ETV Bharat / politics

ବିଜେପିରେ ମିଶିଲେ ରାଜଗାଙ୍ଗପୁର NACର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

author img

By ETV Bharat Odisha Team

Published : Mar 18, 2024, 5:57 PM IST

Purna Chandra Rout Joins BJP: ପୂର୍ବତନ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ରାଉତ ବିଜେପିରେ ମିଶିଛନ୍ତି । ସେ ପୂର୍ବରୁ ରାଜଗାଙ୍ଗପୁର ପୌର ପରିଷଦର ଅଧ୍ୟକ୍ଷ ଥିଲେ । ଅଧିକ ପଢନ୍ତୁ

Purna Chandra Rout Joins BJP
Purna Chandra Rout Joins BJP
Purna Chandra Rout Joins BJP

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ । ପୂର୍ବତନ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ପୂର୍ବତନ ରାଜ୍ୟ ବିଜେପି ସଭାପତି କେଭି ସିଂହଦେଓ ଏବଂ ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ୯୦ ଦଶକରୁ ରାଜନୀତିରେ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ପୂର୍ବରୁ ଜନତା ଦଳ ଓ ପରେ ବିଜେଡିର ସକ୍ରିୟ ରାଜନୀତିରେ ଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୩ରୁ ବିଜେଡି ଛାଡ଼ି ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।

ପୂର୍ଣ୍ଣଚନ୍ଦ୍ର ବିଜେପିରେ ଯୋଗ ଦେବା ପରେ ସୁନ୍ଦରଗଡ଼ରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ପୂର୍ଣ୍ଣଚନ୍ଦ୍ର କହିଛନ୍ତି, "ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ଅସନ୍ତୁଷ୍ଟ ବିଜେଡି ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି, ଖୁବଶୀଘ୍ର ବିଜେପିକୁ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି ।" ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ।

ଏହା ବି ପଢନ୍ତୁ...ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ

ଏହା ବି ପଢନ୍ତୁ...ବିଜେପିରେ ମିଶିଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଏହା ବି ପଢନ୍ତୁ...ବିଜେଡିରେ ମିଶିଲେ ବିଏସପି ନେତା ଦ୍ରୋଣ କୁମ୍ଭାର

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ରାଜଗାଙ୍ଗପୁର NACର ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଆହୁରି କହିଛନ୍ତି, "ଭ୍ରଷ୍ଟାଚାର, ବ୍ୟଭିଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ ତଥା ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି ।" ନିର୍ବାଚନ ତାରିଖ ଘୋଷଣା ସରିଥିବାବେଳେ ବର୍ତ୍ତମାନ ମାହୋଲ ସରଗରମ ରହିଛି । ଦଳ ଡିଆଁ ପର୍ବ ମଧ୍ୟ ଜୋରଦାର ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.