ETV Bharat / politics

କିଏ ଲକ୍ଷ୍ମଣ ବାଗ, ଅପରାଜେୟ ନବୀନଙ୍କ ରାସ୍ତାରେ ସାଜିଲେ କଣ୍ଟା - Who Is Laxman Bag

author img

By ETV Bharat Odisha Team

Published : Jun 5, 2024, 10:40 PM IST

Updated : Jun 5, 2024, 10:57 PM IST

Who Is Laxman Bag: କଣ୍ଟାବାଞ୍ଜିରେ ଅପରାଜେୟ ନବୀନଙ୍କ ରାସ୍ତାରେ କଣ୍ଟା ଭଳି ଫୁଟିଲେ ଲକ୍ଷ୍ମଣ ବାଗ । କେବେ ପରାଜୟ ସ୍ବାଦ ଚାଖିନଥିବା ନବୀନ ପଟ୍ଟନାୟକଙ୍କୁ ଚଖାଇଲେ ପରାଜୟ ସ୍ବାଦ । ଏହି ବିଜେପି ପ୍ରାର୍ଥୀଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଜାଣନ୍ତୁ ନବୀନଙ୍କ ଉପରେ କେମିତି ଭାରି ପଡିଲେ ଚଷା ପୁଅ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Laxman Bag
Laxman Bag (ETV Bharat Odisha)

ବଲାଙ୍ଗୀର: ଅପରାଜେୟ ନବୀନଙ୍କୁ ଚଖାଇଲେ ପରାଜୟ ସ୍ବାଦ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଟର୍ଚ୍ଚା । କିଏ ଏହି ଲକ୍ଷ୍ମଣ ବାଗ୍‌ । ଯିଏ ନବୀନଙ୍କ ବିଜୟରେ ଲଗାଇଲେ ବିରାମ । ଅପରାଜେୟ ନବୀନଙ୍କଠୁ ଛଡାଇ ନେଲେ ଟ୍ୟାଗ । କଣ୍ଟାବାଞ୍ଜିରେ ନବୀନଙ୍କ ପାଇଁ ସାଜିଲେ କଣ୍ଟା । ଲକ୍ଷ୍ମଣଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବଲାଙ୍ଗୀର ବିଜେପି ଖୁସିରେ ଝୁମୁଛି । ଏପରିକି ମୋଦି ଆସି ଲକ୍ଷ୍ମଣଙ୍କ ପାଇଁ ଭୋଟ ମାଗିଥିଲେ । ପ୍ରଚାର ବେଳେ ଦେଇଥିଲେ ‘ବାଘ’ର ଆଖ୍ୟା ।

କିଏ ଲକ୍ଷ୍ମଣ ବାଗ (ETV Bharat Odisha)

ଚଷା ପୁଅ ଦେଲେ ନବୀନଙ୍କୁ ଚଖ୍‌ମା: ବଲାଙ୍ଗୀରର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯେଉଁଠୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିଲେ ପ୍ରାର୍ଥୀ । ତେବେ ତାଙ୍କ ସମ୍ମୁଖରେ ଅନ୍ୟ ପ୍ରାର୍ଥୀ ଅତି ଗୌଣ ହୋଇଥିବା ବେଳେ ଏକତରଫା ବିଜୟ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ସମସ୍ତଙ୍କୁ ଚକିତ କଲା ଭଳି ଜଣେ ସାଧାରଣ ଚାଷୀ ତାଙ୍କୁ ଏକ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେ ହେଉଛନ୍ତି କଣ୍ଟାବାଞ୍ଜିର ଚଷା ପୁଅ ଲକ୍ଷ୍ମଣ ବାଗ । ରାଜନୀତିରେ ସେ ବେଶୀ ପୁରୁଣା କିମ୍ବା ବଡ ନେତା ନୁହନ୍ତି । ସେ ଜଣେ ସାଧାରଣ ବ୍ୟକ୍ତି ଭାବରେ କଣ୍ଟାବାଞ୍ଜିରେ ପରିଚିତ । ତେବେ ଗତ କୋଡିଏ ବର୍ଷ ହେବ ସେ ବିଜେପିରେ ଯୋଗଦାନ କରିଥିଲେ। କଣ୍ଟାବାଞ୍ଜିରେ ବିଜେପି ଦଳକୁ ସୁଦୃଢ଼ କରିବା ପାଇଁ କାମ କରି ଆସୁଥିଲେ । ସେ କଣ୍ଟାବାଞ୍ଜି ନିକଟ କୁଠୁଲୁମୁଣ୍ଡା ଗ୍ରାମର ନିବାସୀ ହୋଇଥିବା ବେଳେ ପାରିବାରିକ ଜମିରେ ଚାଷ ତାଙ୍କର ରୋଜଗାରର ମୁଖ ମାଧ୍ୟମ ଅଟେ ।

