ETV Bharat / politics

ତୁଟୁନି ‘ମମତା’ କଳି: ସଂଗଠନ ଦୁର୍ବଳ ମାନିଲା ବିଜେଡି, ଗଣେଶ୍ବର କହିଲେ ପର ଘର ଭାଙ୍ଗୁଛନ୍ତି - Mamata Mohanta Switching Politics

author img

By ETV Bharat Odisha Team

Published : Aug 3, 2024, 10:36 PM IST

Mamata Mohanta Switching Politics: ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡିବେ କି ? ରାଜ୍ୟସଭା ସାଂସଦ ମମତା ମହନ୍ତ ଦଳ ଛାଡିବା ପରେ ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏତିକିବେଳେ ସଂଗଠନ ଦୁର୍ବଳ ବୋଲି ବିଜେଡି ମାନିଛି ସତ । କିନ୍ତୁ ସରକାରୀ ଦଳ ଶିକାର କରୁଛି କହି ନିନ୍ଦା କରିଛି । ଜାଣନ୍ତୁ ରାଜନୀତି ପାଣିପାଗ କିପରି ରହିଛି ।

Mamata Mohanta Switching Politics
Mamata Mohanta Switching Politics (ETV Bharat Odisha)

ଭୁବନେଶ୍ବର: ଶାସନ କ୍ଷମତାରୁ ଯିବା ପରେ ହୁଏତ ବିଜେଡିରେ ସବୁ କିଛି ଠିକ ଚାଲିନାହିଁ । ଏକଥା ମମତା ମହନ୍ତ ବିଜେପିରେ ସାମିଲ ହେବା ପରେ ଚର୍ଚ୍ଚା ହେଉଛି । "ସରକାରୀ ଦଳ ବିଜେପି ପୋଚିଂ କରୁଛି" ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି । ସେପଟେ ଗଣେଶ୍ୱରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ । ବିଜେପି ନୁହେଁ, ସ୍ୱଇଚ୍ଛାରେ ବିଜେଡି ଖାଲି ହୋଇଯିବ ବୋଲି ସେ କହିଛନ୍ତି ।

'ବିଜେପିରେ ସାମିଲ ଠିକ ନିଷ୍ପତ୍ତି'
ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, "ଦୀର୍ଘ ଦିନ ବିଜୁ ଜନତା ଦଳରେ ଥିଲି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ 2009 ଓ 2014 ବହୁ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲି । 2019 ରେ ଟିକେଟ ଦେଲେନାହିଁ । ସାନ୍ତ୍ଵନା ଦେଲେ ଓ 2024 ରେ ବିଚାର କରାଯିବ ବୋଲି କହିଥିଲେ । କିନ୍ତୁ 2024 ବେଳକୁ ଟିକେଟ ଦେବାକୁ ମନା କରିଦେଲେ । ତେଣୁ ଆଗକୁ ବଢୁଥିବା ଜାତୀୟ ଦଳ ବିଜେପିରେ ସାମିଲ ହେଲି । ଠିକ ନିଷ୍ପତ୍ତି ନେଇ ଠିକ ଦଳକୁ ଆସି ଠିକ ପଦରେ ଅଛି । ଯେଉଁ ଅବସ୍ଥାରେ ବିଜେଡି ଚାଲିଛି, ଦଳ ଖାଲି ହୋଇଯିବା କଥାରେ ବିଚିତ୍ର କଥା ହେବନାହିଁ।"

