ETV Bharat / politics

ପ୍ରଥମ ଥର ବିଧାନସଭା ଯିବେ ଯୁବ ବିଧାୟକ, ଜାଣନ୍ତୁ କିଏ, କେଉଁ ଦଳରୁ କେତେ ? - Newly elected mla

author img

By ETV Bharat Odisha Team

Published : Jun 7, 2024, 9:19 AM IST

Updated : Jun 7, 2024, 11:15 AM IST

Newly elected MLA: ଚଳିତ ନିର୍ବାଚନରେ ଅନେକ ଯୁବ ଚେହାରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । ବିଧାନସବାରେ ନୂଆଁ ଚେହେରା ଦେଖିବେ ଲୋକେ । ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ହୋଇ ବିଧାନସଭାରେ ପାଦ ରଖିବାକୁ ଥିବା ବିଧାୟକଙ୍କ ବିଷୟରେ ଜଣାନ୍ତୁ । ଅଧିକ ପଢନ୍ତୁ...

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ବିଜେଡି ଗଡକୁ ଭାଙ୍ଗି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଅନେକ ଯୁବ ନେତା ମଇଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରେ କିଛି ଜଣ ବିଧାୟକ ହୋଇ ପ୍ରଥମ ଥର ବିଧାନସଭାକୁ ଯିବାକୁ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ଯୁବ ବିଧାୟକ ଭାବେ ପାଦ ଥାପିବାକୁ ଅପେକ୍ଷା କରିଛନ୍ତି । ନଜର ପକାନ୍ତୁ ଚଳିତ ନିର୍ବାଚନରେ ବିଜୟୀ ହୋଇଥିବା କିଛି ଯୁବ ବିଧାୟକଙ୍କ ଉପରେ ।

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

82ଟି ନୂଆ ବିଧାୟକ: ଚଳିତ ନିର୍ବାଚନରେ 147 ବିଧାନସଭା ଆସନ ମଧ୍ୟରୁ 82ଟି ଆସନରେ ନୂଆ ବିଧାୟକ ରହିଛନ୍ତି । ଯେଉଁ ମାନେକି ପ୍ରଥମ ଥର ବିଧାନସଭାକୁ ଯିବେ । ବିଜେପିର 78 ଆସନରେ ବିଜୟୀ ହୋଇଥିବା ବେଳେ ସେଥି ମଧ୍ୟରୁ 52 ଜଣ ପ୍ରଥମ ଥର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିର 51 ଜଣଙ୍କ ମଧ୍ୟରୁ 18 ଜଣ ନୂଆ ବିଧାୟକ ରହିଛନ୍ତି । କଂଗ୍ରେସ ଖାତାକୁ 14ଟି ଆସନ ଯାଇଥିବା ବେଳେ ସେଥି ମଧ୍ୟରୁ 9ଜଣ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି । 3ଜଣ ସ୍ବାଧିନ ବିଧାୟକ ପ୍ରଥମ ଥର ବିଧାନସଭା ନିର୍ବାଚନରେ ବାଜିମାତ କରି ବିଧାନସଭାକୁ ଯିବାକୁ ନିର୍ବାଚିତ ହୋଇଛନ୍ତି । ଜଣେ ସିପିଆଇଏମ ବିଧାୟକ ମଧ୍ୟ ରହିଛନ୍ତି ।

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ସୋଫିଆ ଫିର୍ଦ୍ଦୋସ: ବାରବାଟୀ-କଟକର ପୂର୍ବତନ ବିଧାୟକ ମୋକିମଙ୍କ ଝିଅ ହେଉଛନ୍ତି ସୋଫିଆ । ଚଳିତ ଥର ବାପାଙ୍କ ବଦଳରେ ସେ କଂଗ୍ରେସ ଟିକେଟରୁ ବାପାଙ୍କ ଆସନରୁ ନିର୍ବାଚନ ଲଢି ୮୦୦୧ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି । ସୋଫିଆ ଓଡ଼ିଶାର ପ୍ରଥମ ମୁସ୍‌ଲିମ୍‌ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ମୁସ୍‌ଲିମ ମହିଳା ବିଧାୟିକା ଭାବେ ସେ ବିଧାନସଭା ଯିବେ । ତାଙ୍କୁ ମୋଟ 53,339 ଖଣ୍ଡ ଭୋଟ ମିଳିଥିଲା ।

