ETV Bharat / politics

୨ୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି: କଳିକେଶ - CM contest from Kantabanjhi

author img

By ETV Bharat Odisha Team

Published : Apr 17, 2024, 6:36 PM IST

CM To Fight From Kantabanji: କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବା ପରେ ବଲାଙ୍ଗୀର ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଛି । ଦ୍ବିତୀୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂ ଦେଓ । ଅଧିକ ପଢନ୍ତୁ

Kantabanji Assembly Constituency
Kantabanji Assembly Constituency
Kantabanji Assembly Constituency

ବଲାଙ୍ଗୀର: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଏହାକୁ ସ୍ୱାଗତ କରିଛନ୍ତି । କଳିକେଶ କହିଛନ୍ତି, "ଦ୍ଵିତୀୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି । ପୂର୍ବରୁ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ବିଜେଡି ନେତା ଏହାକୁ ସ୍ୱାଗତ କରିଛନ୍ତି । ବିଜେଡ଼ି ପାଇଁ ବିବାଦୀୟ ବିଧାନସଭା ଆସନ ଥିଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି । ଯାହା ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନଥିଲା । ଏଠାରେ ଆଶାୟୀ ଅଧିକ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆସନରୁ ପ୍ରାର୍ଥୀ ହେବା ଘୋଷଣା କରିବା ପରେ ଅନେକ ପ୍ରତିକ୍ରିୟା ସାମନାକୁ ଆସିଛି ।

ଜିଲ୍ଲାର ପୂର୍ବତନ ସାଂସଦ ଓ ଏଥର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଏହାକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିକେଶଙ୍କ ଜେଜେ ବାପା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ନବୀନ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ଯାହାଦ୍ୱାରା ଏଠାକାର ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ସେ କହିଛନ୍ତି । ବିଜେଡି ସମୟରେ ଜାରି ରହିଥିବା ବିକାଶ କାମ ଏଠାରେ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ମତ ରଖିଛନ୍ତି । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେପରି ଆଖି ଦୃଶିଆ ବିକାଶ ହୋଇନାହିଁ । ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୭୬ହଜାର ୭୩ । ଏହା କଂଗ୍ରେସର ଗଡ଼ ଭାବରେ ପରିଚିତ ହୋଇଆସିଛି । ଯେଉଁଥିରେ ଏଯାବତ୍ କଂଗ୍ରେସ ପ୍ରାର୍ଥୀ ୬ ଥର ଜିତି ଆସିଛନ୍ତି । ହେଲେ ବିଜେଡି ଏଠାରୁ ମାତ୍ର ଥରେ ଜିତିବାର ସୁଯୋଗ ପାଇଛି ।

ଏହା ବି ପଢନ୍ତୁ...ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ସେହିପରି ଗତ ଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଏଠାରୁ ବିଜୟୀ ହୋଇଥିଲେ । ଏହା ଦାଦନ ପ୍ରବଣ ଓ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ମତଦାନ ବିଶେଷ ହୋଇନଥାଏ । ଗତ ନିର୍ବାଚନରେ ମାତ୍ର 68.33 ପ୍ରତିଶତ ମତଦାନ ହୋଇଥିଲା । ସେହିପରି 1971 ନିର୍ବାଚନରେ ମାତ୍ର 36 ପ୍ରତିଶତ ଓ 1980ରେ 40 ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ ଅଛି । ତେବେ ଚଳିତ ଥର ମୁଖ୍ୟମନ୍ତ୍ରୀ ନିଜେ ଏଠାରୁ ପ୍ରାର୍ଥୀ ହେବା ପରେ କି ପ୍ରଭାବ ପଡି଼ବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଠାକାର ବିଜୟୀ ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦିଙ୍କ ମଧ୍ୟରେ ସବୁବେଳେ ବିଜୟ ବ୍ୟବଧାନ ଅଳ୍ପ ରହିଥାଏ । ଏପରିକି ଗତ ଥର ସନ୍ତୋଷ ସିଂ ସାଲୁଜା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ମାତ୍ର 138 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଏହି ଗଣିତ ଏଥର ବଦଳିବ ନା ନାହିଁ ତାହା ଆଗକୁ ଜଣା ପଡିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.