ETV Bharat / politics

କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା - Balasore Sadar Seat

author img

By ETV Bharat Odisha Team

Published : Jun 7, 2024, 12:39 PM IST

BJD lost Balasore Sadar Assembly seat: ବିଜେଡି ହାତରୁ ଖସିଯାଇଛି ବାଲେଶ୍ବର ସଦର ଆସନ । ହେଲେ ଉପନିର୍ବାନରେ ବଡ ଭୋଟ ବ୍ୟବଧାନରେ ଜିତିଥିବା ସୂରୁପଙ୍କ ହାତରୁ ଏଥର କେମିତି ଖସିଗଲା ଏହି ଆସନ, ସେନେଇ ବଡ ବୟାନ ଦେଲେ ଦଳୀୟ ନେତା । ପଢନ୍ତୁ ପୁରା ଖବର

କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା
କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା (ETV Bharat Odisha)

ବାଲେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ଶକ୍ତ ଝଟକା ଲାଗିଛି । ସାରା ରାଜ୍ୟରେ ଭୁଶୁଡି ଯାଇଛି ବିଜେଡି ଗଡ଼ । କେଉଁଠି ପ୍ରାର୍ଥୀ ଚୟନ ତ କେଉଁଠି ପୁଣି ଦଳୀୟ କନ୍ଦଳ ବିଜେଡିର ବିପର୍ଯ୍ୟୟର କାରଣ ବୋଲି ଆଲୋଚନା ହେଉଛି । ସେହିପରି ବାଲେଶ୍ୱର ସଦର ବିଧାନସଭା ଆସନ ମଧ୍ୟ ଏଥର ବିଜେଡି ହାତରୁ ଖସିଯାଇଛି । ଗତ ଉପନିର୍ବାନରେ ଭଲ ଭୋଟ ବ୍ୟବଧାନରେ ଜିତିଥିବା ସୂରୁପ ଦାସ ଏଥର 28 ହଜାର 626 ବ୍ୟବଧାନରେ ପରାସ୍ତ ହୋଇଛନ୍ତି ।

ସ୍ବରୂପଙ୍କଠୁ ଉପନିର୍ବାଚନର ପ୍ରତିଶୋଧ ନେଲେ ମାନସ:

2019 ନିର୍ବାଚନରେ ସଦର ବିଧାନସଭା ଆସନ ବିଜେପି ଅକ୍ତିଆର କରିଥିଲା । ପରବର୍ତ୍ତୀ ସମୟରେ ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ଏହି ଆସନରେ 2020ରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେପି ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ବିଜେଡି ନୂଆ ମୁହଁ ଭାବେ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲା । ସେତେବେଳେ ମାନସ ସିମ୍ପାଥି ଭୋଟ ପାଇ ବିଜୟୀ ହେବେ ବୋଲି ଆଲୋଚନା କରାଯାଉଥିଲା । ହେଲେ ବିଜେପି ପ୍ରାର୍ଥୀଙ୍କୁ 12 ହଜାରରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଥିଲେ ସ୍ୱରୂପ ଦାସ । ମାତ୍ର ଚଳିତ ନିର୍ବାଚନରେ ସ୍ୱରୂପଙ୍କ ହାତରୁ ସଦର ବିଧାନସଭା ସିଟ୍ ଚାଲିଯାଇଛି ।

ପରାଜୟର କାରଣ କହିଲେ ଦଳୀୟ ନେତା:

ସ୍ୱରୂପ ସମୁଦାୟ 60 ହଜାର 734 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦୀ ମାନସ ଦତ୍ତ 89 ହଜାର 360 ଖଣ୍ଡ ଭୋଟ ପାଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଭୋଟ ବ୍ୟବଧାନ 28 ହଜାର 626 ରହିଛି । ଉପନିର୍ବାଚନରେ ଯେଉଁ ପ୍ରାର୍ଥୀ 12 ହଜାରରୁ ଅଧିକ ଭୋଟରେ ବିଜୟ ମୁକୁଟ ପିନ୍ଧିଥିଲେ ଏ ନିର୍ବାଚନରେ କିନ୍ତୁ ଶୋଚନୀୟ ଭାବେ ପରାଜିତ ହେବାର କାରଣ ଗୃହଶତ୍ରୁ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ ।

ଏହା ମଧ୍ୟ ପଢନ୍ତୁ: ପରାଜିତ ନେତାଙ୍କ ସହ ନବୀନଙ୍କ ବୈଠକ, ଆଗାମୀ ରଣନୀତି ନେଇ ଆଲୋଚନା - Naveen Advice To Losing Candidates

ତାଙ୍କ କହିବା ଅନୁଯାୟୀ, ଉପନିର୍ବାଚନ ବେଳେ ସ୍ୱରୂପଙ୍କ ନାମ ଘୋଷଣା ପରେ ତତ୍କାଳୀନ ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ ଆଗରେ ତାଙ୍କର ପ୍ରାର୍ଥିତ୍ବକୁ ନେଇ ହଙ୍ଗାମା ଦେଖିବାକୁ ମିଳିଥିଲା । ପରେ ଦଳର ବରିଷ୍ଠ ନେତାମାନେ ମାମଲାରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିଥିଲେ । ହେଲେ ସେବେଠାରୁ ସ୍ୱରୂପଙ୍କ ବିପକ୍ଷରେ ବିଜେଡିର ବରିଷ୍ଠ ନେତାମାନେ ମେଳି ବାନ୍ଧି ଅନେକବାର ଆନ୍ଦୋଳନ ଏବଂ ଆକ୍ଷେପ କରି ଚାଲୁଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବିଜେଡିର ସେହି ଗୋଟିଏ ଗୋଷ୍ଠୀ ସ୍ୱରୂପଙ୍କ ବିରୋଧରେ ପ୍ରଚାର କରିବା ସହ ବିଜେପିକୁ ଭୋଟ ଦେବା ପାଇଁ ପ୍ରଚାର କରିଥିବା ଅଭିଯୋଗ ସେ ଅଭିଯୋଗ କରିଛନ୍ତି ।

ପରୋକ୍ଷରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କୁ ଟାର୍ଗେଟ କରିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏମିତି କିଛି ଅସୁବିଧାର ସମ୍ମୁଖୀନ ହେବା ଆଗରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଅସନ୍ତୋଷ ବିଜେଡି ନେତାମାନଙ୍କୁ ଅନେକ ପ୍ରକାର ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଅନ୍ତର୍ଘାତି କାର୍ଯ୍ୟ କରିଥିବା କଥା କହିଛନ୍ତି । ଜିଲ୍ଲାସ୍ତରୀୟ କିଛି ଦଳୀୟ ନେତାମାନଙ୍କ ଅହଙ୍କାର ଆଜି ବିଜୁ ଜନତା ଦଳକୁ ବିପର୍ଯ୍ୟୟ ଆଡକୁ ଟାଣି ନେଇଛି । ତେବେ ସଦର ବିଧାନସଭା ଆସନ ବିଜେଡି ହରାଇବାର ପ୍ରମୁଖ କାରଣ ବିଜେଡିର ନେତାମାନେ ବୋଲି ଅଭିଯୋଗ ହୋଇଥିବାବେଳେ ଆଗାମୀ ଦିନରେ ଏହାକୁ ଦଳର ବରିଷ୍ଠ ନେତା କେମିତି ସଜାଡ଼ିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.