2014ରେ ଧରିଥିଲେ ପଦ୍ମ: ଲକ୍ଷ୍ମଣ ବାଗ ବିଜେପିରେ ଯୋଗଦାନ କରିବା ପରେ ଗତ 2014ରେ ବିଜେପି ଦଳରୁ ପ୍ରଥମ ଥର କଣ୍ଟାବାଞ୍ଜି ପ୍ରାର୍ଥୀ ହୋଇଥିଲେ । 17 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ପରାଜିତ ହୋଇଥିଲେ । ସେହିପରି ଗତ 2019 ନିର୍ବାଚନରେ ମଧ୍ୟରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । 33 ପ୍ରତିଶତ ଭୋଟ ପାଇ ସେ କଂଗ୍ରେସ ପ୍ରାର୍ଥୀ ଠାରୁ ମାତ୍ର 138 ଭୋଟରେ ପରାଜିତ ହୋଇଥିଲେ । ଏହା ପରେ ସେ ଏଠି ତାଙ୍କର ସଂଗଠନ ସହିତ ଦଳକୁ ସୁଦୃଢ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେହିପରି ଏଥର ମଧ୍ୟ ସେ ଏଠୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ବିଜେପିରୁ ଟିକେଟ ପାଇଥିଲେ ହେଲେ ଏଥର ସ୍ଥିତି ତାଙ୍କ ପାଇଁ ସହଜ ନଥିଲା । କାରଣ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିଲେ । ତେବେ ନବୀନଙ୍କ ପାଇଁ ବଡ ବଡ ବିଜେଡି ନେତା ଓ ଏଠି ନିୟୋଜିତ ହୋଇଥିଲେ ।

ଆକଳନକୁ ଭୁଲ ପ୍ରମାଣିତ କଲେ ଲକ୍ଷ୍ମଣ: ନବୀନ ପଟ୍ଟନାୟକ ଏକ ତରଫା ଏଠି ବିଜୟ ହାସଲ କରିବେ ବୋଲି ସଭିଏଁ ଆକଳନ କରିଥିଲେ । ଏପରିକି ଏଠିକାର କଂଗ୍ରେସ ନେତା ମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଶା ଛାଡି ଦେଇଥିଲେ । ଏପରିକି ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଥିଲେ । ସ୍ଥିତି ଏକ ତରଫା ହୋଇଥିଲା । ହେଲେ ଏଭଳି ବିଷମ ପରିସ୍ଥିତିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦୃଢ଼ ମନୋବଳ ସହ ଲଢେ଼ଇ ପାଇଁ ଆଗକୁ ଆସିଥିଲେ । ଦିନ ରାତି ଗାଁ ଗାଁ ବୁଲି ତାଙ୍କର ପ୍ରଚାର ଜାରି ରଖିଥିଲେ । ତେବେ ତାଙ୍କର ପରିଶ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ଛତିଶ ମୁଖ୍ୟମନ୍ତ୍ରୀ ସହ ରାଜ୍ୟ ଓ ଜାତୀୟ ବିଜେପି ଆଗ ଧାଡ଼ିର ନେତା ପ୍ରଚାର ମଙ୍ଗ ଧରିଥିଲେ।

ଏହା ମଧ୍ୟ ପଢନ୍ତୁ: 40 ବର୍ଷର ସଂଘର୍ଷ; ଦିନେ ଥିଲେ ଜଣେ ବିଧାୟକ, ଆଜି ‘ବିଜେଡି ଦୁର୍ଗ’ ଭାଙ୍ଗି ଗଢିଲେ ସରକାର

ମୋଦି ଆସି ଦେଇଥିଲେ ମନ୍ତ୍ର: ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାଇଁ ବଲାଙ୍ଗୀର ଆସି ପ୍ରଚାର କରିଥିଲେ । ତାଙ୍କୁ ବାଘ ଆଖ୍ୟା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ହରାଇବେ ବୋଲି କହିଥିଲେ । ତେବେ ଏହାହିଁ ହେଲା ଯେଉଁଥିରେ ସେ ନବୀନ ପଟ୍ଟନାୟକଙ୍କୁ 16 ହଜାର 344 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ତେବେ ପ୍ରଚାର ସମୟରେ ତାଙ୍କୁ ଲୋକେ ସ୍ଥାନୀୟ ବାସିନ୍ଦା ହିସାବରେ ଅଗ୍ରାଧିକାର ଦେଇଥିଲେ । ସେହିପରି ନିଜ ନିକଟ ନେତାଙ୍କୁ ଲୋକେ ପସନ୍ଦ କରିବା ସହ ନବୀନଙ୍କୁ ଲୋକେ ପ୍ରତ୍ୟାଖାନ କରିଥିଲେ । କାରଣ ଥିଲା ଯେ ସେମାନେ ତାଙ୍କ ଦୁଃଖ ଗୁହାରି କରି ପାରିବେ ନାହିଁ । ସେହିପରି 25 ବର୍ଷର ବିଜେଡି ଶାସନରେ ଦାଦନ ପ୍ରବଣ କଣ୍ଟାବାଞ୍ଜିର ବିଶେଷ ବିକାଶ ନ ହେବା ଓ ସବୁ ସମସ୍ୟା ଯେମିତିକୁ ସେମିତି ରହିବା ହିଁ ବିଜେଡ଼ି ପାଇଁ ବୁମେରାଂ ହୋଇଥିଲା ।

