ETV Bharat / politics

କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅଣଦେଖା; ବର୍ଷିଲେ ନବୀନ - Naveen Patnaik on Union Budget 2024 - NAVEEN PATNAIK ON UNION BUDGET 2024

Naveen Patnaik on Union Budget 2024: ବଡ଼ ବଡ଼ କଥା କହି ସରକାରକୁ ଆସିବା ପରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ର ସରକାର । ସାଧାରଣ ବଜେଟରେ ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ସତ୍ତ୍ବେ ଓଡ଼ିଶାକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Naveen Patnaik on Union Budget 2024
Naveen Patnaik on Union Budget 2024 (ETV Bharat Odisha)
author img

By ETV Bharat Odisha Team

Published : Jul 23, 2024, 9:54 PM IST

ଭୁବନେଶ୍ବର: ତୃତୀୟ ପାଳିରେ ପ୍ରଥମ ସାଧାରଣ ବଜେଟରେ ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ଦେଇଛି ମୋଦି ସରାକର । ଚଳିତ ସାଧାରଣ ନିର୍ବାଚନ ଫଳାଫଳର ଛାପ ଚଳିତ ବଜେଟରେ ମଧ୍ୟ ପ୍ରତିଫଳିତ ହେବା ପରି ବ୍ୟୟବରାଦ ହୋଇଛି । ମୋଦି ସରକାର ତୃତୀୟ ପାଳିର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ର ପ୍ରଦେଶ ଓ ବିହାରକୁ ଏକାଧିକ ସ୍ପେଶାଲ ପ୍ୟାକେଜ ସହ ହାତଖୋଲା ବ୍ୟୟବରାଦ ଦେଇଛନ୍ତି ମୋଦି ସରକାର । ହେଲେ ଅନ୍ୟତମ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାକୁ ସେପରି କିଛି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇନି । ଯାହାକୁ ନେଇ ବର୍ଷିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାର ସ୍ଵାର୍ଥକୁ କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ନବୀନ ।

Naveen Patnaik on Union Budget 2024 (ETV Bharat Odisha)

ସମାଲୋଚନା କଲେ ନବୀନ:-

କେନ୍ଦ୍ରୀୟ ବଜେଟକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, "ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହି ପ୍ରତିଶ୍ରୁତିରେ ଓଡିଶାକୁ ଗୁରୁତ୍ବ ଦିଆଯାଇନାହିଁ । କିନ୍ତୁ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ଦାବିକୁ ନାକଚ କରିଛି କେନ୍ଦ୍ର । କୋଇଲା ରାୟାଲଟି ସଂଶୋଧନ ଓଡ଼ିଶାର ଦୀର୍ଘ ଦିନର ଦାବି ହୋଇ ରହିଛି । ଯାହାକୁ କେନ୍ଦ୍ର ସରକାର ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଫଳରେ ଓଡିଶା ପ୍ରତିବର୍ଷ ହଜାରେ କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ହରାଉଛି ।"

'ଓଡିଶାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି':-

ସେହିପରି ନିର୍ବାଚନ ସମୟରେ ବିଜେପି ବଡ଼ ବଡ଼ ପ୍ରତିଶ୍ରୁତି ରଖିଥିଲା । ପ୍ରଚାର ସମୟରେ କୃଷି, ଶିଳ୍ପ ଓ ଏମଏସଏମଇ କ୍ଷେତ୍ରରେ ପ୍ରତିଶ୍ରୁତି ରଖିଛି ବିଜେପି । କିନ୍ତୁ ଏହାକୁ ପୂରଣ କରିବା ଦିଗରେ ବଜେଟରେ କିଛି ପ୍ରତିଫଳିତ ହୋଇନାହିଁ ବୋଲି ନବୀନ କହିଛନ୍ତି । ସେ କହିଛନ୍ତି, "କେନ୍ଦ୍ର ବଜେଟରେ ସମ୍ପୂର୍ଣ୍ଣ ଭାବେ ଓଡିଶାକୁ ଅବହେଳା କରାଯାଇଛି । ଓଡିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ବାତ୍ୟା, ବନ୍ୟା ଓଡ଼ିଶାର ସହଚର । ଏହିପାଇଁ ଆମେ ସ୍ବତନ୍ତ୍ର ପ୍ୟାକେଜ ଲାଗି କେନ୍ଦ୍ର ନିକଟରେ ଅନୁରୋଧ କରିଥିଲୁ । ସମାନ ଦାବି କରିଥିବା ଅନ୍ୟ ରାଜ୍ୟର ଅନୁରୋଧକୁ ଗ୍ରହଣ କରାଯାଇଛି । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଓଡ଼ିଶାର ମୌଳିକ ଦାବିକୁ ଗ୍ରହଣ କରାଯାଇନାହିଁ । ବେକାରୀ ଓ ଦରଦାମ ବୃଦ୍ଧି ବର୍ତ୍ତମାନ ସମୟର ବଡ଼ ସମସ୍ୟା ହୋଇ ଉଭା ହୋଇଛି । କିନ୍ତୁ ବଜେଟରେ ଏହି ଦୁଇଟି ଦିଗରେ କୌଣସି ବ୍ୟବସ୍ଥା ହୋଇନାହିଁ ।"

'ଓଡିଶାବାସୀ ଅସନ୍ତୁଷ୍ଟ':-

ନବୀନ ଆହୁରି କହିଛନ୍ତି, "ପୋଲାଭରମ ପ୍ରସଙ୍ଗରେ ଆମେ ନ୍ୟାୟିକ ଲଢେଇ ଲଢ଼ୁଛୁ । ଓଡିଶାର ଦାବିକୁ ଅଣଦେଖା କରି ଏହି ବିବାଦୀୟ ପ୍ରକଳ୍ପ ଲାଗି ଅଧିକ ଅର୍ଥ ବରାଦ କରିଛନ୍ତି କେନ୍ଦ୍ର । ବିଜେପି ନେତୃତ୍ବରେ ଏନଡିଏ ସରକାର କେନ୍ଦ୍ରରେ 10 ବର୍ଷ ହେଲା ସରକାରରେ ଅଛନ୍ତି । ସବୁବେଳେ ପୂର୍ବ ଭାରତ କଥା କୁହାଯାଉଛି । କିନ୍ତୁ ବଜେଟରେ କୌଣସି ପ୍ରାବଧାନ ନାହିଁ । ଓଡ଼ିଶାର ପର୍ଯ୍ୟଟନ ଉପରେ କେନ୍ଦ୍ର ଫୋକସ କରିଥିବାରୁ ମୁଁ ଖୁସି । ଏ ଦିଗରେ ସବିଶେଷ ତଥ୍ୟ ଅସିବାକୁ ଅପେକ୍ଷା କରିବାକୁ ପଡିବ । ଓଡିଶାବାସୀ ପୁନର୍ବାର ଅଣଦେଖା ହୋଇଥିବାରୁ ଅସନ୍ତୁଷ୍ଟ । ନିର୍ବାଚନ ସମୟରେ ବିଜେପିର ନେତାମାନେ ଓଡିଶାବାସୀଙ୍କୁ ବହୁତ ବଡ଼ ବଡ଼ କଥା କହିଥିଲେ । କିନ୍ତୁ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...Union Budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ - UNION BUDGET 2024

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.