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ଅରବିନ୍ଦ ମହାପାତ୍ର: ବରିଷ୍ଠ ନେତା ବିଜୟ ମାହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ । ଚଳିତ ନିର୍ବାଚନରେ ବିଜେଡି ଟିକେଟରେ ସେ ପାଟକୁରା ଆସନରୁ ପ୍ରଥମର ଥର ଲଢିଥିଲେ । 90905 ଭୋଟ ପାଇ ସେ ତାଙ୍କ ପ୍ରତିଦ୍ବନ୍ଦିକୁ ପରାସ୍ତ କରି ପ୍ରଥମ ଥର ବିଧାୟକ ହେବାର ସ୍ବାଦ ଚାଖିଛନ୍ତି । ଜଣେ ଯୁବ ବିଧାୟକ ଭାବେ ବିଧନସଭାରେ ସେ ପାଦ ଥାପିବାକୁ ଯାଉଛନ୍ତ ।

ଏହା ମଧ୍ୟ ପଢନ୍ତୁ-ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କେଉଁ ଦଳ କେତେ ମହିଳାଙ୍କୁ ଦେଇଥିଲା ଟିକଟ୍‌ - Lok Sabha Election 2024 Results

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ଉପାସନା ମହାପାତ୍ର: ସ୍ବର୍ଗତ ଲୁଲୁ ମାହପାତ୍ରଙ୍କ ଝିଅ ହେଉଛନ୍ତି ଉପାସନା । ବାପାଙ୍କ ବିୟୋଗ ପରେ ସେ ରାଜନୀତିରେ ପାଦ ଦେଇଥିଲେ । ଚଳିତ ନିର୍ବାଚନରେ ବିଜେପି ଟିକେଟରେ ବ୍ରହ୍ମଗିରି ଆସନରୁ ଲଢି ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କୁ 95,783 ଭୋଟ ମିଳିଥିଲା । ପ୍ରଥମ ଥର ପାଇଁ ସେ ବିଧାୟକ ହୋଇ ବିଧାନସଭାକୁ ଯିବେ ।

ସାଗର ଦାସ: କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ପୁଅ ସାଗର ଚଳିତ ଥର ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରୁ ସେ ଭବାନୀପାଟଣା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ବିଜେପିର ଟାଣୁଆ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ସେ ନିର୍ବାଚନରେ ପରାସ୍ତ କରିଛନ୍ତି । ତାଙ୍କୁ 67 ହଜାରରୁ ଉର୍ଦ୍ଧ୍ବ ଭୋଟ ମିଳିଥିଲା ।

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ସୁନୀଲ ମହାନ୍ତି: ଯୁବ ଚେହେରା ଭାବେ ପୁରୀ ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢିଥିଲେ ସୁନୀଲ । ପ୍ରଥମ ଥର ନିର୍ବାଚନ ଲଢି ସେ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କୁ ୪ ହଜାର ଭୋଟରେ ହରାଇ ବିଜୟୀ ହୋଇ ପ୍ରଥମ ଥର ବିଧାନସଭା ଯିବାକୁ ନିର୍ବାଚିତ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ହେଉଛନ୍ତି ସୁନୀଲ ।

କୃଷ୍ଣଚନ୍ଦ୍ର ନାୟକ: ଛତ୍ରପୁର ଆସନରୁ ବିଜେପି ଟିକେଟରେ ପ୍ରଥମ ଥର ନିର୍ବାଚନ ଲଢିଥିଲେ କୃଷ୍ଣଚନ୍ଦ୍ର । ମୋଟ 74, 938 ଖଣ୍ଡ ଭୋଟ ପାଇ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବିଙ୍କୁ ହରାଇଥିଲେ । ପ୍ରଥମ ଥର ଭାବେ ବିଧାୟକ ହୋଇ ସେ ବିଧାନସଭା ଯିବାକୁ ସଜବାଜ ହେଉଛନ୍ତି ।

NEWLY ELECTED MLA
NEWLY ELECTED MLA (ETV BHARAT ODISHA)

ସମ୍ପଦ ସ୍ବାଇଁ: ପାରାଦ୍ବୀପ ଆସନରୁ ଦ୍ବିତୀୟ ଥର ପାଇଁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ ସମ୍ପଦ । ଚଳିତ ଥର 84 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ସେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ ପ୍ରଥମ ଥର ପାଇଁ ପାଦ ରଖିବାକୁ ଯାଉଛନ୍ତି ।

Last Updated : Jun 7, 2024, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.