ETV Bharat / politics

ମାଇନିଂ ମାଫିଆ ସହ ମିଶି ଓଡିଶାକୁ ଲୁଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଅଜୟ କୁମାର - PM Narendra Modi visit to Odisha

Dr Ajoy Kumar reaction on PM visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାର ବିରୋଧରେ କିଛି ନକହିବାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ । ଖୁବଶୀଘ୍ର ପାଣ୍ଡିଆନ ବିଜେଡିକୁ ବିଜେପି ସହିତ ମିଶେଇ ଦେବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର
କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର
author img

By ETV Bharat Odisha Team

Published : Feb 3, 2024, 9:32 PM IST

କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କଂଗ୍ରେସର ସାଙ୍ଘାତିକ ଅଭିଯୋଗ । ଓଡିଶା ପାଇଁ ନୂଆ ଯୋଜନା ଦେଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଇନିଂ ମାଫିଆ ସହିତ ମିଶି ଓଡିଶାକୁ ଖାଲି କରିଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ବିରୋଧରେ ପଦିଏ କହିଲେ ନାହିଁ । ଅମିତ ଶାହଙ୍କ ସହ ଭିକେ ପାଣ୍ଡିଆନ ସେଟିଂ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ବିଜେଡିରେ ଥିବା ନେତାଙ୍କୁ ଦଳ ଛାଡ଼ିବାକୁ ଦେଲେ ଆହ୍ବାନ । କାରଣ ବିଜେଡି ଆଉ ବିଜେଡି ହୋଇନାହିଁ, ବିଜେପି ହୋଇ ସାରିଛି । ଆଗାମୀ ଦିନରେ ପାଣ୍ଡିଆନ ବିଜେଡିକୁ ବିଜେପି ସହିତ ମିଶେଇଦେବେ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ତେବେ କଂଗ୍ରେସର ଏପରି ଅଭିଯୋଗ ନେଇ ବିଜେଡି ଓ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।

କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ ସର୍ବଭାରତୀୟ ପୋଲିସ ସେବା ଅଧିକାରୀ ଅଜୟ କୁମାର କହିଛନ୍ତି, "ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ଯୋଜନା ନାହିଁ । ଓଡିଶାକୁ ନୂଆ କଣ ଦେଇଛନ୍ତି ମୋଦି କୁହନ୍ତୁ । ପାରାଦ୍ବୀପ ପୋର୍ଟ, ହୀରାକୁଦ, ନାଲ୍‌କୋ ଓ ଅନ୍ୟ ଶିଳ୍ପ କଂଗ୍ରେସ ସମୟରେ ହୋଇଛି । ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ହରେକୃଷ୍ଣ ମହତାବ, ବସନ୍ତ ବିଶ୍ବାଳ ପ୍ରମୁଖ ଓଡିଶା ପାଇଁ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମାଇନିଂ ମାଫିଆ ସହିତ ମିଶି ଓଡିଶାକୁ ଖାଲି କରିଦେଇଛନ୍ତି । ଆଦିବାସୀଙ୍କୁ ବର୍ବାଦ କରିବା ସହ ଓଡିଶାକୁ ଲୁଟି ନେଇଛନ୍ତି ।" ସେଥିପାଇଁ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପଦେ କହିଲେ ନାହିଁ ବୋଲି ଅଜୟ କୁମାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ କହିଛି ବିଜେପି ଓ ବିଜେଡି ମଧ୍ୟରେ ବିବାହ ହୋଇସାରିଛି । ଏହା ପୁନର୍ବାର ଆଜି ପ୍ରମାଣିତ ହୋଇଛି । ଯେଉଁ ଦଳ ସହିତ ବିଜେପିର ବିବାହ ହୋଇସାରିଛି, ମୋଦି ସେ ଦଳ ବାବଦରେ କେମିତି କହିବେ । ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଗଠବନ୍ଧନ ହୋଇସାରିଛି । ସେଥିପାଇଁ ଲୋକେ ଏବେ ବୁଝୁଛନ୍ତି ବିଜେଡି କି ବିଜେପିକୁ ଭୋଟ ଦେବା ଗୋଟେ କଥା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସେଟିଂ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତେଣୁ ଏବେ ବିଜେଡିରେ ଥିବା ନେତା ଦଳ ଛାଡ଼ନ୍ତୁ । ବିଜେଡି ଆଉ ବିଜେଡି ହୋଇନାହିଁ । ବିଜେପି ହୋଇ ସାରିଛି । ପାଣ୍ଡିଆନ ବିଜେଡିକୁ ବିଜେପି ସହିତ ମିଶେଇଦେବେ । ବିଜେଡି ଶେଷ ହୋଇଗଲାଣି । ଆଉ ଏହା ବିଜେପି ହୋଇଗଲାଣି । ଜନସାଧାରଣ ଏହା ବୁଝିବା ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.