ETV Bharat / politics

ପ୍ରଚାର କରିଥିଲେ ରାହୁଲ, ବଲାଙ୍ଗୀରରେ ଖାତା ଖୋଲି ପାରିଲାନି କଂଗ୍ରେସ - congress face massive defeat in Balangir

author img

By ETV Bharat Odisha Team

Published : Jun 6, 2024, 3:26 PM IST

Congress face massive defeat in Balangir: ବଲାଙ୍ଗୀରର ସଂସଦୀୟ ଆସନ ସହ 5 ବିଧାନସଭା ଆସନରେ ଖାତା ଖୋଲିପାରିଲା ନାହିଁ କଂଗ୍ରେସ । ନିଜେ ପ୍ରଚାର କରିଥିଲେ ରାହୁଲ ଗାନ୍ଧୀ । ପରାଜୟ ପରେ ଏମିତି କହୁଛନ୍ତି ଦଳୀୟ ନେତା । ଅଧିକ ପଢନ୍ତୁ

ପ୍ରଚାର କରିଥିଲେ ରାହୁଲ, ବଲାଙ୍ଗିରରେ ଖାତା ଖୋଲି ପାରିଲାନି କଂଗ୍ରେସ
ପ୍ରଚାର କରିଥିଲେ ରାହୁଲ, ବଲାଙ୍ଗିରରେ ଖାତା ଖୋଲି ପାରିଲାନି କଂଗ୍ରେସ (ETV Bharat Odisha)

ବଲାଙ୍ଗିର: ଏଥର ଲୋକସଭା ଓ ସାଧାରଣ ନିର୍ବାଚନ ରାଜ୍ୟ ରାଜନୀତିର ସ୍ଥିତି, ଚିତ୍ର ଓ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଅଢେଇ ଦଶନ୍ଧି ପରେ କ୍ଷମତାରୁ ହଟିଛି ଗଠନ ପର ଠାରୁ କ୍ଷମତାରେ ରହିଆସିଥିବା ଶକ୍ତିଶାଳୀ ‘ବିଜେଡି’ । ପ୍ରଥମଥର ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ପାଇଛି ‘ଭାରତୀୟ ଜନତା ପାର୍ଟି’ । ହେଲେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ପୂର୍ବାପେକ୍ଷା ସାମାନ୍ୟ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ସେପିରି କୌଣସି ଆଖିଦୃଶିଆ ସଫଳତା ହାସଲ କରିନି । ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ପରାଜୟ ସ୍ବୀକାର କରିବାକୁ ବାଧ୍ୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ସହ ଏଥର ଅନେକ ଭେଟେରାନ ନେତା ମଧ୍ୟ ଧରାଶାୟୀ ହୋଇଛନ୍ତି । କଂଗ୍ରେସର ସବୁ କୌଶଳ ଓ ଷ୍ଟାର-ପ୍ରଚାରକ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ତମାମ କେନ୍ଦ୍ରୀୟ ନେତାଙ୍କ ଗସ୍ତ ସତ୍ତ୍ୱେ ଦଳର ଭୋଟ ପରିମାଣ କମିଛି । ତେବେ କ’ଣ ରହିଛି କାରଣ ଓ କ’ଣ କହୁଛନ୍ତି ନେତା ଦେଖନ୍ତୁ ଏହି ରିପୋର୍ଟ ।

ସାରା ଦେଶକୁ ଏଥର ଓଡିଶାର ନିର୍ବାଚନ ଫଳାଫଳ ଚକିତ କରିଛି । ବିଜେଡିକୁ ବଡ ବିପର୍ଯ୍ୟୟର ସାମନା କରିବାକୁ ପଡିଛି । ତେବେ ବିଜେପି ଝଡରେ ବିଜେଡି ହାରି ଥିବା ବେଳେ କଂଗ୍ରେସର ସ୍ଥିତି ଆହୁରି ଖରାପ ରହିଛି । କଂଗ୍ରେସର ଅନେକ ବଡ ବଡ଼ ନେତା ଏଥର ପରାଜୟର ସାମ୍ନା କରିଛନ୍ତି । ତେବେ ଏହାର କାରଣକୁ ନେଇ ଖୋଦ କଂଗ୍ରେସ ନେତାଏଁ ଚକିତ ଥିବା ବେଳେ କେନ୍ଦ୍ରରେ ସଫଳତା ହାରକୁ ନେଇ କିଛି ଖୁସି ଅଛନ୍ତି । ସେହିପରି କିଛି କଂଗ୍ରେସ ନେତା ଏହି ବିପର୍ଯ୍ୟୟ ପାଇଁ ଦଳୀୟ ନେତୃତ୍ୱ ଓ ବରିଷ୍ଠ ନେତାଙ୍କୁ କାରଣ ବୋଲି କହିଛନ୍ତି ।

