ETV Bharat / politics

ଇଡି, ସିବିଆଇ ଓ ଆଇଟିକୁ ଅପବ୍ୟବହାର କରୁଛି ବିଜେପି: କଂଗ୍ରେସ - GENERAL ELECTION 2024

author img

By ETV Bharat Odisha Team

Published : Mar 31, 2024, 10:37 PM IST

Congress Press Meet: ସରକାରୀ ସଂସ୍ଥାକୁ ଦୁରୁପଯୋଗ କରି ବିଜେପି ଅର୍ଥ ଆଦାୟ କରୁଛି ବୋଲି କଂଗ୍ରେସ କହିଛି । ସେହିପରି କଂଗ୍ରେସର ଆକାଉଣ୍ଟକୁ ବନ୍ଦ କରି ମନୋବଳ ଭାଙ୍ଗିବାର ପ୍ରୟାସକୁ ନିନ୍ଦା କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଇଡି, ସିବିଆଇ ଓ ଆଇଟିକୁ ଅପବ୍ୟବହାର କରୁଛି ବିଜେପି: କଂଗ୍ରେସ

ଭୁବନେଶ୍ବର: ନିର୍ବାଚନୀ ବଣ୍ଡ ଆଳରେ ବିଜେପି କଳା ଟଙ୍କା ଠୁଳ କରିବାର ଅଭିଯୋଗ ଆଣିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ବିଜେପି ବିଜେଡିକୁ ଟାର୍ଗେଟ କରିଥିଲେ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ନିର୍ବାଚନୀ ବଣ୍ଡ ତଥ୍ୟ ପ୍ରକାଶ ପାଇଛି ସେଥ‌ିରୁ ଭାରତୀୟ ଜନତାପାର୍ଟି ୨୦୧୯ ମସିହା ଜାନୁଆରୀ ମାସ ପାଖରୁ ୨୦୨୪ ମସିହା ପର୍ଯ୍ୟନ୍ତ ୮ ହଜାର ୨୫୨ କୋଟି ଟଙ୍କା ବିଭିନ୍ନ କମ୍ପାନୀ ଏବଂ ଶିଳ୍ପପତିମାନଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ପାଇଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଭାରତବର୍ଷର ୩୫ଟି ଫାର୍ମା କମ୍ପାନୀମାନେ ବିଜେପି ଦଳକୁ ୮୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ଦେଇଛନ୍ତି ।

ଏପରିକି ଏହିସବୁ କମ୍ପାନୀମାନଙ୍କର ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟାକୁ ଶେଷ ନକରି ମୋଦି ସରକାର କୋଭିଡ ସମୟରେ ଏମାନଙ୍କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଔଷଧ ବିକ୍ରି କରିବା ପାଇଁ ଅନୁମତି ଦେଲେ । ଏପରିକି ଏହିସବୁ ଔଷଧର ସଫଳ କାର୍ଯ୍ୟକାରିତା ଏବଂ ଗୁଣବତ୍ତା ଉପରେ କେନ୍ଦ୍ର ସରକାରଙ୍କର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସରକାରଙ୍କୁ ପତ୍ର ଲେଖି ଜଣାଇଥିଲେ ମଧ୍ୟ ମୋଦି ସରକାର ଅର୍ଥଲାଳସାରେ ଅନୁମତି ପ୍ରଦାନ କରିଛନ୍ତି । କାମ ନିଅ ପଇସା ଦିଅ ନୀତିରେ ବହୁ କମ୍ପାନୀମାନଙ୍କୁ ବଡ଼ ବଡ଼ ସରକାରୀ ଟେଣ୍ଡରକୁ ପ୍ରଦାନ କରି ଶହ ଶହ କୋଟି ଟଙ୍କା ଚାନ୍ଦା ପାଇଛନ୍ତି । ଇଡି, ସିବିଆଇ ଏବଂ ଆୟକର ବିଭାଗ ବିଜେପି ଦଳ ପାଇଁ ଜୋର ଜୁଲମ କରି ଚାନ୍ଦା ଆଦାୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବିଜେଡି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦୁର୍ନୀତି କରୁଛି: ରାଉରକେଲା କଂଗ୍ରେସ - GENERAL ELECTION 2024

ସେହିପରି ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହୋଇ ମଧ୍ୟ ୧୦୧୯.୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇଛନ୍ତି । ଏପରିକି ଯେଉଁସବୁ କମ୍ପାନୀମାନେ ଓଡ଼ିଶା ସରକାରଙ୍କ ଦ୍ଵାରା ବିଭିନ୍ନ ଉପାୟରେ ଲାଭ ପାଇଛନ୍ତି । ବଡ଼ ବଡ଼ ଠିକାକାମ ପାଇଥିବା କମ୍ପାନୀମାନେ ଠିକା କାମ ପାଇବା ପୂର୍ବରୁ ଓ ଠିକା କାମ ପାଇବାପରେ ବିଜୁ ଜନତା ଦଳକୁ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ସେହିପରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଥିଲେ ଯେ ବିଜେପି ଦଳ ଓ କେନ୍ଦ୍ର ସରକାର ସଂପୂର୍ଣରୂପେ ଦୁର୍ନୀତିରେ ଉବୁଟୁବ ହେଉଥିବା ଦଳ । କଂଗ୍ରେସ ଦଳକୁ ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବାପାଇଁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଙ୍ଗିତରେ ଆୟକର ବିଭାଗ ତିନି ତିନିଟି ଡିମାଣ୍ଡ ନୋଟିସ ପଠାଇଛି ।

କଂଗ୍ରେସ ଦଳର ସମସ୍ତ ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । କଂଗ୍ରେସ ଦଳ ଭାରତ ବର୍ଷର ଦ୍ଵିତୀୟ ବୃହତମ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଜାଣିଶୁଣି କିଭଳି ଭାବରେ କଂଗ୍ରେସ ଦଳରେ ଆର୍ଥିକ ଏବଂ ମାନସିକ ସ୍ତରରେ ଦୁର୍ବଳ କରିଦିଆଯିବ ଏବଂ ଅର୍ଥ ଅଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ କଂଗ୍ରେସ ଦଳ ଠିକ ଭାବେ ପରିଚାଳନା କରିପାରିବ ନାହିଁ ସେଥ‌ିପାଇଁ ଏହି ଚକ୍ରାନ୍ତ କରାଯାଇଛି । ବିଶେଷ କରି ନରେନ୍ଦ୍ର ମୋଦି ସ୍ବେଚ୍ଛାଚାରିତାକୁ ଜନସାଧାରଣ ଉପଯୁକ୍ତ ଜବାବ ଦେବେ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.