ETV Bharat / politics

ରାଜ୍ୟରେ ଅପରାଧ ରୋକିବାରେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବିଜେପି - Sajjan Targets Naveen - SAJJAN TARGETS NAVEEN

Sajjan Sharma Targets CM Naveen: ବିଜେପିର ସମ୍ବାଦିକ ସମ୍ମିଳନୀ । 24 ବର୍ଷ ହେଲା ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଢଙ୍ଗର ଅପରାଧ ଘଟୁଛି କହିଲା ବିଜେପି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଅପରାଧ ରୋକିବାରେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବିଜେପି

author img

By ETV Bharat Odisha Team

Published : Apr 30, 2024, 7:12 PM IST

ରାଜ୍ୟରେ ଅପରାଧ ରୋକିବାରେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବିଜେପି

ଭୁବନେଶ୍ବର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଆଜି (ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକରାଙ୍କୁ ଘେରିଛି ବିଜେପି । 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବାରେ ନବୀନ ପଟ୍ଟନାୟକ ବିଫଳ ହେଇଥିବା ଅଭିଯୋଗ ଆଣିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁ କହିଛନ୍ତି, "24 ବର୍ଷ ହେଲା ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଧ ନିୟନ୍ତ୍ରଣର ଦାୟିତ୍ଵ ଗୃହ ବିଭାଗ ହାତରେ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ହାତରେ । କିନ୍ତୁ ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଢଙ୍ଗର ଅପରାଧ ଘଟୁଛି । ଅତୀତରେ ନିଜ ନିର୍ମଳ ଭାବମୂର୍ତ୍ତି ପାଇଁ କ୍ୟାବିନେଟର 3 ଜଣ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିଥିଲେ ନବୀନ । ସେଠାରୁ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିର ଯାତ୍ରା ଆରମ୍ଭ ହେଲା । ପିସି ମୁକ୍ତ ଓଡ଼ିଶା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଓଡ଼ିଶା ବାସ୍ତବରେ ପିସି ବା ଦୁର୍ନୀତି ମୁକ୍ତ ହୋଇଛି କି ? ମୁଁ ଭୁବନେଶ୍ବର ଜଗିଛି ତୁମେ ପଞ୍ଚାୟତ ଜଗ ବୋଲି ମନ୍ତ୍ରୀ ଓ ଅଫିସରମାନଙ୍କୁ ଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ ମୁଁ ବି ଖାଉଛି ତୁମେ ବି ଖାଅ ନୀତିରେ ଚାଲିଛି ବିଜେଡ଼ି ସରକାର ।"

ସଜ୍ଜନ ଶର୍ମା ଏହା ମଧ୍ୟ କହିଛନ୍ତି, "ଦୁର୍ନୀତି କରୁଥିବା ବାବୁମାନଙ୍କୁ କାହିଁକି ଧରୁ ନାହାନ୍ତି ମୁଖ୍ୟମନ୍ତ୍ରୀ । ବହୁ ଚର୍ଚ୍ଚିତ ଇତିଶ୍ରୀ, ବେବିନା ଓ ମାଧବିଲତାଙ୍କ ଭଳି ପୀଡ଼ିତାମାନଙ୍କ ଭିତରୁ କିଏ ନ୍ୟାୟ ପାଇଲେ ? ଓଡ଼ିଶାର ସବୁଠୁ ବଡ ଦୁର୍ନୀତି ଚିଟଫଣ୍ଡ । ମୁଖ୍ୟମନ୍ତ୍ରୀ ନିଜେ କହିଲେ ତଦନ୍ତ ହେବ । ନାୟିକ କମିଶନ ବି ବସିଲା । କିନ୍ତୁ କମ୍ପାନୀମାନଙ୍କଠାରୁ ସିଜ୍ ହୋଇଥିବା ଧନ କ୍ଷତିଗ୍ରସ୍ତଙ୍କୁ କେତେ ଫେରାଇଛନ୍ତି ସରକାର । ଏବେ ନୂଆ ଧରଣର ଅପରାଧ ବା ସାଇବର କ୍ରାଇମ ବ୍ୟାପି ଚାଲିଛି । କିନ୍ତୁ ଏହା ବିରୁଦ୍ଧରେ କିଛି ଆକ୍ସନ ହେଉଛି କି ? ଅପରାଧ ନିୟନ୍ତ୍ରଣ କରୁନାହାନ୍ତି ମୁଖ୍ୟମନ୍ତ୍ରୀ । ଅପରାଧୀମାନଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି । କିନ୍ତୁ ସେମାନଙ୍କୁ ଟିକେଟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ବାପା ଅପରାଧରେ ସଂପୃକ୍ତ ଥିଲେ ପୁଅକୁ ଟିକେଟ ଦେଉଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ଵରୁ ନିବୃତ୍ତ ହୁଅନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ - BJD Joining Program

ସଜ୍ଜନ ଶର୍ମା ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଅପରାଧ ବୃଦ୍ଧି ପାଇଛି । ସରକାର ରୋକି ପାରୁନାହାନ୍ତି । କେବଳ ନିର୍ବାଚନରେ ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ନିର୍ବାଚନ ଆସିଲେ ରାଜ୍ୟ ସରକାର ସବୁ କଳବଳ ଲଗାଇ ଦେଉଛନ୍ତି । ସରକାର 24 ବର୍ଷ ହେଲା ଗୃହ ବିଭାଗ ନିଜ ପାଖରେ ରଖିଛନ୍ତି ହେଲେ ନିୟନ୍ତ୍ରଣ କରିବାରେ ବିଫଳ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.