ETV Bharat / politics

ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! - ODISHA EXIT POLLS RESULTS 2024

author img

By ETV Bharat Odisha Team

Published : Jun 1, 2024, 8:17 PM IST

Updated : Jun 1, 2024, 9:07 PM IST

Odisha lok sabha election 2024 exit polls: ଆସିଲା ବୁଥ ବାହୁଡା ମତ । ଏକାଧିକ ଜାତୀୟ ସଂସ୍ଥାର ଆକଳନ ବିଜେଡିକୁ ପଛରେ ପକାଇବ ବିଜେପି । ଅଧିକ ପଢନ୍ତୁ

ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି !
ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! (ETV Bharat Odisha)

ଭୁବନେଶ୍ବର: ସରିଲା ନିର୍ବାଚନ ଆସିଲା ବୁଥ ବାହୁଡା ମତ ବା ‘ଏକଜିଟ ପୋଲ’ 2024 । ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ‘ବୁଥ ବାହୁଡା ଜନମତ’ ସର୍ଭେରେ ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ଶାସକ ବିଜେଡିକୁ ଢେର ପଛରେ ପକାଇବ । ‘ଇଣ୍ଡିଆ ଟିଭି’ର ଆକଳନ ଅନୁସାରେ ରାଜ୍ୟରେ ବିଜେପି 15 ରୁ 17 ଆସନ ଜିତିପାରେ । ସେହିପରି ଶାସକ ବିଜେଡି ମାତ୍ର 4 ରୁ 6 ଆସନରେ ସୀମିତ ରହିବ । କଂଗ୍ରେସ ଗୋଟିଏ ମାତ୍ର ଆସନରେ ଖାତା ଖୋଲିପାରେ ।

ଓଡିଶା ଲୋକସଭା ଏକଜିଟ୍ ପୋଲ 2024
ଓଡିଶା ଲୋକସଭା ଏକଜିଟ୍ ପୋଲ 2024 (ETV Bharat Odisha)

ସେହିପରି ଅନ୍ୟ ଏକ ଜାତୀୟ ସଂସ୍ଥା ‘ଜନ କୀ ବାତ’ ଅନୁସାରେ, ବିଜେପି ମଧ୍ୟ ବିଜେଡିକୁ ପଛରେ ପକାଇ 15 ରୁ 18 ଆସନ ହାତେଇବ । ସେହିପରି ବିଜେଡି ମାତ୍ର 3 ରୁ 7 ଆସନରେ ରହିବ । ଗତଥର ଗୋଟିଏ ଆସନ ହାତେଇଥିବା କଂଗ୍ରେସ ଏଥର ରାଜ୍ୟରେ ଖାତା ଖୋଲିନପାରେ । ଜାତୀୟ ପୋଲ ଓ୍ବାଚ ବଡି ‘ଚାଣକ୍ୟ’ର ପୂର୍ବାକଳନ ଅନୁସାରେ ରାଜ୍ୟରେ 21 ଆସନ ମଧ୍ୟରୁ ବିଜେପି ସର୍ବାଧିକ 16 ଆସନ, ବିଜେଡି ମାତ୍ର 4 ଆସନ, କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରେ । ‘ଏନଡିଟିଭି’ର ପୂର୍ବାକଳନ ବିଜେପି 15, ବିଜେଡି ମାତ୍ର 3ରୁ 8 ଆସନ ଓ କଂଗ୍ରେସ ରାଜ୍ୟରେ ଖାତା ଖୋଲିନପାରେ । ଇଣ୍ଡିଆ ନ୍ୟୁଜ ଅନୁସାରେ, ବିଜେପି 13, ବିଜେଡି 8 ଓ କଂଗ୍ରେସ ଖାତା ଖୋଲିନପାରେ ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ - Lok Sabha Exit Poll Results

ତେବେ ଗତ ନିର୍ବାଚନରେ ବିଜେଡି ସର୍ବାଧିକ 12 ଆସନ ଜିତିଥିଲା । ବିଜେପି ବିଧାନସଭା ନିର୍ବାଚନରେ ଏତେ ଭଲ କରିପାରିନଥିଲେ ସୁଦ୍ଧା ଲୋକସଭା ଆସନରେ ଲୋକସଭା ନିର୍ବାଚନରେ କିନ୍ତୁ 12 ଆସନ ଜିତି ବିଜେଡିକୁ କଡା ଟକ୍କର ଦେଇଥିଲା । 2014ରେ ରାଜ୍ୟରେ ଖାତା ଖୋଲିପାରିନଥିବା କଂଗ୍ରେସ ମାତ୍ର 2019ରେ ଗୋଟିଏ ଆସନରେ ଜିତିଥିଲା । ହେଲେ ଏଥର ପ୍ରାୟ ସମସ୍ତ ଗଣମାଧ୍ୟମର ପୂର୍ବାକଳନ ଅନୁସାରେ, ବିଜେପି ଶାସକ ବିଜେଡିକୁ ପଛରେ ଛାଡି ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଯାଉଛି । ପ୍ରାୟ ସମସ୍ତ ସଂସ୍ଥା 21 ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟିକୁ 15ରୁ ଅଧିକ ଆସନ ଦେଉଛନ୍ତି । ବିଜେଡି ମାତ୍ର 5ରୁ 8 ଆସନ ମଧ୍ୟରେ ରହିବ । କଂଗ୍ରେସ ଏଥର ଗୋଟିଏ କିମ୍ବା ଆଦୌ ଖାତା ଖୋଲିନପାରେ ବୋଲି ଆକଳନ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.