ETV Bharat / politics

ସୁରଦାଙ୍କୁ ଟିକଟ ପରେ ବାଲିଗୁଡା କଂଗ୍ରେସରେ ଫାଟ; ଆଶାୟୀ କହିଲେ ପ୍ରାର୍ଥୀ ବଦଳାଅ ନହେଲେ ହାରିବ - Odisha Assembly Election 2024 - ODISHA ASSEMBLY ELECTION 2024

Rebellion in Congress: ବାଲିଗୁଡା ବିଧାନସଭା ସିଟ୍ ପାଇଁ ସୁରଦା ପ୍ରଧାନଙ୍କୁ ଟିକଟ ମିଳିବା ପରେ କଂଗ୍ରେସରେ ବିଦ୍ରୋହ । ତୁରନ୍ତ ପ୍ରାର୍ଥୀ ବଦଳାଅ ନଚେତ୍ ବାଲିଗୁଡାରେ କଂଗ୍ରେସ ହାରିବ ବୋଲି ଚେତାବନୀ ଦେଲେ ଅଶାୟୀ ପ୍ରାର୍ଥୀଙ୍କ ସମର୍ଥକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 11, 2024, 8:07 AM IST

ବାଲିଗୁଡା କଂଗ୍ରେସରେ ଫାଟ

ଫୁଲବାଣୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ପାଇଁ ଚିନ୍ତା ବଢାଉଛନ୍ତି ଆଶାୟୀ । ଟିକଟ କଟିବା ପରେ ଆଶାୟୀ ପ୍ରାର୍ଥୀଙ୍କ ବିଦ୍ରୋହ ଦଳଗୁଡିକୁ ଅଡୁଆରେ ପକାଇଛି । ଏବେ ସମାନ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ । କଂଗ୍ରେସ ଏଠି ସୁରଦା ପ୍ରଧାନଙ୍କୁ ଟିକଟ ଦେବା ପରେ ବର୍ତ୍ତମାନ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି । କଂଗ୍ରେସ ଯେଉଁ ପ୍ରାର୍ଥୀ ଚୟନ କରିଛି, ତାଙ୍କୁ ଦଳର ଅନ୍ୟ ଆଶାୟୀମାନେ ତୀବ୍ର ବିରୋଧ କରୁଛନ୍ତି । ଏମିତିକି ତୁରନ୍ତ ପ୍ରାର୍ଥୀ ବଦଳାଅ, ନଚେତ୍ ବାଲିଗୁଡାରେ କଂଗ୍ରେସ ହାରିବ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀଙ୍କ ସମର୍ଥକ । ଯାହାକୁ ନେଇ ମଙ୍ଗଳବାର ବାଲିଗୁଡା କଂଗ୍ରେସ ଭବନରେ ସୁରଦା ପ୍ରଧାନଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀର କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।

କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀକୁ ଦଳର ଅନ୍ୟ ଅଶାୟୀମାନେ ଖୋଲାଖୋଲି ବିରୋଧ କରିବା ପରେ ଏବେ ବାଲିଗୁଡା କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି । କାହିଁକି ଓ କେଉଁ କାରଣରୁ ଦଳର ଅନ୍ୟ ଏକ ଗୋଷ୍ଠୀ ସୁରଦା ପ୍ରଧାନଙ୍କୁ ବିରୋଧ କରୁଛନ୍ତି, ତା'ର କାରଣ ଜାଣିବା ଲାଗି ମଙ୍ଗଳବାର ଦିନ ବାଲିଗୁଡାରେ ପହଞ୍ଚିଥିଲେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ । ସେ କଂଗ୍ରେସର ସ୍ଥାନୀୟ ନେତା ଓ କର୍ମୀଙ୍କ ମତାମତ ସଂଗ୍ରହ କରିବା ସମୟରେ ସୁରଦା ପ୍ରଧାନଙ୍କ ସମର୍ଥକ ଓ ଅନ୍ୟ ଅଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ ବୈଠକ ଅଧାରୁ ଉଠି ପଳାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅପରାଜିତାଙ୍କ ବିରୋଧରେ ଥମୁନି ଦଳୀୟ କର୍ମୀଙ୍କ ଅସନ୍ତୋଷ - PROTEST AGAINST APARAJITA SARANGI

କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନଙ୍କୁ ହଟାଇ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଉ ବୋଲି କିଛି ସ୍ଥାନୀୟ ନେତା ଦାବି କରୁଥିବା ବେଳେ ସୁରଦା ପ୍ରଧାନଙ୍କ ସମର୍ଥକମାନେ କିନ୍ତୁ ଦଳ ଯାହାକୁ ଟିକେଟ ଦେଇଛି ସେ ହିଁ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ଅନ୍ୟପଟେ ଏହି ଗୋଷ୍ଠୀ କନ୍ଦଳ ଏବଂ ଆଶାୟୀଙ୍କ ପ୍ରାର୍ଥୀ ବଦଳ ଦାବି ଉପରେ ପର୍ଯ୍ୟବେକ୍ଷକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.