି, "ନିର୍ବାଚନକୁ ସ୍ବଚ୍ଛ କରିବାକୁ ପଡିବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛି । ଖଡିଆଳରେ ନିଶ୍ଚିନ୍ତ ଭାବେ ନୀରବ ପରିବର୍ତ୍ତନ ଆସିବ ।" ସତ୍ୟ ଧର୍ମ ପଥେ ନିର୍ବାଚନ ମୈଦାନରେ ଅବତରଣ କରି ବିରୋଧୀଙ୍କୁ କଡା ଟକ୍କର ଦେବେ ବୋଲି ଶ୍ରୀକାନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.