ETV Bharat / politics

ପ୍ରଚାରରେ କମ୍ପୁଛି ଡାବୁଗାଁ; ଭୋଟ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ କସରତ - Dabugam Assembly constituency - DABUGAM ASSEMBLY CONSTITUENCY

Dabugam Assembly constituency: ଏଥର ଡାବୁଗାଁ ବିଧାନସଭା ଆସନରେ ତିନି ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ପ୍ରଚାରକୁ ଜୋରଦାର କରିଛନ୍ତି 3 ପ୍ରମୁଖ ଦଳର ପ୍ରାର୍ଥୀ । ଅଧିକ ପଢନ୍ତୁ

Dabugam Assembly
Dabugam Assembly (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 1:21 PM IST

DABUGAM ASSEMBLY CONSTITUENCY (ETV Bharat Odisha)

ନବରଙ୍ଗପୁର: ପାଖଉଛି ନିର୍ବାଚନ, ପ୍ରଚାରରେ କମ୍ପୁଛି ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ । ବର୍ତ୍ତମାନ ପ୍ରଚାର ଜୋରଦାର ଚାଲିଥିବା ବେଳେ ପୁରୁଖା ବିଧାୟକ ମନୋହର ରନ୍ଧାରୀଙ୍କୁ ଟକ୍କର ଦେଉଛନ୍ତି ଦୁଇ ଜଣ ନବାଗତା । ବିଜେଡି ଦଳରୁ ବିଧାୟକ ମନୋହର ରନ୍ଧାରୀ ପୁଣି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ତଥା ପାପଡାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟା ଡାକ୍ତର ଲିପିକା ମାଝୀ ଏବଂ ବିଜେପି ଜଣେ ନୂତନ ଚେହେରାକୁ ସୁଯୋଗ ଦେଇ ସମନାଥ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ।

କାହାର ହେବ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଏନେଇ ସବୁଠି ଚର୍ଚ୍ଚା । ଆସନ ଦଖଲ ନେଇ ତିନି ଦଳ ଆରମ୍ଭ କରିଛନ୍ତି କସରତ । 2009 ଓ 2014 ନିର୍ବାଚରେ କଂଗ୍ରେସର ଭୁଜବଳ ମାଝୀ ଏହି ଆସନରେ ବିଜୟୀ ହୋଇଥିଲେ । କିନ୍ତୁ 2019 ନିର୍ବାଚନରେ ମନୋହର ରନ୍ଧାରୀଙ୍କୁ ବିଜେଡି ଏହି ଆସନରୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା । ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଗତ ନିର୍ବାଚନର କଂଗ୍ରେସ ଦଳର ପ୍ରାର୍ଥୀ ଥିବା ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା ମାଝୀ ଚଳିତ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇ ବାପାଙ୍କ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି, ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, କୃଷି କୃଷକ, ବେକାର ସମସ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ଆସ୍ଥା ଜିତିବାକୁ ଚେଷ୍ଟା ଚଳାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭୋଟରଙ୍କ ବାରଣ୍ଡାରେ ବସି ପଖାଳ ଖାଇଲେ, ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - Odisha Assembly election

ଅପରପକ୍ଷରେ ପେଶାରେ ଜଣେ ଆଇନଜୀବୀ ଥିବା ସମନାଥ ପୂଜାରୀଙ୍କୁ ଡାବୁଗାଁ ଆସନରୁ ବିଜେପି ପ୍ରାର୍ଥୀ କରିଛି । ଗତ ପଞ୍ଚାୟତ ନିର୍ବାଚନରେ ସମନାଥ ସମିତି ସଭ୍ୟ ଭାବେ ନିର୍ବାଚନ ଲଢି ଖୁବ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏବେ ମୋଦି ଗ୍ୟାରେଣ୍ଟି ସହ ପରିବର୍ତ୍ତନର ନାରା ଦେଇ ଜନତାଙ୍କ ନିକଟରେ ପହଞ୍ଚୁଛନ୍ତି ସେ । ଅପରପକ୍ଷରେ ବିଧାୟକ ମନୋହର ରନ୍ଧାରୀଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଥିବା ବେଳେ ନିଜ ବିଧାୟକତ୍ୱ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମ ଆଧାରରେ ବିଜୟ ନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି । ତେବେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ଭିତରେ ରହିଥିବା ଅନ୍ତକନ୍ଦଳ ବିଜେଡି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ ନା ଅନ୍ତକନ୍ଦଳ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.