ETV Bharat / politics

ରାଜ୍ୟସଭା ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ

Rajya Sabha Polls: ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ନେଇ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ
author img

By ETV Bharat Odisha Team

Published : Feb 20, 2024, 3:57 PM IST

Updated : Feb 20, 2024, 4:59 PM IST

ରାଜ୍ୟସଭା ନିର୍ବାଚନ

ଭୁବନେଶ୍ବର: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । କଟକ- ବାରବାଟୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପୁନର୍ବାର ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି କେନ୍ଦ୍ରୀୟ କମିଟି ଘୋଷଣା କରିଥିଲେ । ବିଜେଡି ମଧ୍ୟ ଅଶ୍ବିନୀଙ୍କୁ ସମର୍ଥନ ନେଇ ଘୋଷଣା କରିଥିଲା । ତେବେ 3 ନିର୍ବାଚିତ ପ୍ରତିନିଧି ବିଧାନସଭା ଆସି ସେମାନଙ୍କ ରାଜ୍ୟସଭା ସାର୍ଟିଫିକେଟ ରିଟର୍ନିଙ୍ଗି ଅଫିସର ଅବନୀକାନ୍ତ ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଛନ୍ତି ।

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । କିନ୍ତୁ ସମୟ ଶେଷ ହୋଇଥିଲେ ବି କେହି ପ୍ରାର୍ଥୀ ପ୍ରତ୍ୟାହାର କରିନାହାନ୍ତି । ଧାର୍ଯ୍ୟ ସମୟ ଆଜି ଅପରାହ୍ନ ୩ଟା ରହିଥିବାବେଳେ କେହି ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ତେଣୁ ନିର୍ବାଚନ ପୂର୍ବରୁ 3 ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ନିଙ୍ଗି ଅଫିସର । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ତାଙ୍କର ରାଜ୍ୟସଭା ସାର୍ଟିଫିକେଟ ଗ୍ରହଣ କରିଛନ୍ତି । ଓଡ଼ିଶାରୁ 3ଟି ଆସନ ଖାଲି ହେଉଥିବା ବେଳେ 3 ପ୍ରାର୍ଥୀଙ୍କ ଛଡା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଭରିନଥିବାରୁ ଅଶ୍ବିନୀ, ଦେବାଶିଷ ଓ ଶୁଭାଶିଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ ଦୁଇ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ୧୫ ତାରିଖରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ବିନୀ ବୈଷ୍ଣବ । ଖୁବଶୀଘ୍ର ଅଶ୍ବିନୀ, ଦେବାଶିଷ ଏବଂ ଶୁଭାଶିଷ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ।

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ

ଏହା ମଧ୍ୟ ପଢ଼ନ୍ତୁ...କାର୍ଯ୍ୟକାଳ ସରିବା ପରେ 7 କେନ୍ଦ୍ରମନ୍ତ୍ରୀ ଗଲେନାହିଁ ରାଜ୍ୟସଭା, ଲଢିବେ ଲୋକସଭା ନିର୍ବାଚନ !

ପ୍ରକାଶ ଥାଉ, ରାଜ୍ୟରେ ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେବାକୁ ଯାଉଛି । ଏହି 3 ଆସନ ପାଇଁ ଚଳିତ 27 ତାରିଖରେ ନିର୍ବାଚନ ହେବାର ଥିଲା । ରାଜ୍ୟରେ ସଂଖ୍ୟାଦୃଷ୍ଟିରୁ ବିଜୁ ଜନତା ଦଳ ଏହି ସମସ୍ତ 3 ଆସନ ଦଖଲ କରିବାର କ୍ଷମତା ରଖିଛି । ହେଲେ କେବଳ କଟକ- ବାରବାଟୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ତୃତୀୟ ପ୍ରାର୍ଥୀ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପୁନର୍ବାର ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି କେନ୍ଦ୍ରୀୟ କମିଟି ଘୋଷଣା କରିଥିଲେ । ବିଜେଡି ମଧ୍ୟ ଅଶ୍ବିନୀଙ୍କୁ ସମର୍ଥନ ନେଇ ଘୋଷଣା କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 20, 2024, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.