ETV Bharat / politics

ରୂପେଲି ପରଦାରୁ ଲୋକସଭା ! ରାଜନୀତିରେ ଡେବ୍ୟୁ କଲେ ରଚନା - Actress Rachana Banerjee

Popular Actress Rachana Banerjee to fight LS Election: ରାଜନୀତିରେ ଡେବ୍ୟୁ କରିବେ ଲୋକପ୍ରିୟ ରଚନା ବାନାର୍ଜୀ । ମମତା ବାନାର୍ଜୀ ଘୋଷଣା କଲେ ଟିକେଟ । ଅଧିକ ପଢନ୍ତୁ

ରାଜନୀତିରେ ଡେବ୍ୟୁ କରିବେ ରଚନା, ଲୋକସଭା ଟିକେଟ ଦେଲା TMC

author img

By ETV Bharat Odisha Team

Published : Mar 10, 2024, 6:09 PM IST

ହାଇଦ୍ରାବାଦ: ରାଜନୀତିରେ ସିନେତାରକା ଓ ଅନ୍ୟ ସେଲିବ୍ରିଟିଙ୍କ ପ୍ରବେଶ ଭାରତରେ ଦଶନ୍ଧିରୁ ପ୍ରଚଳିତ ଏକ ନିୟମିତ ଧାରା ସଦୃଶ । ଏବେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଏହିକ୍ରମରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ । ରୁପେଲି ପରଦାରେ ବଲିଉଡ ସମେତ ଏକାଧିକ ଭାଷାର ଚଳଚିତ୍ରରେ ଦୀର୍ଘ ଦଶନ୍ଧି ଧରି ମନଛୁଆଁ ଅଭିନୟର ଝଲକ ଦେଖାଇଥିବା ପ୍ରଖ୍ୟାତ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ନିର୍ବାଚନ ମୈଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜ ଗୃହରାଜ୍ୟ ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢିବେ । ଆଜି ଶାସକ ତୃଣମୂଳ କଂଗ୍ରେସ ଟିଏମସି ତାଙ୍କୁ ହୁଗୁଳି ଲୋକସଭା ଆସନରୁ ଟିକେଟ ଦେଇଛି । ରୁପେଲି ପରଦାରେ ଲମ୍ବା ଇନିଂସ୍‌ ଖେଳିଥିବା ଏହି ଭେଟେରାନ ଅଭିନେତ୍ରୀ ଏବେ ଜଣେ ରାଜନେତ୍ରୀ ଭୂମିକାରେ ଆସିବାକୁ ଯାଉଛନ୍ତି ।

ରଚନା ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟତୀତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ବେଶ ଲୋକପ୍ରିୟ ଛାପ ଛାଡିଛନ୍ତି । ଓଡିଆ କଳାକାର ନହୋଇ ମଧ୍ୟ 90 ଦଶକରେ ଅନେକ ଓଡିଆ ଫିଲ୍ମରେ ସେ ଅଭିନୟ କରିଥିଲେ । ସେ ଜଣେ ଓଡିଆ ଅଭିନେତ୍ରୀ ବୋଲି ମଧ୍ୟ ଅନେକ ଓଡିଆ ଦର୍ଶକଙ୍କ ମଧ୍ୟରେ ଭ୍ରମ ରହିଛି । 1994 ମସିହାରେ ରେ ସେ ‘ମିସ କୋଲକାତା’ ମଧ୍ୟ ହୋଇଥିଲେ । ପ୍ରଥମେ ମଡେଲିଂରୁ ଅଭିନୟ ଜଗତକୁ ପ୍ରବେଶ କରିଥିବା ରଚନା ବେଶ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍‌

ଏକାଧିକ ଆଞ୍ଚଳିକ ଭାଷା ସହ ସେ ବଲିଉଡରେ ମଧ୍ୟ ଅଭିନୟର ସୁଯୋଗ ପାଇଛନ୍ତି । ଅମିତାଭ ବଚ୍ଚନ ଷ୍ଟାରର ସୁପରହିଟ ମୁଭି ‘ସୂର୍ଯ୍ୟବଂଶମ’ରେ ସେ ମଧ୍ୟ ଅଭିନୟ କରିଛନ୍ତି । ଗତ କିଛି ବର୍ଷ ସେ ଅଭିନୟରେ ଏତେ ସକ୍ରିୟ ନଥିଲେ । ତେବେ ଚଳିତ ଥର ତାଙ୍କୁ ମମତା ବାନର୍ଜୀଙ୍କ ତୃଣମୂଳ କଂଗ୍ରେସ ହୁଗୁଳି ସଂସଦୀୟ ଆସନରୁ ଲୋକସଭା ଟିକେଟ ଦେଇଛି । ତେବେ ପଶ୍ଚିମବଙ୍ଗରେ ତାଙ୍କ ଲୋକପ୍ରିୟତା ଓ ଶାସକ ଦଳ ଟିଏମସିର ଟିକେଟରେ ସେ ଲୋକସଭାକୁ ମଧ୍ୟ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରୁପେଲି ପରଦାରେ ବିଭିନ୍ନ ନାୟକଙ୍କ ସହ ନାୟିକା ଭୂମିକାରେ ଦର୍ଶକଙ୍କୁ ମତୁଆଲା କରିଥିବା ରଚନା ଏବେ ସଂସଦରେ ଜଣେ ଜନପ୍ରତିନିଧି ଭାବେ ନଜର ଆସିବାକୁ ଯାଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଗୋଟିଏ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସମସ୍ତ 42 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) । ଆଜି କୋଲକାତାରେ ଏକ ବିଶାଳ ଜନସଭା ଆୟୋଜନ କରି ମୁଖ୍ୟମନ୍ତ୍ରୀ ତଥା ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ଟିକେଟ ପାଇଥିବା ସମସ୍ତ ପ୍ରାର୍ଥୀ ଓ ତମାମ ଦଳୀୟ ନେତା ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.