ETV Bharat / politics

ନାମାଙ୍କନ ଭରିଲେ ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ, ବିଜେଡ଼ିକୁ କଲେ ଟାର୍ଗେଟ - Jayant Sarangi Files nomination - JAYANT SARANGI FILES NOMINATION

Jayant Sarangi Files nomination: ଆଜି ନିଜ ପାଟପଟୁଆର ସହିତ ଯାଇ ନାମାଙ୍କନ ଭରିଛନ୍ତି ବିଜେପିର ପୁରୀ ବିଧାୟକ ପ୍ରାର୍ଥୀ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Jayant Sarangi Files nomination
Jayant Sarangi Files nomination (Etv Bharat)
author img

By ETV Bharat Odisha Team

Published : May 2, 2024, 7:02 PM IST

Jayant Sarangi Files nomination (Etv Bharat)

ପୁରୀ: ବିଜେପିର ପୁରୀ ବିଧାୟକ ପ୍ରାର୍ଥୀ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଉପଜିଲ୍ଲାପାଳ ତଥା ପୁରୀ ସଦର ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ହୋଇଥିବାରୁ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ଜୟନ୍ତ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବଡ ଦାଣ୍ଡ, ଶ୍ରୀମନ୍ଦିର ଦେଇ ଉପ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ନାମାଙ୍କନ ଭରିବା ପରେ ନିଜ ପ୍ରତିକ୍ରିୟା ଦେଇ ଜୟନ୍ତ କହିଛନ୍ତି ଯେ, ଆଜି ଶୋଭାଯାତ୍ରା ପ୍ରମାଣିତ କରିଦେଇଛି ତାଙ୍କ ପାଇଁ କେତେ ଜନ ସମର୍ଥନ ରହିଛି । ତାଙ୍କ ରୋଡ଼ ଶୋ' କାର୍ଯକ୍ରମରେ ହଜାର ହଜାର ଯୁବକ, ମହିଳା, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଆଶୀର୍ବାଦ ଦେଇଛନ୍ତି । ତେବେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି । ସେ ସବୁବେଳେ ଲୋକଙ୍କ ସହ ରହିଛନ୍ତି । ଦୀର୍ଘ 40 ବର୍ଷ ହେବ ଦଳମତ ନିର୍ବିଶେଷରେ ସେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ସେ ସହଜ ବିଜୟ ହାସଲ କରିବେ । ସେପଟେ ତାଙ୍କ ପ୍ରତିପକ୍ଷ ବିଜେଡି ପ୍ରାର୍ଥୀଙ୍କୁ ସେ କଟାକ୍ଷ କରି କହିଥିଲେ ଯେଉଁମାନେ ଜନ ସେବାରେ ନାହାନ୍ତି ସେମାନେ ଟଙ୍କା ଖର୍ଚ୍ଚ କରି ପ୍ରଚାର କରନ୍ତି । ସେ ସବୁଦିନ ଜନ ସେବା କରୁଛନ୍ତି । ଏଣୁ ତାଙ୍କର ପ୍ରଚାର ସବୁଦିନ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ.. ଦଳୀୟ ସ୍ଲୋଗାନରେ କମ୍ପିଲା ଜିଲ୍ଲାପାଳ କାର୍ଯ୍ୟାଳୟ, ମୁହାଁମୁହିଁ ବିଜେପି-ବିଜେଡି - Bhubaneswar Lok Sabha

ଅନ୍ୟପଟେ ଏହି ନାମାଙ୍କନ ଦାଖଲ କାର୍ଯକ୍ରମରେ ସାମିଲ ହୋଇଥିବା ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି, "ଜୟନ୍ତ ଷଡ଼ଙ୍ଗୀଙ୍କ ରାଲିରେ ଆଜି ଦାଣ୍ଡ ଜନ ସମୁଦ୍ର ପାଲଟି ଯାଇଥିଲା । ଏହି ଜନ ସମୁଦ୍ର ପ୍ରମାଣିତ କରୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ପ୍ରବଳ ଜନ ସମର୍ଥନ ରହିଛି । ମୋଦିଙ୍କ ଗ୍ୟାରେଣ୍ଟିକୁ ସମସ୍ତେ ଭରସା କରିଛନ୍ତି । ତେବେ ସେ ପ୍ରଚାର ବେଳେ ଲୋକଙ୍କୁ ଭେଟୁଛନ୍ତି । ଲୋକମାନେ ବିଜେପିକୁ ଭୋଟ ଦେବା ପାଇଁ ଲୋକେ କହିଛନ୍ତି ।" ଓଡ଼ିଶାରେ ମୋଦି ଲହର ରହିଥିବା ସମ୍ବିତ କହିଛନ୍ତି । ଗତ ଛତିଶଗଡ଼ ନିର୍ବାଚନରେ ଯେଭଳି ବିଜେପି ବିପୁଳ ବିଜୟ ହାସଲ କଲା ଓଡ଼ିଶାରେ ସେହିଭଳି ସ୍ଥିତି ଉପୁଜିବ । ଓଡ଼ିଶାରେ ବିଜେପି ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ହାସଲ କରି ସରକାର ଗଠନ କରିବା ସହ କେନ୍ଦ୍ରରେ ମଧ୍ୟ ମୋଦି ସରକାର ଗଠନ ହେବ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.