ETV Bharat / politics

କାହା ଦଖଲକୁ ଯିବ ଖଡିଆଳ: ଆସନ ବଞ୍ଚାଇବ କଂଗ୍ରେସ ନା ବନବାସ ସାରି ଫେରିବ ବିଜେଡି - Odisha Assembly Election 2024

Odisha Assembly Election 2024: ରାଜ୍ୟରେ ବଢି ଚାଲିଛି ରାଜନୈତିକ ଉଷ୍ମତା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ପାଇଁ ଆଶାୟୀଙ୍କ ଲବି ସାଙ୍ଗକୁ ରୋମାଞ୍ଚକର ତ୍ରିକୋଣୀୟ ମୁକାବିଲାର ଇତିହାସ ରହିଆସିଛି । ସେହିପରି ଏଥର ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଋଣହୁଙ୍କାର ଭରିଛନ୍ତି । ଅଧିକ ପଢନ୍ତୁ

2024 ନିର୍ବାଚନରେ କାହାର ହେବ ଖଡ଼ିଆଳ? ତ୍ରିମୁଖୀ ଲଢେଇ ପାଇଁ ଆଶାୟୀ ପ୍ରସ୍ତୁତ

author img

By ETV Bharat Odisha Team

Published : Mar 9, 2024, 10:45 PM IST

2024 ନିର୍ବାଚନରେ କାହାର ହେବ ଖଡ଼ିଆଳ? ତ୍ରିମୁଖୀ ଲଢେଇ ପାଇଁ ଆଶାୟୀ ପ୍ରସ୍ତୁତ

ନୂଆପଡା: ସାଧାରଣ ନିର୍ବାଚନର ତାରିଖ ନ ଘୋଷଣା ନ ହେଉଣୁ ସରଗରମ ହୋଇଛି ରାଜନୀତି । ପଶ୍ଚିମ ଓଡିଶାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ପାଇଁ ଏବେଠୁ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ କଂଗ୍ରେସ ସବୁଠି ନେତାଙ୍କ ଚାଲିଛି ଟିକଟ ପାଇଁ ଲବି । ଏଥି ପାଇଁ କିଏ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ଗାଁ ଗାଁ ବୁଲି ଜନ ସମର୍ଥନ ଯୋଗାଡିବାରେ ଲାଗିଛନ୍ତି । ତେବେ ନିର୍ବାଚନୀ ରେକର୍ଡ ଦେଖିଲେ ଜଣାଯାଏ ଯେ ଏହି ନିର୍ବାଚନ ମଣ୍ଡଳୀରେ ସର୍ବଦା କଡା ତ୍ରିକୋଣୀୟ ମୁକାବିଲା ହୋଇଛି ।

ଶେଷଥର ପାଇଁ ବିଜେଡି ୨୦୦୪ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ଟିକେଟ ପାଇଁ ଲମ୍ବୋଦର ନିଆଲଙ୍କ ସହିତ ଲମ୍ବା ତାଲିକା ରହିଛି । ଗତ 2014 ଏବଂ 2019 ନିର୍ବାଚନରେ ପରାଜୟ ହୋଇଥିବା କାରଣରୁ ଲମ୍ବୋଦର ନିଆଲଙ୍କ ଟିକେଟ ଅନିଶ୍ଚିତତା ମଧ୍ୟରେ ଗତିକରୁଥିବା ଚର୍ଚ୍ଚା ଜୋର ଧରିଛି । ଟିକେଟ ପାଇଲେ ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ପ୍ରସଙ୍ଗ କରି ନିର୍ବାଚନ ବିଜୟୀ ଆଶା ରଖିଛନ୍ତି ଲମ୍ବୋଦର ।

କଣ କହୁଛନ୍ତି ଲମ୍ବୋଦର: ଦୁଇ ଦୁଇଥର ବିଜେଡିର ପ୍ରାର୍ଥୀ ହୋଇଥିବା ଲମ୍ବୋଦର ନିଆଲ କହିଛନ୍ତି, " ବିଜେଡି ଟିକେଟ ପାଇଁ ମୁଁ ଆବେଦନ କରିଛି ଏବଂ ଆଶା ରହିଛି ଯେ ମୋତେ ଦଳୀୟ ଟିକେଟ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଘରକୁ ଘର ବୁଲି ଜଣାଇବାର ପ୍ରୟାସ କରିଛି ।"

