ETV Bharat / politics

ନବୀନଙ୍କ ସୁରକ୍ଷାକର୍ମୀ ଅପସାରଣ, ପାଣ୍ଡିଆନ-କୁଟ୍ଟେଙ୍କ ଆଉ ନାହିଁ ପିଏସଓ : ଜୟ ନାରାୟଣ କହିଲେ ନିୟମ ପାଳନ ହୋଇଛି - SECURITY DOWNGRADES OF NAVEEN

ଭିଭିଆପିଙ୍କ ସୁରକ୍ଷାରେ ସରକାର ବଡ଼ ପରିବର୍ତ୍ତନ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ପାଣ୍ଡିଆନ, କୁଟ୍ଟେ ଏବଂ ଆଶିଷଙ୍କ ସୁରକ୍ଷା କର୍ମୀଙ୍କୁ ବି ଅପସାରଣ କରାଯାଇଛି ।

ହଟିଲା ପାଓ୍ବାର କରିଡର ବାବୁଙ୍କ ସୁରକ୍ଷା
ହଟିଲା ପାଓ୍ବାର କରିଡର ବାବୁଙ୍କ ସୁରକ୍ଷା (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 4:56 PM IST

Updated : Nov 2, 2024, 5:18 PM IST

ଭୁବନେଶ୍ବର: ହଟିଲା ବାବୁଙ୍କ ସୁରକ୍ଷା ବ୍ୟବସ୍ଥା । ଆଉ ଦେଖିବାକୁ ମିଳିବନି ମାଳ ମାଳ ସୁରକ୍ଷା କର୍ମୀ । ପୂର୍ବତନ ଆଇଏଏସ ତଥା ବିଜେଡ଼ି ନେତା ଭିକେ ପାଣ୍ଡିଆନ ସହ କିଛି ଆଇଏଏସଙ୍କ ମଧ୍ୟ ସୁରକ୍ଷା ହଟାଇଦିଆଯାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ସେପଟେ ଏହାକୁ ନେଇ ବିଜେଡ଼ି କଡ଼ା ନିନ୍ଦା କରିଛି ।

ହଟିଲା ପାଓ୍ବାର କରିଡର ବାବୁଙ୍କ ସୁରକ୍ଷା (ETV Bharat Odisha)

ନବୀନଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ:

ଏକଦା କ୍ଷମତାର କେନ୍ଦ୍ରଥିବା ଭିକେ ପାଣ୍ଡିଆନଙ୍କର ୨ ଜଣ ପିଏସଓଙ୍କୁ ଅପସାରଣ କରାଯାଇଛି । ସେମାନଙ୍କ ମଧ୍ୟରେ ଥିଲେ ଜଣେ ଏସଏସବି ଯବାନ ଏବଂ ଅନ୍ୟଜଣେ ରିଜର୍ଭ ବାଟାଲିୟନର ଯବାନ ।ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ସୁରକ୍ଷାରେ ମଧ୍ୟ ପୂର୍ବ ଅପେକ୍ଷା ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ୪୫ ଜଣ ସୁରକ୍ଷା କର୍ମୀ ଦାୟିତ୍ୱରେ ରହିଥିବାବେଳେ ବର୍ତ୍ତମାନ କେବଳ ୧୨ ଜଣ ସିପାହୀଙ୍କ ସହ ୩ ହାବିଲଦାର ସୁରକ୍ଷା ଦାୟିତ୍ବରେ‌ ଅଛନ୍ତି । ପୂର୍ବରୁ ନବୀନ ନିବାସ ବାହାରେ ଓ ଭିତରେ ସମେତ ତିନି ସିଫ୍ଟରେ ପାଖାପାଖି ୩୦୦ ପୋଲିସ କର୍ମଚାରୀ ନିୟୋଜିତ ରହୁଥିଲେ ।

ହଟିଲା ପାଓ୍ବାର କରିଡର ବାବୁଙ୍କ ସୁରକ୍ଷା
ହଟିଲା ପାଓ୍ବାର କରିଡର ବାବୁଙ୍କ ସୁରକ୍ଷା (ETV Bharat Odisha)

ହଟିଲେ ଅସିତଙ୍କ ପିଏସଓ:

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କର ୨ଜଣ ପିଏସଓଙ୍କୁ ହଟାଯାଇଛି । ସେହିପରି ପାଓ୍ବାର କରିଡରର ପାଓ୍ବାରଫୁଲ ତଥା ବିବାଦୀୟ ଆଇପିଏସ ଡିଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କର ମଧ୍ୟ ତିନି ତିନି ଜଣ ପିଏସଓଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଯାଇଛି ।

