ETV Bharat / politics

କଣ୍ଟାବାଞ୍ଜି ବିଜେଡି ଗୋଷ୍ଠୀ କନ୍ଦଳ: ସଭା ମଝିରେ ନେତା ଓ କର୍ମୀଙ୍କ ଗଣ୍ଡଗୋଳ - BJD Inner conflict

author img

By ETV Bharat Odisha Team

Published : Apr 30, 2024, 1:53 PM IST

BJD Inner conflict: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଖୋଦ ସେହି ମଣ୍ଡଳୀରେ ପ୍ରାର୍ଥୀ ହେବା ପରେ ବି ଥମୁନି କନ୍ଦଳ । ସଭା ମଝିରେ ନେତା କର୍ମୀଙ୍କ ହଙ୍ଗାମା । ଅଧିକ ପଢନ୍ତୁ

BJD Inner conflict
BJD Inner conflict

BJD Inner conflict

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି କହିଲେ ଚଳେ । ନିଜେ ମୁଖ୍ୟମନ୍ତ୍ରୀ ସେଠାକାର ପ୍ରାର୍ଥୀ ହେଲା ପରେ ବି ଏହି କନ୍ଦଳରେ ବ୍ରେକ ଲାଗନି ବରଂ ଏହି ଜନତାଙ୍କ ସାମ୍ନାରେ ମୁହାଁମୁହିଁ ହେବାକୁ ପଛାଉନାହାନ୍ତି ନେତା ଓ କର୍ମୀ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ପ୍ରଥମେ ମାଳମାଳ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଶଙ୍ଖକୁ ବଡ କରସତ କରିବାକୁ ପଡିଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏହି ଆସନରୁ ଲଢୁଛନ୍ତି । ସେପଟେ ଦଳୀୟ କନ୍ଦଳରେ ଏବେବି ବ୍ରେକ ଲାଗୁନି । ସୋମବାର କଣ୍ଟାବାଞ୍ଜିଠାରେ ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଓ ଜନସଭା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଆୟୁବ ଖାନ, ତାଙ୍କ ପୁଅ ଫିରୋଜ ଖାନ, ୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ କୁମାର ଦାସ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀର ଲୋକସଭା ଆସନ: ନାମାଙ୍କନ ଭରିଲେ ବିଜେପି ଓ ଏସୟୁସିଆଇ ସାଂସଦ ପ୍ରାର୍ଥୀ - Balangir Lok Sabha Constituency

ସଭାକାର୍ଯ୍ୟ ଚାଲୁଥିବା ସମୟରେ କଣ୍ଟାବାଞ୍ଜି ଅଞ୍ଚଳର ଆଉ ଜଣେ ବିଜେଡିର ଟାଣୁଆ ଆଦିବାସୀ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ଗିରିରାଜ ସିଂହ ମାଝୀ, ବିଜେଡି ନେତା ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଓ ତାଙ୍କ ସମର୍ଥକମାନେ ହଙ୍ଗାମା କରିଥିଲେ। ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ହୋଇଥିଲା ।

ସୂଚନା ଅନୁଯାୟୀ, ବିଜେଡିର ଏହି କାର୍ଯ୍ୟକ୍ରମରେ ଗିରିରାଜ ସିଂହ ମାଝୀ ଓ କିଛି ମହିଳା ନେତ୍ରୀଙ୍କୁ ସ୍ଥାନ ଦିଆଯାଇ ନ ଥିଲା । ଯାହାକୁ ନେଇ ଏମାନେ ପ୍ରତିବାଦ କରିଥିଲେ । ଏପରିକି ମଞ୍ଚ ଉପରକୁ ଯାଇ ଉପସ୍ଥିତ ନେତାମାନଙ୍କ ସହ ଯୁକ୍ତି ତର୍କ କରିଥିଲା । ସେପଟେ ନିଜେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଆୟୁବ ଖାନ ତଥା ତାଙ୍କ ପୁଅ ଏମାନଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ଏମାନେ କାହାରିକୁ ଖାତିର କରି ନ ଥିଲେ ।

ଗିରିରାଜ ସିଂହ ମାଝୀ ଓ ଅନ୍ୟ ବିଜେଡି ନେତାଙ୍କୁ ଏଠାକାର କିଛି କଥିତ ନେତା ଅଣଦେଖା ତଥା ଅସମ୍ମାନ କରୁଥିବା ଅଭିଯୋଗ ଆଣିଥିଲେ । ସେପଟେ ଏହି ଘଟଣାକୁ ନେଇ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ଟୁକୁନୀ ସାହୁ ଏଯାଏଁ ମୁହଁ ଖୋଲି ନାହାନ୍ତି। ସେହିପରି ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗ ଧାଡିରେ ଆଠ ଜଣ ବିଜେଡି ନେତା ଏଥର ଟିକେଟ ଆଶାୟୀ ଥିଲେ । ଯାହା ପରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ହୋଇଥିଲେ । ହେଲେ ଏବେବି ଏଠିକାର ବିଜେଡିର ଅନ୍ତଃକନ୍ଦଳ ଯେମିତିକୁ ସେମିତି ଥିବାର ଏହି ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.