ETV Bharat / politics

ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24ବର୍ଷ ପରେ କ୍ଷମତା ପରିବର୍ତ୍ତନ: କିଏ ନେବ ନବୀନଙ୍କ ଗାଦି - odisha assembly election results 2024

author img

By ETV Bharat Odisha Team

Published : Jun 4, 2024, 8:38 PM IST

Updated : Jun 5, 2024, 10:42 AM IST

Odisha Assembly Election Results 2024: ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24 ବର୍ଷ ପରେ ରାଜ୍ୟ ଦେଖିଲା କ୍ଷମତା ପରିବର୍ତ୍ତନ । କି’ଏ ନେବ ନବୀନଙ୍କ ଗାଦି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ
ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ (ETV Bharat Odisha)

ହାଇଦ୍ରାବାଦ: ସାଧାରଣ ନିର୍ବାଚନ ସହ ପ୍ରକାଶ ପାଇଛି 2 ରାଜ୍ୟ, ଓଡିଶା ଓ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ । କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ମୋଦି ଶାସନର ତୃତୀୟ ପାଳି । ମାତ୍ର ଓଡିଶାର ବିଧାନସଭା ଫଳାଫଳ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ଭାଙ୍ଗିଛି ଦୀର୍ଘ ଅଢେଇ ଦଶନ୍ଧିର କ୍ଷମତାର ଧାରା । ଧରାଶାୟୀ ହୋଇଛି ନବୀନଙ୍କ ଦୁର୍ଗ । ନବୀନଙ୍କ ଅଖଣ୍ଡ ଲୋକପ୍ରିୟ ଭାବମୂର୍ତ୍ତିକୁ ମାତ ଦେଇ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି । ଏନେଇ ନିର୍ବାଚନ ଆୟୋଗଙ୍କ ଆନୁଷ୍ଠାନିକ ଘୋଷଣା ବାକି ଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ କରିବା ପ୍ରୟାସ ମଧ୍ୟ ଆରମ୍ଭ କରିଛି ।

24 ବର୍ଷ ପରେ ରାଜ୍ୟ ଦେଖିଲା କ୍ଷମତା ପରିବର୍ତ୍ତନ: କିଏ ନେବ ନବୀନଙ୍କ ଗାଦି (ETV Bharat Odisha)

2000ରୁ ଶାସନରେ ଥିଲା ବିଜେଡି:-

6ଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଜନନେତା ହେବା ଧାରାରେ ଥିବା ନବୀନ, ନିଜ ରାଜନୈତିକ ଜୀବନର ପ୍ରଥମ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଏହା ସହ ପ୍ରତିଷ୍ଠା ପର ଠାରୁ ରାଜ୍ୟରେ କ୍ଷମତା ଚାଖି ଆସିଥିବା ବିଜୁ ଜନତା ଦଳ ମଧ୍ୟ ଏବେ ବିରୋଧୀ ଦଳ ଭୂମିକାକୁ ଗ୍ରହଣ କରିବାକୁ ନିଜକୁ ପ୍ରସ୍ତୁତ କରୁଛି । 2000ରୁ କ୍ରମାଗତ ଓଡିଶାର ଶାସନ ଭାର ପାଇଥିବା ବିଜେଡି 2009 ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଥିଲା । ହେଲେ 2009 ନିର୍ବାଚନରେ ବିଜେପି ଠାରୁ ମେଣ୍ଟ ଭାଙ୍ଗି ଏକାକୀ ଲଢି ରାଜ୍ୟରେ କ୍ଷମତା ଦଖଲ କରିଥିଲା ବିଜେଡି । ସେବେଠାରୁ 2009, 2014 ଓ 2019 ନିର୍ବାଚନରେ ବିଜେଡି ଏକକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା । ପ୍ରଥମେ କଂଗ୍ରେସ ଓ 2019 ରେ ବିଜେପି ବିରୋଧୀ ଦଳ ଭୂମିକାକୁ ଆସିଥିଲା । ଗତ ନିର୍ବାଚନରେ 8 ସଂସଦୀୟ ଆସନ ହାତେଇ ଶାସକ ବିଜେଡିକୁ ଶକ୍ତି ଦେଖାଇଥିଲା ବିଜେପି । ହେଲେ ଚଳିତ ନିର୍ବାଚନ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଦୁଇ ଦଳ ମଧ୍ୟରେ ଥିଲା ଆରପାରର ଲଢେଇ ।

20 ଆସନରେ ବିଜେପି ପ୍ରାର୍ଥୀ ବିଜୟୀ:-

କେନ୍ଦ୍ରାପଡାର ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ବିଜୟୀ ହୋଇଛନ୍ତି । ସେହିପରି ଉତ୍ତର ଓଡିଶାର ବାଲେଶ୍ବରରେ ବିଜେପି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପରାସ୍ତ କରିଛନ୍ତି । ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡରୁ ପ୍ରଦୀପ ପୁରୋହିତ, କଳାହାଣ୍ଡିରୁ ମାଳବିକା ଦେବୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ଢେଙ୍କାନାଳରୁ ରୁଦ୍ର ପାଣି, ମୟୂରଭଞ୍ଜରୁ ନବ ମାଝୀ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ପୁରୀରେ ସମ୍ବିତ ପାତ୍ର, ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ ! - Odisha lok sabha elections result

କି’ଏ ହେବ ବିଜେପି ସରକାର ମୁଖ୍ୟମନ୍ତ୍ରୀ ?

ଗତକାଲି ଅପରାହ୍ନଠାରୁ ରାଜ୍ୟ ବିଜେପି ଶିବିରରେ ବେଶ ଉତ୍ସବ ଲାଗି ରହିଛି । ଦଳ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ଲୋକସଭାରେ ମଧ୍ୟ ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ 4 ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ ଓ 10 ତାରିଖରେ ଜଣେ ଓଡିଆ ଓଡିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିସାରିଛନ୍ତି । ଏବେ ଫଳାଫଳ ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଆଜି ନିର୍ବାଚନ କମିଶନ ବିଧିବଦ୍ଧ ଘୋଷଣା କରିବ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ଗଣମାଧ୍ୟମ ସହ ସମଗ୍ର ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଗସ୍ତ କରି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 5, 2024, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.