ଏନେଇ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି,"ଏହା ଏକ ସାଧାରଣ ପ୍ରକ୍ରିୟା । ସମୟ କ୍ରମେ ରାଜ୍ୟସ୍ତରୀୟ କମିଟି ଏହାକୁ ତର୍ଜମା କରେ । ଗ୍ରାଉଣ୍ଡରେ ସୁରକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।"

ଏମିତି କହିଲା ବିଜେଡ଼ି:

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି,"ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଆସିଛନ୍ତି । ଭାରତ ବର୍ଷର ଏକ ଆଞ୍ଚଳିକ ଦଳର ନେତା ଭାବେ ଆଜି ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ସମସ୍ତେ ଗ୍ରହଣ କରୁଛନ୍ତି । ଗଣତନ୍ତ୍ରରେ ସରକାରୀ ଦଳ ଆବଶ୍ୟକତା ରହିଛି । ସେହିପରି ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢନ୍ତୁ ....ଗଲା କ୍ଷମତା, ହଟିଲା ସୁରକ୍ଷା ବ୍ୟବସ୍ଥା: ପାଣ୍ଡିଆନଙ୍କ ଘର ଆଗରେ ଆଉ ନାହିଁ ବ୍ୟାରିକେଡ୍ - Barricades Removed

ଏହା ମଧ୍ୟ ପଢନ୍ତୁ...ଅସାଧୁ ବ୍ୟବସାୟୀ, ଅଣସୂପକାର ସାବଧାନ ! ଆନନ୍ଦ ବଜାରରେ ଆଉ ମିଳିବନି ବାସି ଅବଢା, ଜଗିଲେ 20 ପୂର୍ବତନ ସେନା କର୍ମଚାରୀ, ଫୋକସରେ ମନ୍ଦିର ସୁରକ୍ଷା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ - Puri Jagannath Temple security

ସେ ଆହୁରି ମଧ୍ୟ କହିଛନ୍ତି," ସରକାରର ସୌଜନ୍ୟତା ଦୃଷ୍ଟିରୁ ନବୀନ ବାବୁ ଏବେ ଏଠି କେବଳ ଜଣେ ବିରୋଧୀ ଦଳର ନେତା ନୁହଁନ୍ତି । ସେ ଓଡିଶାବାସୀଙ୍କର ଜଣେ ସର୍ବମାନ୍ୟ ନେତା । ରାଜ୍ୟ ସରକାରଙ୍କର ଏହି ଆଚରଣ ମୋତେ ବିସ୍ମିତ କରିଛି । ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ହୋଇଛି । ନବୀନ ବାବୁଙ୍କ ଭଳି ଜଣେ ତୁଙ୍ଗ ନେତୃତ୍ୱଙ୍କର ସୁରକ୍ଷାରେ ଯେମିତି ଆଗାମୀ ଦିନରେ କୌଣସି ତ୍ରୁଟି ନହୁଏ, ଏହା ରାଜ୍ୟ ସରକାରଙ୍କର ଉତ୍ତର ଦାୟିତ୍ୱ ରହିବା ଉଚିତ । କିନ୍ତୁ ଏ ରାଜ୍ୟ ସରକାରରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେଉଁ ତ୍ରୁଟି ଓ ଭୁଲ କରିଛନ୍ତି, ସଂଶୋଧନ କରିବେ ।"

bjp leader jayanarayan mishra reaction (ETV Bharat Odisha)
ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା:

ଏହାକୁ ନେଇ ପ୍ରତିକ୍ରିୟାରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, "ସେମାନେ ଯେଉଁ ଅନ୍ୟାୟ ଅତ୍ୟାଚାର ବ୍ୟଭିଚାର କରିଛନ୍ତି ସେମାନଙ୍କ ମନରେ ଭୟ ରହିଛି । କାଳେ ଲୋକ ମାନେ କିଛି କରିଦେବେ । ସେଥିପାଇଁ ସିକ୍ୟୁରିଟି ନେଇଛନ୍ତି । କିନ୍ତୁ ମୁଁ ବିରୋଧୀ ଦଳ ନେତା ଥିଲାବେଳେ ସିକ୍ୟୁରିଟି ନେଇନଥିଲି । ଯେଉଁ ନିୟମ ଅଛି ସରକାର ସେହି ଅନୁସାରେ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 2, 2024, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.