ETV Bharat / politics

ଓଡ଼ିଶା ଆସୁଛନ୍ତି କଂଗ୍ରେସର ଦୁଇ ପର୍ଯ୍ୟବେକ୍ଷକ: 4ରେ ବଡ଼ ବୈଠକ, ଖୁବଶୀଘ୍ର ନୂଆ ପିସିସି ସଭାପତି

ଆସୁଛନ୍ତି କଂଗ୍ରେସର ଦୁଇ ପର୍ଯ୍ୟବେକ୍ଷକ । ସବୁ ଆଲୋଚନା ପର୍ଯ୍ୟାଲୋଚନାର ଘଟିବ ଅବସାନ । ଖୁବଶୀଘ୍ର ଓଡିଶା ପାଇବ ନୂଆ ପିସିସି ସଭାପତି ।

PCC PRESIDENT OF ODISHA
PCC PRESIDENT OF ODISHA (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 7:34 PM IST

ଭୁବନେଶ୍ବର: କଂଗ୍ରେସକୁ ମିଳିବ ନୂଆ ମୁଖିଆ । ସବୁ ଚର୍ଚ୍ଚାର ଘଟିବ ଅନ୍ତ । ଆସନ୍ତା 4 ତାରିଖରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ । AICC ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବରିଷ୍ଠ ନେତାମାନଙ୍କ ସହ କରିବେ ଆଲୋଚନା । ସମୀକ୍ଷା ପରେ AICCକୁ ରିପୋର୍ଟ ଦିଆଯିବ । ଆଉ ସେହି ରିପୋର୍ଟ ଆଧାରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ମୁଖିଆ ଘୋଷଣା ହେବେ। ଖାଲି ସେତିକି ନୁହେଁ, ୨୦୨୪ ସାଧାରଣ ନିର୍ବାଚନରେ ଦଳ କାହିଁକି ସଫଳତା ପାଇଲା ନାହିଁ ? ବିଜେଡି ପ୍ରତି ଓଡିଶାବାସୀଙ୍କ କ୍ଷୋଭର ଫାଇଦା କାହିଁକି କଂଗ୍ରେସ ନେଇ ପାରିଲା ନାହିଁ । କାହିଁକି ଭାରତୀୟ ଜନତା ପାର୍ଟି ସପକ୍ଷରେ ଜନମତ ଗଲା । ଏସବୁର ପୋଷ୍ଟମର୍ଟମ କରିବ ରାଜ୍ୟ କଂଗ୍ରେସ । ଦୁଇ ଜଣ ପର୍ଯ୍ୟବେକ୍ଷକ ସମୀକ୍ଷା କରି AICCକୁ ରିପୋର୍ଟ ପ୍ରଦାନ କରିବେ ।

PCC PRESIDENT OF ODISHA (ETV Bharat Odisha)

ଓଡ଼ିଶା ଆସୁଛନ୍ତି ଦୁଇ କଂଗ୍ରେସ ପର୍ଯ୍ୟବେକ୍ଷକ:

ଆସନ୍ତା ୪ ଏବଂ ୫ ତାରିଖରେ କଂଗ୍ରେସ ଭବନରେ ଆଗାମୀ ନେତା ନେଇ ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି AICC ଦ୍ୱାରା ନିଯୁକ୍ତ ଦୁଇ ଜଣିଆ ପର୍ଯ୍ୟବେକ୍ଷକ ଟିମ । ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନଙ୍କୁ ଦାଇତ୍ୱ ଦେଇଛି ଦଳ । ଉଭୟ 4 ତାରିଖରେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା , ପୂର୍ବତନ ପଦାଧିକାରୀ, ବ୍ଲକ ଏବଂ ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । କିଏ ହେବ ଆଗାମୀ ପିସିସି ସଭାପତି ? କାହାକୁ ଦାୟିତ୍ୱ ଦେଲେ ଓଡ଼ିଶାରେ କଂଗ୍ରେସ ସଂଗଠନ ଅଧିକ ସୁଦୃଢ ଏବଂ କ୍ରିୟାଶୀଳ ହେବ ? ସେନେଇ ବିଚାରବିମର୍ଷ କରିବେ ।

