ETV Bharat / politics

ଛିଡୁନି କଂଗ୍ରେସର PCC ଅଙ୍କ, AICCକୁ ଚିଠି ଲେଖିଲେ ଜୟଦେବ - Odisha PCC President

author img

By ETV Bharat Odisha Team

Published : Aug 1, 2024, 10:27 PM IST

ODISHA PCC PRESIDENT: କିଏ ହେବେ ଓଡ଼ିଶା କଂଗ୍ରେସର PCC ସଭାପତି । ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଲବି । ସେପଟେ ଖୁବଶୀଘ୍ର ନୂଆ ପିସିସି ସଭାପତି ଘୋଷଣା ନେଇ AICCକୁ ଚିଠି ଲେଖିଲେ କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢନ୍ତୁ

ପିସିସିକୁ କ୍ରିୟାଶୀଳ କରିବାକୁ ଚିଠି ଲେଖିଲେ :ଜୟଦେବ
ପିସିସିକୁ କ୍ରିୟାଶୀଳ କରିବାକୁ ଚିଠି ଲେଖିଲେ :ଜୟଦେବ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ । ବିଜୁ ଜନତା ଦଳ ଏବେ ବିରୋଧୀ ଭୂମିକାରେ । ହେଲେ ବିଜେପି ସହ ଲଢ଼ିବାକୁ ଓଡିଶା କଂଗ୍ରେସକୁ ସଶକ୍ତ ଏବଂ ଅଧିକ କ୍ରିୟାଶୀଳ କରିବାକୁ ଯୋଜନା ପ୍ରସ୍ତୁତ କରୁଛି AICC । ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଗ୍ରହଣୀୟତା ବୃଦ୍ଧି ପାଇବା ପରେ ଓଡ଼ିଶାରେ ବିଜେପି ସହ ଲଢ଼ିବାକୁ କଂଗ୍ରେସ ଅଣ୍ଟା ଭିଡୁଛି । ଖୁବଶୀଘ୍ର ନୂଆ ପିସିସି ସଭାପତି ଘୋଷଣା ହେବ । ଏନେଇ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଲବି ।

କିଏ ହେବ କଂଗ୍ରେସ ପିସିସି ସଭାପତି:

ପରବର୍ତ୍ତୀ ପିସିସି ସଭାପତି ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ଭକ୍ତ ଦାଶ ପ୍ରମୁଖ ରହିଛନ୍ତି । ଦୀର୍ଘ 11 ଦିନ ହେବ ପିସିସି କମିଟି ଭଙ୍ଗ ହୋଇଥିବାରୁ ଓଡିଶା ପ୍ରଦେଶରେ କଂଗ୍ରେସ ଏବେ ମୁରବୀ ବିହୀନ । ସେପଟେ ପିସିସିକୁ କ୍ରିୟାଶୀଳ କରିବାକୁ ତୁରନ୍ତ ନେତା ଘୋଷଣାକରୁ AICC ବୋଲି ଦାବି କରି ଚିଠି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

AICC ଚିଠି ଲେଖିଲେ ଜୟଦେବ:

ଏଆଇସିସିକୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଗଣମାଧ୍ୟମକୁ ସୂଚନା ଦେଇ ଜୟଦେବ କହିଛନ୍ତି "ରାଜ୍ୟରେ ବଡ ବିକଳ୍ପ ହେଉଛି କଂଗ୍ରେସ । ଦେଶ ଏବଂ ରାଜ୍ୟରେ ଏବେ ରାଜନୈତିକ ସ୍ଥିତି ଯାହା ରହିଛି, କେଉଁ ମୁହୂର୍ତ୍ତରେ କିଛି ବି ହୋଇପାରେ । ତେଣୁ କଂଗ୍ରେସ ଦଳ ସବୁ ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ । ଏଆଇସିସି ଯାହାକୁ ସଭାପତି କରେଇବେ ଆମେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଯେଉଁ ନେତା ଲୋକଙ୍କ ସାଙ୍ଗରେ ରହିଛନ୍ତି ସେଭଳି ନେତାଙ୍କୁ ଦାୟିତ୍ୱ ଦିଆଯାଉ ।" ଗତକାଲି ଦିଲ୍ଲୀରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ଆଜି ସେ ବିଜେପିରେ ଯୋଗଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ସେପଟେ AICC ଖୁବଶୀଘ୍ର ଜଣେ ଭଲ ପିସିସି ସଭାପତି ଘୋଷଣା କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରତିକ୍ରୟା:

ତେବେ ପିସିସି ସଭାପତି ନାଁ ଘୋଷଣା ନେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି " ପିସିସି ସଂକ୍ରାନ୍ତୀୟ ଯାହା ନିଷ୍ପତ୍ତି AICC ନେବ । 2029ରେ ସାଧାରଣ ନିର୍ବାଚନ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ସେଥିପାଇଁ ସଂଗଠନକୁ ଅଧିକ ସୁଦୃଢ କରିବାକୁ ଜଣେ ଭଲ ଆଉ ଦକ୍ଷ ନେତା ଘୋଷଣା କରିବ AICC । କେନ୍ଦ୍ରୀୟ ନେତା ପାଖରେ ଓଡିଶାର ସକାରାତ୍ମକ ଛବି ରହିଛି । "ଦିଲ୍ଲୀରେ କିଛି ନେତା ଡେରା ପକାଇବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଦିଲ୍ଲୀ ଯିଏ ଯାଉଛନ୍ତି କୌଣସି ଅସୁବିଧା ନାହିଁ । ଦଳର ଉଚ୍ଚ ନେତୃତ୍ୱଙ୍କୁ ସମସ୍ତେ ଭେଟି ପାରିବେ ।

କ'ଣ କହିଲେ ବିଧାୟକ ଅଶୋକ ଦାଶ ?

ପିସିସି ସଭାପତି କେଉଁଭଳି ହେବା ଦରକାର ସେ ନେଇ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାଶ କହିଛନ୍ତି "ଜଣେ ଯୁବକ ,ଦାୟିତ୍ୱ ସମ୍ପର୍ଣ୍ଣ ,ଲୋକମାନଙ୍କ ଆସ୍ଥାଭାଜନ ହେବା ଭଳି ନେତା ପିସିସି ସଭାପତି ହେବାର ଆବଶ୍ୟକତା ରହିଛି । ନିର୍ବାଚନରେ ଆଶାତୀତ ସଫଳତା ନମିଳିବାରୁ ପିସିସି ସଭାପତି ପରିବର୍ତ୍ତନ ହେବା ନେଇ AICC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.