ଚାଷ ହିଁ ମୁଖ୍ୟ ବେଉସା: ତେବେ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ନିକଟ କୁଠୁଲୁ ମୁଣ୍ଡା ଗ୍ରାମର ଜଣେ ସାଧାରଣ ଚାଷୀ ଅଟନ୍ତି । ଚାଷ ହିଁ ତାଙ୍କର ରୋଜଗାରର ମୁଖ୍ୟ ଉତ୍ସ ଅଟେ । ସେହିପରି ସେ ମାଟ୍ରିକ ପାସ ପରେ ଆହ୍ଲାବାଦ ଓପନ ୟୁନିଭରସିଟିରୁ (ଡିସଟାନ୍ସ) ଯୁକ୍ତ ଦୁଇ ପାସ କରିଛନ୍ତି । ସେହିପରି ତାଙ୍କର ବ୍ୟାଙ୍କ ଏକାଉଣ୍ଟରେ ଚାରି ଲକ୍ଷରୁ ମାତ୍ର କିଛି ଟଙ୍କା ଜମା ରହିଛି । ସେହିପରି ଦୁଇଟି ଚାରି ଚକିଆ ଗାଡି ତାଙ୍କ ନାଁରେ ଥିବା ବେଳେ ମୋଟ ତାଙ୍କ ନାଁରେ 28 ଲକ୍ଷ ଟଙ୍କାର ଜମି ଜମା ସମ୍ପତ୍ତି ରହିଛି । ଚାଷରୁ ସେ ବାର୍ଷିକ ଦୁଇରୁ ଚାରି ଲକ୍ଷ ରୋଜଗାର ଥିବାର ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ତାଙ୍କ ନାଁରେ 12ଟି ଅପରାଧିକ ମାମଲା ଥିବାର ସେ ଦର୍ଶାଇ ଥିବା ବେଳେ ସେ ଏଯାଏଁ କୌଣସି ମାମଲାରେ ଦୋଷୀ ନ ଥିବାର ଦର୍ଶାଇଛନ୍ତି।

ବିଜୟ ପରେ କଣ କହିଲେ ଲକ୍ଷ୍ମଣ ବାଗ: ତେବେ ବିଜୟ ହେବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘25 ବର୍ଷର ଉତ୍ପୀଡନର ଜବାବ ଲୋକେ ଦେଇଛନ୍ତି । ତାଙ୍କୁ ସ୍ନେହ ଆଶୀର୍ବାଦ ଦେଇ ଭୋଟ ଦେଇଛନ୍ତି । ଯାହା ତାଙ୍କର ବିଜୟ ନୁହେଁ ଲୋକଙ୍କର ବିଜୟ’’। ତେବେ ଲୋକ ତାଙ୍କୁ 16 ହଜାରରୁ ଅଧିକ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ଲୋକଙ୍କ ପାଇଁ ସେ ଦିନ ରାତି କାମ କରିବେ ବୋଲି ସେ କହିଛନ୍ତି। ସେହିପରି ବିକାଶ ଏବେ କଣ୍ଟାବାଞ୍ଜି ଦେଖିବ ବୋଲି ସେ କହିଛନ୍ତି ।

ସେପଟେ ସାଂସଦ ସଂଗୀତା କୁମାରୀ ସିଂହ ଦେଓ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଏଠି ହରାଇବା ସହଜ ନ ଥିଲା । ସେ ଏଠି ଏହା ସଫଳ କରି ଇତିହାସ କରିଛନ୍ତି । ଯାହାର ଅର୍ଥ ଏଠିକାର ଲୋକେ ବିଜେପିକୁ ଭରସା କରିଛନ୍ତି ଏବଂ ଏହି ଭରସା ବିକାଶର ମାଧ୍ୟମ ହେବ ଓ ଦାଦନ ମୁକ୍ତ ବିକଶିତ କଣ୍ଟାବାଞ୍ଜି ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 5, 2024, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.