ବିଜେପି ଦଳୀୟ ଟିକେଟ ପାଇଁ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତିଙ୍କ ଟିକେଟ ଏକପ୍ରକାର ଫାଇନାଲ ବୋଲି ଚର୍ଚ୍ଚା ହେଉଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ଅସ୍ତ୍ର କରି ନିର୍ବାଚନକୁ ସେ ଓହ୍ଲାଇବେ ।

କଣ କହୁଛନ୍ତି ହିତେଶ:- ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସେପରି ଗରିବ ଲୋକଙ୍କୁ ମାଗଣା ଚାଉଳ ବଣ୍ଟନ, ପିଏମ ଆବାସ, ଶୋଚାଳୟ ନିର୍ମାଣ ଆଦି ଜରିଆରେ ଲୋକ ଉପକୃତ ହୋଇଛନ୍ତି । ଏଥର ଟିକେଟ ମୋତେ ମିଳିବ ବୋଲି ଆଶା ରଖିଛି । ରାଜ୍ୟରେ ଡବଲ ଇଞ୍ଜନ ସରକାର ହେବ ।"

ସେହିପରି ୨୦୧୯ରେ ବିଜୟୀ ହୋଇଥିବା ଅପରପକ୍ଷରେ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପାଇଁ କଂଗ୍ରେସ ଟିକଟ ଏକପ୍ରକାର ଫାଇନାଲ ଜଣାପଡୁଛି ।

କଣ କହୁଛନ୍ତି ଅଧିରାଜ:-ଏଠାକାର ବିଧାୟକ ଥିବା ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି ଯେ," ମୁଁ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୫ ବର୍ଷ ଧରି ଲୋକଙ୍କ ସେବା କରିଛି, ଲୋକଙ୍କ ସହ ରହିଛି । ଖଡ଼ିଆଳକୁ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରୟାସ କରିଛି । ସବୁଠି ସବୁକ୍ଷେତ୍ରରେ ବିକାଶ ହୋଇଛି । "

ଅନ୍ୟପକ୍ଷରେ ଅଞ୍ଚଳର ସ୍ବାଭିମାନ ବଞ୍ଚାଇବା ନେଇ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଏଥର ନିର୍ବାଚନ ମଇଦାନରେ ଦେଖାଦେବେ ଏବଂ ନିର୍ବାଚନ ବିଜୟୀ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।

କଣ କହୁଛନ୍ତି ଶ୍ରୀକାନ୍ତ: ସ୍ବାଧୀନ ଭାବେ ଲଢିବାକୁ ମନସ୍ଥ କରିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ଚାଟାର୍ଜୀ କହିଛନ୍ତି,"ଭୋଟ ଦେଲେ ସରକାର ଗଠନ ହୁଏ ଓ ଟିକସରେ ସରକାର ଚାଲେ । କିନ୍ତୁ ଏ ସବୁ ସତ୍ତ୍ବେ ଆମ ଅଞ୍ଚଳକୁ ପଛୁଆ କୁହାଯାଉଛି । ଏହା ପଛରେ ସରକାରୀ ଅଣ ଦେଖାରହିଛି । ଆମ ହକ ଓ ସ୍ବାଭିମାନ ପାଇଁ ଲଢିବାକୁ ହେବ । ଲୋକମତ ଆମ ସପକ୍ଷରେ ଯିବ ।"

ପୂର୍ବ ନିର୍ବାଚନ ଫଳାଫଳ:

୨୦୦୯ ନିର୍ବାଚନ ଫଳାଫଳ:- ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ୧୧୩୬୬ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀଙ୍କୁ ପରାସ୍ତ କରିଥିଲେ । ହିତେଶ ୫୩୨୩୮ ଖଣ୍ଡ ଭୋଟ ପାଇଥିବା ବେଳେ ଦୁର୍ଯ୍ୟୋଧନ ୪୧୮୭୨ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବୈଶାମପୈୟନ ମେହେର ୨୯୦୮୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

