ETV Bharat / politics

ନବୀନ ନୁହେଁ ମୋଦି ସରକାରଙ୍କ ୧୦ ବର୍ଷର ବିଶ୍ବସନୀୟତା କାମ ଦେବ: ମନମୋହନ ସାମଲ - BJP on Naveen Guarantee - BJP ON NAVEEN GUARANTEE

BJP on Naveen Guarantee: ଓଡ଼ିଶାରେ କାହା ଗ୍ୟାରେଣ୍ଟି କାମ ଦେବ ? ମୋଦି ଗ୍ୟାରେଣ୍ଟି ନା ନବୀନ ଗ୍ୟାରେଣ୍ଟି ? ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ଗ୍ୟାରେଣ୍ଟିକୁ କଟାକ୍ଷ କଲେ ମନମୋହନ । ଅଧିକ ପଢ଼ନ୍ତୁ

BJP on Naveen Guarantee
BJP on Naveen Guarantee
author img

By ETV Bharat Odisha Team

Published : Apr 24, 2024, 9:41 PM IST

BJP on Naveen Guarantee

ଭୁବନେଶ୍ବର: ଏଥର ନିର୍ବାଚନରେ ବିଭିନ୍ନ ଦଳ ଆଣିଛନ୍ତି ମାଳ ମାଳ ଗ୍ୟାରେଣ୍ଟି । ଜାତୀୟସ୍ତରରେ କଂଗ୍ରେସ ଗ୍ୟାରେଣ୍ଟି ବନାମ ମୋଦି ଗ୍ୟାରେଣ୍ଟି ଚର୍ଚ୍ଚାରେ ରହିଥିବାବେଳେ ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି ମୋଦି ଗ୍ୟାରେଣ୍ଟି ବନାମ ନବୀନ ଗ୍ୟାରେଣ୍ଟି । ଆଜି ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର ଅଭିଯାନକୁ ଓହ୍ଲାଇଥିବାବେଳେ ମୋଦି ଗ୍ୟାରେଣ୍ଟିକୁ ସମାଲୋଚନା କରି ନବୀନ ଓ 5T ଗ୍ୟାରେଣ୍ଟିକୁ ଲୋକେ ଭରସା କରିବେ ବୋଲି କହିଛନ୍ତି । ଯାହାକୁ ନେଇ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମୋହନ କହିଛନ୍ତି, "ଗ୍ୟାରେଣ୍ଟି ବିଷୟର ଉତ୍ତର ୪ ଜୁନରେ ମିଳିବ । ୧୮ ଦିନରେ ଲୋକେ ଟ୍ରେଲର ଦେଖାଇ ସାରିଛନ୍ତି, ଏବେ ଫିଲ୍ମ ବାକି ଅଛି । ୧୮ ଦିନ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯଦି ତା' ଉପରେ ବିଜେଡିର ବିଶ୍ବାସ ନାହିଁ ତେବେ ୪ ଜୁନ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଲୋକେ ଉଚିତ ଜବାବ ଦେବେ । ମୋଦିଙ୍କ ଉପରେ ୧୦ ବର୍ଷର ବିଶ୍ବାସ ତିଆରି ହୋଇଛି । ମୋଦି ଯାହା କହିଛନ୍ତି ପାଳନ କରିଛନ୍ତି । ଆମେ ସଂକଳ୍ପ ପତ୍ରରେ ୫୪୫ଟି ବିଷୟ ଲେଖିଛୁ ତାହା ପୂରଣ କରିଛୁ । ସେମାନେ ଯାହା କହିଛନ୍ତି ତାହା କରି ନାହାନ୍ତି । ତେଣୁ ମୋଦି ସରକାରଙ୍କ ୧୦ ବର୍ଷ ଶାସନ କାଳ ସମୟର ବିଶ୍ବସନୀୟତା କାମ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ବିରୋଧରେ ବିଜେପିର ଚାର୍ଜସିଟ୍‌, '୨୫ ବର୍ଷର ପାପ ପେଡ଼ି' ନାଁରେ ହେଲା ରିଲିଜ୍‌ - BJP Charge sheet

ସେ ଆହୁରି କହିଛନ୍ତି, "ସେମାନେ ଆତଙ୍କିତ ସବୁ ଦିଗରୁ । ଯିଏ କାମ ନକରିବ ସେ ଭୟଭୀତ ହେବ । ବିଜେପି ମନରେ କୌଣସି ଶଙ୍କା ନାହିଁ, ଲୋକେ ଦୁଇଟି ପଦ୍ମରେ ଭୋଟ ଦେବେ ।" ଯୋଡା ଶଙ୍ଖ ଏଥର କାମ କରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଆଜି ଚାର୍ଜସିଟ୍‌ ଆଣିଛି ବିଜେପି । ଏହି ଚାର୍ଜସିଟ୍‌କୁ ଲୋକମାନଙ୍କ ପାଖରେ ପହଞ୍ଚାଇବ ଦଳ । ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ ଲୋକମାନଙ୍କୁ ସଚେତନ କରିବ । ୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ । ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । '୨୫ ବର୍ଷର ପାପ ପେଡ଼ି' ନାଁରେ ବିଜେପି ଚାର୍ଜସିଟ୍‌ ରିଲିଜ୍‌ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.