ETV Bharat / politics

ସିମୁଳିଆରେ ପଦ୍ମ ଫୁଟାଇଲେ ପଦ୍ମଲୋଚନ, ପ୍ରାର୍ଥୀ ଚୟନରେ ଭୁଲ କଲା କି ବିଜେଡି ? - Odisha Assembly Election Results 2024

author img

By ETV Bharat Odisha Team

Published : Jun 7, 2024, 9:53 PM IST

Odisha Assembly Election Results 2024: ସିମୁଳିଆରେ ଏଥର ବିକଳ୍ପ ହେଲେ ପଦ୍ମଲୋଚନ ପଣ୍ଡା । ବିଜେଡି ବିଜୟରେ ଲାଗିଲା ବ୍ରେକ । ଅଧିକ ପଢ଼ନ୍ତୁ

ସିମୁଳିଆରେ ପଦ୍ମ ଫୁଟାଇଲେ ପଦ୍ମଲୋଚନ
ସିମୁଳିଆରେ ପଦ୍ମ ଫୁଟାଇଲେ ପଦ୍ମଲୋଚନ (ETV Bharat Odisha)

ବାଲେଶ୍ବର: ରାଜ୍ୟ ରାଜନୀତିରେ ବିରାଟ ପରିବର୍ତ୍ତନ ଘଟିଛି । ପ୍ରଥମଥର ପାଇଁ ବିପୁଳ ବିଜୟ ସହ ଏକାକୀ ସରକାର ଗଢ଼ିବାକୁ ଯାଉଛି ବିଜେପି । ତେବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀରେ 15 ବର୍ଷ ଧରି ବିଜେଡି ଶାସନ କରି ଆସୁଥିବା ବେଳେ ଏଥର କିନ୍ତୁ ନେତା ପରିବର୍ତ୍ତନ କରିଛନ୍ତି ଭୋଟର । 2009 ମସିହା ଠାରୁ ପର୍ଶୁରାମ ପାଣିଗ୍ରାହୀ ଏବଂ 2014ରେ ତାଙ୍କର ପୁଅ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶାସନ ଗାଦିରେ ବସିଥିବା ବେଳେ ଏଥର କିନ୍ତୁ ଶାସନ ଗାଦିରେ ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ବସିଛନ୍ତି ।

ପୂର୍ବରୁ ପଦ୍ମଲୋଚନ ପଣ୍ଡା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିବା ବେଳେ ସେ କଂଗ୍ରେସ ସରକାର ସମୟରେ ମନ୍ତ୍ରୀ ମଧ୍ୟ ରହିଥିଲେ । ପରେ କଂଗ୍ରେସ ପ୍ରତି ଅସନ୍ତୋଷ ଜାହିର କରି ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ପଦ୍ମଲୋଚନ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଆଶାତୀତ ଫଳ ମିଳି ନଥିଲା । ତିନି ତିନି ଥର ପରାଜୟ ସ୍ୱୀକାର କରି ମଧ୍ୟ ପଦ୍ମଲୋଚନ ଏଥର ରାଜନୀତି ଜୀବନରେ ଶେଷଥର ପାଇଁ ପ୍ରାର୍ଥୀ ହୋଇଥିବା କଥା ଲୋକଙ୍କୁ କହିବା ସହ 'ଭୋଟ ଖଣ୍ଡେ ନ ହେଲେ ଜୁଇକୁ କାଠ ଖଣ୍ଡେ' ଵୋଲି କହି ନିଜର ନିର୍ବାଚନୀ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ଖଇରା ସିମୁଳିଆ ଲୋକଙ୍କ ମନରେ ସେତିକି ମାତ୍ରାରେ ଘର କରି ପାରି ନଥିଲେ ।

ଅନ୍ୟପଟେ କଂଗ୍ରେସର ନୂଆମୁହଁ ଭାବେ ହିମାଂଶୁ ବେହେରା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଅଳ୍ପ ଦିନ ଭିତରେ ସେ ଖଇରା ସିମୁଳିଆବାସୀଙ୍କ ପ୍ରିୟ ଭାଜନ ହୋଇଥିଲେ । ମାତ୍ର ସାଧାରଣ ଲୋକ ତାଙ୍କୁ ନେତା ଭାବେ ସ୍ୱୀକାର କରି ପାରି ନଥିଲେ । 2 ଜଣ ନବାଗତଙ୍କ ମଧ୍ୟରେ ପୁରୁଖା ନେତା ଭାବେ ପଦ୍ମଲୋଚନ ନିର୍ବାଚନ ଲଢ଼ି ସଫଳତା ପାଇଛନ୍ତି । ବିଜେଡିରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜ୍ୟୋତି ପାଣିଗ୍ରାହୀଙ୍କ ଉପରେ ଦଳ ଭରସା କରି ନ ପାରି ଏଥର ତାଙ୍କ ବଦଳରେ ସୁବାସିନୀ ସାହୁଙ୍କୁ ଟିକଟ ଦେଇଥିଲା । ସୁବାସିନୀ ସିମୁଳିଆ ନିର୍ବାଚନ ମଣ୍ଡଳୀର ବାସିନ୍ଦା ହୋଇ ନଥିବା ବେଳେ ଏହାକୁ ନେଇ ପଦ୍ମଲୋଚନ ପଣ୍ଡା ନିର୍ବାଚନୀ ପ୍ରଚାର କରିଥିଲେ । ଅନ୍ୟପଟେ ସୁବାସିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅସନ୍ତୋଷ ଜାହିର କରି ବିଜେଡିରୁ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା - Balasore Sadar Seat

ସେପଟେ ଗୋଟିଏ ଦିନ ମଧ୍ୟରେ ବିଜେଡିର ବରିଷ୍ଠ ନେତା ଜ୍ୟୋତି ପ୍ରକାଶଙ୍କୁ ମନାଇ ନେଇ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଥିଲେ । ମାତ୍ର ବିଜେଡି ଛାଡିବା ଭିତରେ ଜ୍ୟୋତିଙ୍କ ସମର୍ଥକମାନେ ମଧ୍ୟ ବିଜେଡି ଛାଡି ବିଜେପିରେ ମିଶି ଯାଇଥିଲେ । ହେଲେ ଜ୍ୟୋତିଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିବା ପରେ ନିଜ ସମର୍ଥକମାନଙ୍କୁ ମନେଇବା ତାଙ୍କ ପକ୍ଷେ ସହଜ ହୋଇ ନଥିଲା । ଗୋଟେ ପଟେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ଏବଂ କଂଗ୍ରେସର ନୂଆ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ପଦ୍ମଲୋଚନଙ୍କ ପାଇଁ ଜିତିବା ଏକ ପ୍ରକାର ସହଜ ହୋଇ ଯାଇଥିଲା । ତିନିଥର ହାରିବା ପରେ ମଧ୍ୟ ପଦ୍ମଲୋଚନ ଲୋକଙ୍କ ସହ ସବୁବେଳେ ରହିଥିବାରୁ ଏଥର ନିର୍ବାଚନରେ ତାଙ୍କୁ ସଫଳତା ମିଳିଥିବା କଥା ବିଜେପି କର୍ମୀ ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ ମହାକୁଡ଼ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.