ETV Bharat / politics

ବିଜେଡି ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ, ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ

BJD Power Show: ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ବନ୍ଧୁମିଳନ ଆଳରେ ଏହା ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ହୋଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

BJD Power Show
BJD Power Show
author img

By ETV Bharat Odisha Team

Published : Feb 26, 2024, 7:03 AM IST

Updated : Feb 26, 2024, 7:10 AM IST

ବିଜେଡି ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ବିଜେଡିକୁ ଅଡୁଆ ବିଦ୍ରୋହୀ ପ୍ରାର୍ଥୀ । ଆଶାୟୀଙ୍କ ଶକ୍ତି ପ୍ରଦର୍ଶନକୁ ନେଇ ଜୋର ଧରିଛି ଚର୍ଚ୍ଚା । ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ବିଜେଡି ନେତାମାନଙ୍କ ବନ୍ଧୁ ମିଳନ ନାଁରେ ଗୋଟିଏ ଦିନରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମକୁ ନେଇ ଦଳରେ ଅସନ୍ତୋଷ ବସା ବାନ୍ଧୁଥିବା କୁହାଯାଉଛି । ଗତକାଲି (ରବିବାର) ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ମହିଳା ସମାବେଶ ଆୟୋଜନ କରିଥିଲେ । ସେପଟେ ଏକାମ୍ରରେ ଟିକେଟ୍ ପାଇଁ ଦାବିଦାର ଥିବା ବିଜେଡି କର୍ପୋରେଟର ବିରଞ୍ଚି ମହାସୁପକାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆହ୍ୱାନ ଦେଇଥିଲେ ।

ସାମନ୍ତରାପୁରର ଏକ ସ୍କୁଲରେ ବନ୍ଧୁ ମିଳନ ଆୟୋଜନ କରି ବିରଞ୍ଚି ଏକାମ୍ରରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ଏପରିକି ଦଳ ଯଦି ସୁଯୋଗ ଦିଏ ତାହେଲେ ସେ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ସେପଟେ ଉତ୍ତର ଭୁବନେଶ୍ୱରରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କୁ କଡା ଟକ୍କର ଦେବାକୁ ପଟିଆରେ ଏକ ଯୁବ ଛାତ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ପ୍ରିୟଦର୍ଶୀ ନିଜର ଶକ୍ତି ପ୍ରଦର୍ଶନ କରି ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଦଳକୁ ସଂକେତ ଦେଇଛନ୍ତି । ତେବେ ରାଜଧାନୀରେ ବିଜେଡିର ଏକାଧିକ କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱର ରାଜନୀତି ସରଗରମ ରହିଛି । ବିଜେଡିରେ ଏଭଳି ସ୍ଥିତି ଦେଖି କଂଗ୍ରେସ ପ୍ରତିକ୍ରିୟା ରଖିଛି । ପୂର୍ବରୁ ବିଜେଡି ବିଜେପି ଏକ ବୋଲି କହି ଆସୁଥିବା କଂଗ୍ରେସ ଆଜି ବିଜେଡ଼ି ବିଷୟରେ ନିଜର ଆଭିମୁଖ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସକୁ ଝଟକା; ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ

କଂଗ୍ରେସ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି, "ନିର୍ବାଚନ ପୂର୍ବରୁ ବିଜେଡିରେ ବହୁ ଅସନ୍ତୋଷ ସାମ୍ନାକୁ ଆସିଲାଣି । ପାଣ୍ଡିଆନ ବିଜେଡିରେ ମିଶିବା ଏବଂ ବିଜେପି ସହ ସହଭାଗିତାରେ ସରକାର ଚାଲିବାକୁ ନେଇ ଏହି ଅସନ୍ତୋଷ ବଢୁଛି । ବିଜେଡି ଏବଂ ବିଜେପି ଗୋଟିଏ ଦଳ । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ପରେ ଏହି ଚିତ୍ର ଅଧିକ ସ୍ପଷ୍ଟ ହୋଇସାରିଛି । ବିଜେଡି ଦଳରେ ବହୁତ ଅନ୍ତକନ୍ଦଳ ରହିଛି । ଯେଉଁ ଭଲ ନେତା ବିଜେପି କିମ୍ବା ବିଜେପି ଦଳରେ ରହିଛନ୍ତି, ଯେଉଁମାନେ ରାଜ୍ୟକୁ ବଞ୍ଚାଇବାକୁ ଚାହୁଁଛନ୍ତି ସେମାନେ ଆମକୁ ଯୋଗାଯୋଗ କରନ୍ତି ।" ଦଳୀୟ ଟିକେଟ ପାଇଁ ସବୁ ଦଳରେ ଅଶାୟୀଙ୍କ ଲମ୍ବା ଲାଇନ । ଦଳବଦଳ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଯିଏ ଯେଉଁଠି ଟିକେଟ ନପାଇଲା ସିଏ ଅନ୍ୟ ଦଳକୁ ଡେଇଁବାକୁ ପ୍ରସ୍ତୁତ । ତେବେ ପ୍ରତ୍ୟକ ଦଳରେ ଆଶାୟୀଙ୍କୁ ମ୍ୟାନେଜ କରିବା ଦଳୀୟ ହାଇ କମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2024, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.