ଓଡ଼ିଶାରେ ଏଥର ନିର୍ବାଚନ ଫଳାଫଳ ବିଜେପିକୁ ବହୁମତ ଦେଇଥିବା ବେଲେ ବିଜେଡିକୁ ପଞ୍ଚମ ପାଳିର ବିଜୟ ପରେ ହାରିବାକୁ ପଡିଛି । ସେହିପରି ଏଥିରେ ସବୁଠୁ ଖରାପ ପରିସ୍ଥିତିରେ କଂଗ୍ରେସ ରହିଛି । ଏହା ସହ ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ହାର କମିବା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି । ଏହିପରି ବଲାଙ୍ଗୀରରେ କଂଗ୍ରେସର ସ୍ଥିତି ମଧ୍ୟ ସମାନ ରହିଛି । ଏଠି ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସବୁଠି ପରାଜୟ ବରଣ କରିଛି ।

କଂଗ୍ରେସ ଦଳରୁ ଏଥର ଚାରିଜଣ ନବାଗତ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ସେମାନେ ସବୁଠି ତୃତୀୟ ସ୍ଥାନରେ ରହି ବହୁ ଭୋଟ ବ୍ୟବଧାନରେ ହାରିଛନ୍ତି । ତେବେ ବଲିଉଡ ଅଭିନେତା ମନୋଜ ମିଶ୍ର ଏଥର କଂଗ୍ରେସରେ ଯୋଗଦାନ କରି ବଲାଙ୍ଗୀର ସାଂସଦ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ 2 ଲକ୍ଷ 30 ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଛନ୍ତି । ତେବେ 2019 ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର 2 ଲକ୍ଷ 71 ହଜାର ଭୋଟ ପାଇ ହାରିଥିବା ବେଳେ ଏଥର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର 40 ହଜାର କମ ଭୋଟ ପାଇଛନ୍ତି । ତେବେ ସେ 71 ହଜାର 856 ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହି ପରାଜିତ ହୋଇଛନ୍ତି । ସେପଟେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଚାରିଥରର ବିଜେତା ସନ୍ତୋଷ ସିଂ ସାଲୁଜା ଏଥର ମାତ୍ର 26 ହଜାର 839 ଭୋଟ ପାଇ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାଜୟର ସାମ୍ନା କରିଛନ୍ତି ।

ଏଥର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନବାଗତ ବିରେନ୍ଦ୍ର ବାଗ ମଧ୍ୟ 18 ହଜାର 97 ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଛନ୍ତି । ସମାନ ଭାବରେ ପଟଣାଗଡରେ ମଧ୍ୟ ନବାଗତ କଂଗ୍ରେସ ପ୍ରାର୍ଥୀ ଅନୀଲ ମେହେର ମଧ୍ୟ ମାତ୍ର 26 ହଜାର 549 ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଛନ୍ତି । ତେବେ ସଂସଦୀୟ କ୍ଷେତ୍ର ହେଉ କିମ୍ବା ବିଧାନସଭା କ୍ଷେତ୍ର, ହେଉ ସବୁଠି କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ପରାଜୟ ବରଣ କରିବା ସହ ତାଙ୍କର ଭୋଟ ପ୍ରତିଶତ ମଧ୍ୟ କମିଛି ।

