ETV Bharat / politics

‘ନିର୍ବାଚନକୁ ଦୃଷ୍ଟିରେ ରଖି ଧୂଆଁବାଣ ନୁହେଁ ଲୋକାଭିମୁଖୀ ବଜେଟ ଆଣନ୍ତୁ ସରକାର’

author img

By ETV Bharat Odisha Team

Published : Jan 20, 2024, 1:17 PM IST

Budget Session 2024: ବଜେଟ ଅଧିବେଶନରେ ବିଭିନ୍ନ ମୁଦ୍ଦା ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧିଙ୍କର ପ୍ରସ୍ତୁତି ଜୋରଦାର । ସେପଟେ ବିଜେଡି କହିଲା ଫେସ ଭ୍ୟାଲୁ ବଢ଼ାଇବା ପାଇଁ ଅନେକ କଥା କହିବେ ବିରୋଧୀ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ
ବଜେଟ ଅଧିବେଶନ
ନିର୍ବାଚନକୁ ଦୃଷ୍ଟିରେ ରଖି ଧୂଆଁବାଣ ନୁହେଁ ଲୋକାଭିମୁଖୀ ବଜେଟ ଆଣନ୍ତୁ ସରକାର

ଭୁବନେଶ୍ୱର: ଫେବ୍ରୁଆରୀ 5ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ଵଳ୍ପ କାଳୀନ ଅଧିବେଶନ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ସରକାରଙ୍କୁ ଘେରିବା ଲାଗି ସୁଯୋଗ ହାତ ଛଡା ନକରିବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । ନିର୍ବାଚନକୁ ଦୃଷ୍ଟିରେ ରଖି ଧୂଆଁବାଣ ନୁହେଁ ଲୋକାଭିମୁଖୀ ବଜେଟ (ଅତିରିକ୍ତ ବଜେଟ) ସରକାର ଆଣନ୍ତୁ ବୋଲି ବିରୋଧୀ ଦାବି ରଖିଛନ୍ତି । ସେପଟେ ବିଜେଡି କହିଛି, "ଫେସ ଭ୍ୟାଲୁ ବଢ଼ାଇବା ପାଇଁ ଅନେକ କଥା କହିବେ ବିରୋଧୀ । କିନ୍ତୁ ବିଧାନସଭା ସୁରୁଖୁରୁରେ ଚଳାଇବା ବିଜେଡିର ଦାୟିତ୍ଵ ।"

ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, "5 ଫେବ୍ରୁଆରୀରୁ 13 ତାରିଖ ଯାଏ 7 ଦିନ ପାଇଁ ବସିବ ବିଧାନସଭା । ଏଥିରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଯେଉଁଭଳି ଭାବେ ସରକାର ନିକଟରେ ଅର୍ପଣ ରଥ ନାଁ'ରେ ପ୍ରତ୍ୟେକ ପଞ୍ଚାୟତକୁ 2 ଲକ୍ଷ ଟଙ୍କା ଦେଇ ସରକାରୀ ପଇସାକୁ ନିଜର ଦଳୀୟ ପାଣ୍ଠି ଭାବେ ବ୍ୟବହାର କରିଛନ୍ତି । ସେଭଳି ଅତିରିକ୍ତ ବଜେଟକୁ ସମସ୍ତ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହେବା ପରି ବଜେଟ କରନ୍ତୁ । ତାକୁ ଦଳୀୟ ପାଣ୍ଠି ଭଳି ବ୍ୟବହାର ନ କରନ୍ତୁ ।"

ଏହାମଧ୍ୟ ପଢନ୍ତୁ.. ଫେବ୍ରୁଆରୀ ୫ରୁ ବିଧାନସଭା ବଜେଟ ଅଧିବେଶନ, ୮ରେ କାମଚଳା ବଜେଟ

ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, "ଷୋଡଶ ଅଧିବେଶନର ଶେଷ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ ଅଛି । 8 ତାରିଖରେ କାମଚଳା ବଜେଟ ଆଗତ ହେବ । ଚାଷୀର ଧାନ କ୍ରୟ, ବେକାରୀ ସମସ୍ୟା ଭଳି ବିଭିନ୍ନ ବଡ ବଡ ପ୍ରସଙ୍ଗ ରହିଛି ତାହାକୁ ଉଠାଯିବ । ଯେହେତୁ ଏଇଟା ଶେଷ ଓ ସ୍ୱଳ୍ପ ଦିନିଆ ଅଧିବେଶନ ତେଣୁ ଆମେ ପ୍ରତ୍ୟେକ ପ୍ରସଙ୍ଗ ଉଠେଇବାକୁ ଚେଷ୍ଟା କରିବୁ । ସରକାର ଗୋଟେ ଭଲ ବଜେଟ ଆଣନ୍ତୁ । କେବଳ ନିର୍ବାଚନକୁ ଆଖିରେ ରଖି ଯଦି ବଜେଟ ଆଣିବେ, ତାହାଲେ ଲୋକଙ୍କ ସ୍ୱାର୍ଥ ସାଧନ ହୋଇପାରିବ ନାହିଁ । ବହୁତ ଆଶା ଅଛି ଯେମିତି ଲୋକାଭିମୁଖୀ ବଜେଟ ହେବ, ସେ ପ୍ରତି ଦୃଷ୍ଟି ଦିଅନ୍ତୁ । ନିର୍ବାଚନ ଦୃଷ୍ଟିରୁ ବଜେଟରେ ଧୂଆଁ ବାଣ ଛାଡିଲେ ସେଇଟା କିଛି ଲାଭ ଦେବନାହିଁ ।"

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "କାମଚଳା ବଜେଟ ଆସିବା ପାଇଁ ଏହା ହେଉଛି ଶେଷ ବିଧାନସଭା ଅଧିବେଶନ । ଏହା ହେଉଛି ନିର୍ବାଚନ ପୂର୍ବରୁ ଶେଷ ବିଧାନସଭା । ଫେବ୍ରୁଆରି 5 ରୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଚାଲିବ । 7ଟି କାର୍ଯ୍ୟ ଦିବସ ଥିବାବେଳେ 8 ତାରିଖରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବେ । ଆମ ସରକାର ସବୁ ଥିରେ ସ୍ୱାଭାବିକ ଭାବେ ଗରିବ କଲ୍ୟାଣୀ ଯୋଜନା ଥିବା ବଜେଟ ଆଣିଛନ୍ତି । ସେଥିରେ ବିରୋଧୀ ଦଳ ମାନଙ୍କର କୌଣସି ପ୍ରସଙ୍ଗ ଆସେ ନାହିଁ । ଆମ ଆଶା ଭଲ କାମଚଳା ବଜେଟ ଆସିବ । ଯେତେ ଯୋଜନା ଆରମ୍ଭ ହୋଇଛି ତାହା ସହ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ପାଇଁ ଅର୍ଥ ରହିବ । ନିର୍ବାଚନ ସମୟ ଥିବାରୁ ଅପରସଙ୍ଗକୁ ଆଣି ଦଳର ପ୍ରଚାର ପ୍ରସାର କରିବେ ବିରୋଧୀ । ଫେସ ଭ୍ୟାଲୁ ବଢ଼ାଇବା ପାଇଁ ସେମାନେ ଅନେକ କହିବେ । କିନ୍ତୁ ବିଧାନସଭା ସୁରୁଖୁରୁ ଚଳାଇବା ବିଜେଡିର ଦାୟିତ୍ଵ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.