'ଖାଲି ହୋଇଯିବ ବିଜେଡି'
ପୂର୍ଣ୍ଣଚନ୍ଦ୍ର ଆହୁରି କହିଛନ୍ତି, "ମୁଁ ଦଳ ଲାଗି ବହୁତ କାର୍ଯ୍ୟ କରିଛି । ମୋତେ ଚଟକଣା ମାରିଲେ ମୁଁ ବଙ୍ଗୋପସାଗରରେ ପଡିଲି । ବିଜେଡିରେ ବହୁ ନେତା ଅଛନ୍ତି ଯେଉଁମାନେ ଦଳ ଛାଡ଼ି ଦେବେ ବୋଲି ଭିତିରିଆ କହୁଛନ୍ତି । ପ୍ରମାଦ ଗଣିବା ସହ ବିଜେଡିରେ ଆଉ କିଛି ହେବନାହିଁ ବୋଲି କହୁଛନ୍ତି । ଏଠାରେ ଅଣନିଶ୍ୱାସୀ ହୋଇ କେତେ ଦିନ ଆଉ ରହିବୁ । ସେମାନେ ସବୁ ଆମ ସହିତ ଯୋଗ ସୂତ୍ରରେ ଅଛନ୍ତି । ଯେଉଁ ଦିନ ଆମେ ହଁ କରିବୁ ଦେଖିବେ ଧାଡ଼ି ଲମ୍ବିବ । ବିଜେଡି ସମ୍ପୂର୍ଣ୍ଣ ଖାଲି ହେଇଯିବ । ଆମେ ବିଜେଡି ଖାଲି କରିବୁ ନାହୁଁ । ସ୍ୱଇଚ୍ଛାରେ ସେମାନେ ଖାଲି ହେବେ । ୱାନ ମ୍ୟାନ ସୋ'ରେ ଦଳ ଆଉ କେତେ ଦିନ ଚାଲିବ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।"

ବିଜେଡିର ପରାଜୟ ସମୀକ୍ଷା:

ଜବାବରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଆକସ୍ମିକ ଭାବେ ଆସି ଆକସ୍ମିକ ଭାବେ ଚାଲିଯିବ ବିଜେଡି ଦଳ ନୁହେଁ । ଦଳ ଦୀର୍ଘ ବିଜୟ ପରେ ଏବେ ପରାଜୟ ହୋଇଛି । ନିର୍ବାଚନ ପରାଜୟର ସମୀକ୍ଷା କରି ସଂଶୋଧନ କରିବା ଜରୁରୀ । ଦଳକୁ ଚଳଚଞ୍ଚଳ କରିବା ଏକାନ୍ତ ଆବଶ୍ୟକ । ସେ କଥା ନବୀନ ପଟ୍ଟନାୟକ କରୁଛନ୍ତି । ବିରୋଧୀ ଦଳ ଯେତେ ସଶକ୍ତ ହେବ, ଗଣତନ୍ତ୍ର ସେତେ ସୁଦୃଢ ହେବ । ଦଳ ଅଛି ମାନେ ଅସନ୍ତୋଷ ରହିବ । ଏମିତି କେଉଁ ଦଳ ନାହିଁ, ଯେଉଁଠି ଅସନ୍ତୋଷ ନାହିଁ ।"
ଏହା ବି ପଢନ୍ତୁ...ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD

'ସରକାରୀ ଦଳ ବିଜେପି କରୁଛି ପୋଚିଂ'
"ବିଜେଡି ଛାଡି ଜଣେ ବିଜେପି ଯାଇଛନ୍ତି ତାହା ଦୁଃଖ ଦାୟକ ଘଟଣା । ସରକାରୀ ଦଳ ବିଜେପି ପୋଚିଂ କରୁଛି ବା ଆମ ଘର ଭାଙ୍ଗିବା କାମ ଆରମ୍ଭ କରିଛି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ଏହାକୁ ମୁଁ ନାପସନ୍ଦ କରୁଛି । ଦଳର ସାଂଗଠନିକ ସ୍ଥିତି ଦୁର୍ବଳ ଅଛି ବୋଲି ଆମେ ସ୍ୱୀକାର କରୁଛୁ । ସାଙ୍ଗଠନିକ ଦୁର୍ବଳତା ପାଇଁ ତ ଆମର ପରାଜୟ ହେଲା । ତାକୁ ସୁଧାରି ଆଗକୁ ଦଳ ବଢୁଛି । ସମୟକୁ ଅପେକ୍ଷା କରିବାକୁ ପଡିବ । ଆଉ କିଛି ଦଳ ଛାଡିବା କଥା ଚର୍ଚ୍ଚା ନୁହେଁ ଅପପ୍ରଚାର " ବୋଲି ବିଜେଡି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.