ସେପଟେ ଏହି ପରାଜୟକୁ ନେଇ ବଲିଉଡ ଅଭିନେତାରୁ ରାଜନେତା ହୋଇଥିବା ଓ ଏଥର କଂଗ୍ରେସ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ହୋଇଥିବା ମନୋଜ ମିଶ୍ର କହିଛନ୍ତି ଯେ, ଏଥର ଫଳାଫଳରେ ସେ ଖୁସି ଅଛନ୍ତି । କାରଣ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ଅଧିକ ଆସନ ପାଇଁ ଭଲ ସ୍ଥିତିରେ ରହିଛି । ଓଡ଼ିଶାରେ ଏଥର ବିଜେପି ସରକାର ଗଢିବ । ତେବେ ବିଜେପି ଏଠିକାର ଦାବି କୋଶଳ ରାଜ୍ୟ ଗଠନ ସହ କୋଶଳ ଭାଷାକୁ ମାନ୍ୟତା ଦେଉଛି କି ନାହିଁ ତାହା ଦେଖିବାକୁ ଅଛି ବୋଲି କହିଛନ୍ତି ମନୋଜ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ କହିବା କଥା, ଏଥର ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟ କରିଛି । କେନ୍ଦ୍ର କିମ୍ବା ରାଜ୍ୟ ହେଉ କି ବଲାଙ୍ଗିର ଜିଲ୍ଲା, ଏହି ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ତେବେ ବିଜେପି ବାହସ୍ପଟ ମାରୁଥିଲା ଏଥର ଚାରିଶହ ପାର କରିବ । ହେଲେ ସେ ଏକାକୀ ସରକାର ଗଢିବାରେ ଏଥର ବିଫଳ ହେବ ଦଳ । ସେହିପରି ରାଜ୍ୟରେ କିନ୍ତୁ ବିଜେପି ସଫଳ ହୋଇଥିବା ବେଳେ ଏଠି ସରକାର ଗଢିବ । ହେଲେ ଏଠି ବିଜେପି 20ଟି ସଂସଦୀୟ କ୍ଷେତ୍ରରେ ବିଜୟ ହୋଇଛି । କଂଗ୍ରେସ ଗୋଟିଏରେ ବିଜୟ ଲାଭ କରିଛି । ହେଲେ ଏଠୁ ବିଜେଡି ପୁରା ସଫା ହୋଇଯାଇଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଅପରାଜେୟ ଅଦ୍ବିତୀୟ ନବୀନ, ସୋସିଆଲ ମିଡିଆରେ ଟ୍ରେଣ୍ଡିଂ, ଝୁରୁଛନ୍ତି ଲୋକେ - NAVEEN PATNAIK POPULARITY IN SOCIAL MEDIA

ସେପଟେ କଂଗ୍ରେସର ପ୍ରଦର୍ଶନ ଅତି ଦୟନୀୟ ଥିବା ବେଳେ ହାରିଥିବା ନେତା କେନ୍ଦ୍ରରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଖୁସି ଜାହିର କରିଛନ୍ତି । ସେପଟେ କିନ୍ତୁ କିଛି କଂଗ୍ରେସ ନେତା ଏହି ପରାଜୟ ପାଇଁ କଂଗ୍ରେସର ବରିଷ୍ଠ ନେତା ଓ ନେତୃତ୍ୱକୁ ଦୋଷ ଦେଇଛନ୍ତି । ଯେଉଁଥିରେ ବଲାଙ୍ଗୀର ସାଂସଦ ଟିକେଟ ଆଶାୟୀ ଥାଇ ସଫଳ ହୋଇନଥିବା କଂଗ୍ରେସ ନେତା ଆକବର ଖାଁ କହିଛନ୍ତି ଯେ, କଂଗ୍ରେସର ଏହି କିଛି ସ୍ୱାର୍ଥବାଦୀ ନେତା ଓ ଲୋଭୀ ନେତାଙ୍କୁ ଦଳରେ ମ୍ୟାନେଜ କରାଯିବାରୁ କଂଗ୍ରେସର ଏଭଳି ସ୍ଥିତି ହୋଇଛି । ଏପରିକି ଏଥର ଓଡ଼ିଶାରେ ବିଜେଡି ବିରୋଧରେ ଲହର ଥିଲା ଏବଂ ଏହାର ଫାଇଦା କଂଗ୍ରେସ ନେବା କଥା । ହେଲେ ଏହି ନେତାମାନଙ୍କ ଯୋଗୁଁ ଏଠି କଂଗ୍ରେସ ବିଫଳ ହୋଇଥିବା ବେଳେ ଫାଇଦା ବିଜେପି ନେଇଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.