ETV Bharat / politics

ସ୍ପଷ୍ଟୀକରଣ ପରେ ବି ହଟିନି ମେଣ୍ଟ ଦ୍ବନ୍ଦ୍ବ, ରାଜନୀତି ସମୀକ୍ଷକ କହିଲେ 'ପୂର୍ବ ଭଳି କେନ୍ଦ୍ରକୁ ମିଳିବ ବିଜେଡିର ସମର୍ଥନ' - no alliance in odisha - NO ALLIANCE IN ODISHA

Reaction Of Political Analyst After Alliance Denied: ମେଣ୍ଟ ନକରି ଦୁଇ ଦଳ 21 ଲୋକସଭା ଓ 147 ବିଧାନସଭା ଏକାକୀ ଲଢ଼ିବେ । ହେଲେ ବିଜେଡି ଗତ 10 ବର୍ଷ ଭଳି ମୋଦି ସରକାରଙ୍କୁ କେନ୍ଦ୍ରରେ ସମର୍ଥନ କରିବ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

Odisha Politics
Odisha Politics
author img

By ETV Bharat Odisha Team

Published : Mar 23, 2024, 6:48 PM IST

Odisha Politics

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଓ ବିଜେପି ଏକାଠି ନୁହେଁ, ଏକାକୀ ନିର୍ବାଚନ ଲଢ଼ିବେ । ଲୋକସଭାରେ 21 ଓ ବିଧାନସଭାରେ 147 ଆସନ ପାଇଁ ଉଭୟ ଦଳ ଅଲଗା ପ୍ରାର୍ଥୀ ଦେବେ । ଜୋରଦାର ଲଢେଇ କରିବେ । ସରକାର ଗଠନ କରିବେ । ଏନେଇ ଗତକାଲି (ଶୁକ୍ରବାର) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ପଷ୍ଟ ବିବୃତି ରଖିଛନ୍ତି । ହେଲେ ସ୍ପଷ୍ଟୀକରଣ ପରେ ବି ମେଣ୍ଟ ନେଇ ଦୂର ହେଉନି ଦ୍ଵନ୍ଦ । ଯାହା ଉଭୟ ଦଳୀୟ ନେତାଙ୍କ ଗତିବିଧିରୁ ଅନୁଭବ ହେଉଛି । ଦୁଇ ଦଳର ଶୀର୍ଷ ନେତା ସୋସିଆଲ ମିଡ଼ିଆରେ ସିନା ପୋଷ୍ଟ କରିଦେଲେ । କିନ୍ତୁ ଉଭୟ ଦଳର ନେତା ଏନେଇ ମୁହଁ ଖୋଲି କିଛି କହୁନାହାନ୍ତି ।

ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି , "ମେଣ୍ଟ ନକରି ଦୁଇ ଦଳ 21 ଲୋକସଭା ଓ 147 ବିଧାନସଭା ଏକାକୀ ଲଢ଼ିବେ । ଗତକାଲି ଦୁଇ ଦଳ ମେଣ୍ଟ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାକୁ ଚୂଡାନ୍ତ ସେତେବେଳେ ଭାବିବା ଯେତେବେଳେ କେନ୍ଦ୍ରୀୟ ନିର୍ବାଚନ କମିଟି ଓଡିଶା ପାଇଁ ପ୍ରାର୍ଥୀ ଚୟନ କରିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲଙ୍କର ବିଜେଡି ବିରୋଧୀରେ ବିଶେଷ କ୍ରୋଧ ନାହିଁ । ନିର୍ବାଚନ ଲଢ଼ିବା ପାଇଁ ବିଜେପି ନେତା ଚାହୁଁଛନ୍ତି । ଓଡିଶାରେ ପରିବର୍ତ୍ତନ ଓ ମୋଦିଙ୍କ ସପକ୍ଷରେ ଲହର ଅଛି ବୋଲି କହୁଛନ୍ତି । ସେ ବିଜେଡିକୁ ପ୍ରଶଂସା ମଧ୍ୟ କରିଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ବିଜେଡି ଗତ 10 ବର୍ଷ ହେଲା ସମର୍ଥନ ଦେଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଜେଡିର କୌଣସି ଅଭିଯୋଗ ନାହିଁ । ନୂଆ ଓଡି଼ଶା ଓ ସଶକ୍ତ ଓଡି଼ଶା ଗଠନ ଜରିଆରେ ଓଡି଼ଶାର ବିକାଶ ଲାଗି କାର୍ଯ୍ୟ ହୋଇଥିବା ବିଜେଡି କହୁଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଓଡ଼ିଶାର ଅସ୍ମିତା କଥା କହି ନିର୍ବାଚନ ଲଢ଼ିବେ ବୋଲି ବିଜେପି କହୁଛି । ଓଡିଶାର ଅସ୍ମିତାର କଥା କହିଲେ, ବିଜେପିର ଓଡିଶା ଅସ୍ମିତାର ଚେହେରା କିଏ ? ସେମାନେ ନରେନ୍ଦ୍ର ମୋଦିଙ୍କ ନାଁରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ନରେନ୍ଦ୍ର ମୋଦି ଓଡ଼ିଶାର ଅସ୍ମିତାର ପ୍ରତୀକ ହୋଇପାରିବେ ନାହିଁ । 2019 ନିର୍ବାଚନରେ ରାଜ୍ୟରେ ଯେଉଁ ଧରଣର ନିର୍ବାଚନ ପ୍ରଚାର ଦେଖିଥିଲେ, ତାହା ଦେଖିବାକୁ ମିଳିବ ନାହିଁ । ପରସ୍ପରକୁ ଦୁଇ ଦଳ ଆକ୍ରମଣ କରିବେ ନାହିଁ । ନିର୍ବାଚନ ପରେ ଯଦି ଆବଶ୍ୟକ ପଡ଼େ ଦିଲ୍ଲୀରେ ବିଜେଡି ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ସହଯୋଗ କରିବେ ।"

ଏହା ମଧ୍ୟ ପଢନ୍ତୁ...ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ: ରବି ଦାସ - Political Expert Rabi Das

ସେପଟେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି , "ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ବିବୃତ୍ତି ରଖିଛନ୍ତି ତାହା ସେ ସଂଗଠନ ଦୃଷ୍ଟିରୁ ଦେଇଛନ୍ତି । ଭବିଷ୍ୟତରେ କ'ଣ ହେବ କି ନହେବ ଅଲଗା କଥା । ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ ଥିଲା । ଏବେ ମଧ୍ୟ ପ୍ରସ୍ତୁତ ଅଛି । ଓଡ଼ିଶାର ବିକାଶ ଲାଗି ବିଜୁ ଜନତା ଦଳ ଯେତିକି ଯୋଜନା କରିଛି, ତାକୁ କାର୍ଯ୍ୟକାରୀ କରିଛି । ଶିଳ୍ପ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଓଡି଼ଶା ଦେଶରେ ରୋଲ ମଡେଲ ହୋଇଛି । କ୍ରୀଡ଼ା ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡି଼ଶା ବିଶ୍ୱର ରୋଲ ମଡେଲ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଭାରତ ବର୍ଷର ଦୃଷ୍ଟି ଆକର୍ଷଣ କରିଛି । ସାଢ଼େ 4 କୋଟି ଓଡ଼ିଆଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ଆଜି ବି ଅଛି। ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ସଫଳତା ପାଇଥିଲା, ତା'ଠାରୁ ଆହୁରି ଭଲ ସଫଳତା ପାଇବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.