ETV Bharat / politics

କେଉଁଠି ଭୋଟ ଦେବେ ପୋଲିଂ ଦାୟିତ୍ବରେ ଥିବା ଅଧିକାରୀ ? ଜାଣନ୍ତୁ

author img

By ETV Bharat Odisha Team

Published : Jan 25, 2024, 10:18 PM IST

How do Polling staffs cast their vote: ଆସନ୍ତା ସାଧାରଣ ନିର୍ବାଚନରେ ପୋଲିଂ ଦାୟିତ୍ବରେ ଥିବା ଅଧିକାରୀଙ୍କ ମତଦାନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା । ଏପରି ହୋଇଛି ବ୍ୟବସ୍ଥା । ଅଧିକ ପଢନ୍ତୁ

How do Polling staffs cast their vote
How do Polling staffs cast their vote
କେଉଁଠି ଭୋଟ ଦେବେ ପୋଲିଂ ଦାୟିତ୍ବରେ ଥିବା ଅଧିକାରୀ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା । ପୋଲିଂ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଡ୍ୟୁଟି କରୁଥିବା ସ୍ଥାନରେ ଭୋଟ ଦେବା ପାଇଁ ହୋଇଛି ବ୍ୟବସ୍ଥା । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ବତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ କମ ଭିନ୍ନକ୍ଷମ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ହୋଇଛି ହୋମ ଭୋଟିଂ ବ୍ୟବସ୍ଥା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଟାଇମ ଲାଇନ ଅନୁସାରେ ଚାଲିଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଏକ ନିରନ୍ତର ପ୍ରକ୍ରିୟା । ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ ଏକ ଜରୁରୀ ଆବଶ୍ୟକତା । ଇଭିଏମ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ଅଛି । ଇଭିଏମର ପ୍ରଥମ ସ୍ତରୀୟ ପରୀକ୍ଷଣ ଶେଷ ହୋଇଛି । ଗାଁକୁ ଗାଁ ଯାଇ ଇଭିଏମର ବ୍ୟବହାର ନେଇ ସଚେତନତା କରାଯାଉଛି । ସମସ୍ତ ଜିଲ୍ଲାରେ ଇଭିଏମ ପହଞ୍ଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିଛି ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି ।

ଏହା ବି ପଢନ୍ତୁ- ମତଦାତା ଦିବସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ଏହାର ଇତିହାସ ଓ ଥିମ୍

ଦ୍ଵିତୀୟ ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି ଇଲେକ୍ଟ୍ରୋଲାର ରୋଲ । ୨୦୨୪ ଜାନୁଆରୀ ୫ ତାରିଖରେ ଯୋଗ୍ୟତା ଭିତ୍ତିରେ ଇଲେକଟ୍ରୋଲାର ରୋଲ ବା ଭୋଟର ତାଲିକା ପ୍ରକାଶିତ ହୋଇଛି । ଭୋଟର ତାଲିକାରେ ମହିଳା, ଯୁବ ବର୍ଗ, ତୃତୀୟ ଲିଙ୍ଗ ବା କିନ୍ନର, ଭିନ୍ନକ୍ଷମ ଗୁରୁତ୍ବ ଦିଆଯାଇଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ସମୟ ଅନୁସାରେ ସଂଗ୍ରହ ହେଉଛି । ଯେଉଁମାନେ ନିର୍ବାଚନ ପରିଚାଳନାରେ ନିୟୋଜିତ ହେବେ ସେମାନଙ୍କର ତାଲିମ ମଧ୍ୟ ସମୟ ଅନୁସାରେ ହେଉଛି । ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ।

ଏହା ବି ପଢନ୍ତୁ- ନିର୍ବାଚନ ପ୍ରସ୍ତୁତି: ୫% ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର

୨୦୨୪ ସାଧାରଣ ନିର୍ବାଚନରେ ନୂଆ କଥା ହେଉଛି, ପୋଲିଂ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସେଥିରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ପୋଲିସ ଅଫିସର, ନିର୍ବାଚନ ଦାଇତ୍ୱରେ ଥିବା ଡ୍ରାଇଭର ଓ ହେଲ୍ପର ସେମାନେ ଏଥର ଭୋଟର ଫେସିଲିଟେସନ ସେଣ୍ଟରରେ ଭୋଟ ଦେବେ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ପାଇଁ ହୋମ ଭୋଟିଂ ବ୍ୟବସ୍ଥା ହୋଇଛି । ପୂର୍ବରୁ ଉପ ନିର୍ବାଚନରେ ଏହାର ବ୍ୟବହାର ହୋଇଛି । ଏଥର ସାଧାରଣ ନିର୍ବାଚନରେ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.