ଏମିତି କହିଲେ ପୂର୍ବତନ ପିସିସି ସଭାପତି:
ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,"ଗତ ୩ ମାସରୁ ଉର୍ଦ୍ଧ୍ବ ହେବ କଂଗ୍ରେସର ସମସ୍ତ କମିଟି ଏବଂ ପଦାଧିକାରୀ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଉଭୟ ନେତା ଆଲୋଚନା କରି କାହାକୁ ପିସିସି ସଭାପତି କଲେ ଠିକ ହେବ ଏବଂ ତୃଣମୂଳ ସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଦଳ ଅଧିକ ସଂଗଠିତ ହେବ । କାହାକୁ ଦାୟିତ୍ୱ ଦେଲେ ଦଳ ଆଗକୁ ବଢ଼ିପାରିବ ? କିଏ ଦଳକୁ ଚଳଚଞ୍ଚଳ କରି ଆଗକୁ ନେଇପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ଉଭୟ ନେତା ।"

ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବ:

ସେ ଆହୁରି ମଧ୍ୟ କହିଛନ୍ତି,"ବିଗତ ଦିନରେ ବିଜେଡି-ବିଜେପି ମିଳିତ ସରକାର ଲୋକ ଦେଖିଲେଣି । ବିଜୁ ଜନତା ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ସେହିପରି ବିଜେପି ସରକାରକୁ 3 ମାସ ହେବ ଲୋକେ ଦେଖି ସାରିଲେଣି । ଆଗକୁ କଂଗ୍ରେସ ବିକଳ୍ପ ଭାବେ ଉଭା ହେବ । ଆଗାମୀ ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ଏବଂ କାହାକୁ ଦାୟିତ୍ୱ ଦେଲେ, ଦଳ ସୁଦୃଢ ହେବ ସେନେଇ ଆଲୋଚନା ହେବ । ମୋର ଲମ୍ବା ଅଭିଜ୍ଞତାରୁ ଆଶା କରୁଛି ଆଉ AICC ବିଳମ୍ବ କରିବ ନାହିଁ । ଖୁବଶୀଘ୍ର ପିସିସି ସଭାପତି ଘୋଷଣା କରିବେ ।"

ଏହା ମଧ୍ୟ ପଢନ୍ତୁ ...ମୁନ୍ନା ଖାନଙ୍କ ବୟାନ ପରେ ତେଜିଲା ରାଜନୀତି: ଜୟ ନାରାୟଣଙ୍କ ଜବାବ, '2029 ସୁଦ୍ଧା ବିଜେଡି ମୂଳପୋଚ୍ଛ ହୋଇଯିବ'

ଏହା ମଧ୍ୟ ପଢନ୍ତୁ ...ପିସିସି ପୁନଃଗଠନ ପ୍ରକ୍ରିୟା ଆରମ୍ଭ, ଓଡ଼ିଶା ଆସୁଛନ୍ତି ଚରଣ ଦାଶ ମହନ୍ତ ଏବଂ ମିନାକ୍ଷୀ ନଟରାଜନ

ଏହା ମଧ୍ୟ ପଢନ୍ତୁ ...ସଭାପତି ରେସ ଚର୍ଚ୍ଚାରେ ମୁହଁ ଖୋଲିଲେ ମୋକିମ: 'ଖୁବଶୀଘ୍ର ଗଠନ ହେବ PCC, କଂଗ୍ରେସରେ ମିଶିବେ ବିଜେଡି-ବିଜେପି ନେତା'

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ:
୩୨ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା । ସେହିପରି ବିଜୁ ଜନତା ଦଳକୁ ୯୯ ଲକ୍ଷ ଏବଂ ଭାରତୀୟ ଜନତା ପାର୍ଟିକୁ ୮୦ ଲକ୍ଷ ଭୋଟ ମିଳିଥିଲା । ଶାସକ ବିଜେପିର ୭୧ ଜଣ ବିଧାୟକ, ବିଜେଡିର ୫୪ ଜଣ ବିଧାୟକ ଜିତିଥିବାବେଳେ କଂଗ୍ରେସର ୧୪ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.