ETV Bharat / politics

ମହାରଥୀ ପରିବାରରେ ମହାଭାରତ ! ପିପିଲିରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ବିଧାୟକ ରୁଦ୍ର ପ୍ରତାପଙ୍କ ପତ୍ନୀ - Wife to fight against Husband

Odisha Assembly Election 2024: ପିପିଲି ନିର୍ବାଚନୀ ମୈଦାନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପତ୍ନୀ । ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 8, 2024, 1:04 PM IST

Updated : May 8, 2024, 1:26 PM IST

ରୁଦ୍ର ମହାରଥୀଙ୍କ ବିରୋଧରେ ନିର୍ବାଚନ ଲଢିବେ ପତ୍ନୀ ! ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦଖଲ
ରୁଦ୍ର ମହାରଥୀଙ୍କ ବିରୋଧରେ ନିର୍ବାଚନ ଲଢିବେ ପତ୍ନୀ ! ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦଖଲ (Etv Bharat)

ପୁରୀ: ପିପିଲିରେ ହେବ ସ୍ବାମୀ-ସ୍ତ୍ରୀ ଲଢେଇ ! ନିର୍ବାଚନ ଲଢିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା । ତା' ପୁଣି ସ୍ବାଧୀନ ଭାବେ । ସମାନ ଆସନରେ ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସେ ପୁରୀରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି (ମଙ୍ଗଳବାର) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ଜାଗୃତି ପଣ୍ଡା ନିଜର ନାମାଙ୍କନ ଭରିଛନ୍ତି । ତେବେ କାହିଁକି ସେ ନିଜ ସ୍ବାମୀଙ୍କ ବିପକ୍ଷରେ ନାମାଙ୍କନ ଭରିଲେ ସେନେଇ ଦ୍ବନ୍ଦ ସୃଷ୍ଟି ହୋଇଛି ।

ରୁଦ୍ର ମହାରଥୀଙ୍କ ବିରୋଧରେ ନିର୍ବାଚନ ଲଢିବେ ପତ୍ନୀ ! ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦଖଲ
ରୁଦ୍ର ମହାରଥୀଙ୍କ ବିରୋଧରେ ନିର୍ବାଚନ ଲଢିବେ ପତ୍ନୀ ! ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦଖଲ (ETV Bharat Odisha)

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ପିପିଲି ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ଏଥିପାଇଁ ସେ ଗତ ୩ ତାରିଖରେ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ଗତକାଲି ତାଙ୍କର ପତ୍ନୀ ଜାଗୃତି ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀପତ୍ର ଦଖଲ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାଗୃତି କାହିଁକି ସ୍ବାମୀ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଲେ, ସେନେଇ ପ୍ରଶ୍ନ ଉଠିଛି । ହେଲେ ଏ ସମ୍ପର୍କରେ ରୁଦ୍ର ମହାରଥୀ କିମ୍ବା ପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ଭରିଲେ ରୁଦ୍ର, ଉମା ଓ ଓମ୍ ପ୍ରକାଶ - PURI LOK SABHA Seat

ତେବେ ଜାଗୃତି ଡମି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା କୁହାଯାଉଛି । କାରଣ ନିର୍ବାଚନ ନାମାଙ୍କନରେ କୌଣସି ତ୍ରୁଟି ଥିଲେ ନେତାଙ୍କ ନାମାଙ୍କନ ନାକଚ ହେବାର ଭୟ ରହିଥାଏ । ଏଣୁ ନିଜ ପରିବାର ଲୋକ ଅବା ଚିହ୍ନା ଲୋକଙ୍କ ନାମାଙ୍କନ କରିଥାନ୍ତି ନେତା । ଅତୀତରେ ବିଭିନ୍ନ ସମସ୍ୟାକୁ ନେଇ ବଡ ବଡ ନେତାଙ୍କ ନାମାଙ୍କନ ନାକାଚ ହେବାର ନଜିର ରହିଛି ।

ବର୍ତ୍ତମାନ ପିପିଲି ବିଧାନସଭା ଆସନ ବିଜେଡି ଦଖଲରେ ରହିଛି । ରୁଦ୍ର ପ୍ରତାପ ମହାରାଥୀ ଏଠୁ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନରେ ପୁଣିଥରେ ରୁଦ୍ର ପିପିଲିରୁ ବିଜେଡି ଟିକଟରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଏଠି ପ୍ରାର୍ଥୀ କରିଛି । ତାଙ୍କର ଭାଇ ସମ୍ବିତ ପଟ୍ଟନାୟକ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ସେହିପରି କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : May 8, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.