୨୦୧୪ ନିର୍ବାଚନ ଫଳାଫଳ:- ବିଜେପି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ୭୧୨୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଦୁର୍ଯ୍ୟୋଧନଙ୍କୁ ୫୭୫୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ଅଧିରାଜଙ୍କୁ ମିଳିଥିଲା ୫୦୪୦୭ ଖଣ୍ଡ ଭୋଟ । ସେହିପରି ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୪୭୬୫୫ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୯ ନିର୍ବାଚନ ଫଳାଫଳ:- କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ୨୮୫୭ ଭୋଟ ବ୍ୟବଧାନରେ ହରାଇଥିଲେ । ଅଧିରାଜଙ୍କୁ 59,308 ଖଣ୍ଡ ଭୋଟ ମିଳିଥିବା ବେଳେ ଲମ୍ବୋଦରଙ୍କୁ ୫୬୪୫୧ ଖଣ୍ଡ ଭୋଟ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ରିତାରାଣୀ ବଗର୍ତ୍ତୀଙ୍କୁ ୫୨୨୪୫ ଖଣ୍ଡ ଭୋଟ ମିଳିଥିଲା ।

ଖଡ଼ିଆଳ ବିଧାନସଭା ଅବସ୍ଥିତି:- ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ଏନଏସି, ଖଡ଼ିଆଳ ବ୍ଲକ, ବୋଡେନ ବ୍ଲକ ଓ ସିନାପଲ୍ଲୀ ବ୍ଲକକୁ ନେଇ ଗଠିତ । 1961ମସିହାରୁ ତତ୍କାଳୀନ ଖଡ଼ିଆଳ ରାଜା ଅନୁପ ସିଂ ଦେଓ 6 ଲଗାତାର ଥର ବିଧାୟକ ମନ୍ତ୍ରୀ ପଦରେ ରହିଥିଲେ । ଏହା ପରେ ଜନତାଦଳରୁ ଆଦିବାସୀ ନେତା ଦୁର୍ଯ୍ୟୋଧନ ମାଝୀ ଅନୁପସିଂଙ୍କୁ ହରାଇ 1990 ରୁ 1995 ଜନତା ଦଳରୁ ବିଜୟୀ ହୋଇଥିଲେ । 2000 ରୁ 2004 ବିଜେଡିରୁ ନିର୍ବାଚନ ହୋଇ ବିଭିନ୍ନ ମନ୍ତ୍ରୀ ପଦରେ ରହିଥିଲେ । 2009 ନିର୍ବାଚନରେ ଦୁର୍ଯ୍ୟୋଧନଙ୍କୁ ହରାଇ ବିଜେପି ନେତା ହିତେଶ କୁମାର ବଗର୍ତ୍ତୀ ଖଡ଼ିଆଳଙ୍କୁ ନିଜ ଦଖଲକୁ ନେଇଥିଲେ ।

ଏହାପରେ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ,କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ପରାଜୟ କରି ବିଜେପି ଦଳୀୟ ଟିକଟରେ ପୁଣି ଦୁର୍ଯ୍ୟୋଧନ ବିଜୟୀ ହୋଇଥିଲେ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ହରାଇଦେଇଥିଲେ । ଆସନ୍ତା 2024 ନିର୍ବାଚନରେ ଅଧିରାଜ କୁଆଡେ ଦଳ ଅଦଳବଦଳ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଚଳିତ ବର୍ଷ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ମହିଳା ଭୋଟର ୧୧୭୨୮୪ ପୁରୁଷ ଭୋଟର ୧୨୧୧୦୨ ଅନ୍ୟାନ୍ୟ ଭୋଟର ମାତ୍ର ୧୯ ଖଣ୍ଡ ରହିଛି । ତେବେ ଏଥର ଖଡିଆଳରେ କେଉଁ ଦଳ ବାଜି ମାରିବ ତାହା ସମୟ କହିବ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.