ETV Bharat / politics

ନାମାଙ୍କନ ଭରିଲେ ବିଜେଡି ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା - Nomination By Ashok Panda

Nomination By Ashok Panda: ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଅଶୋକ ପଣ୍ଡା । ତାଙ୍କ ସହ କିଏ କିଏ ସାମିଲ ଥିଲେ ଜାଣନ୍ତୁ ।

BJD candidate nomination
BJD candidate nomination (Etv Bharat Odisha)
author img

By ETV Bharat Odisha Team

Published : May 3, 2024, 10:27 PM IST

BJD candidate nomination (Etv Bharat Odisha)

ଭୁବନେଶ୍ବର: ନାମାଙ୍କନ ଭରିଲେ ବିଜେଡି ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଅଶୋକ ପଣ୍ଡା । ଭୁବନେଶ୍ୱର ମେୟର ସୁଲୋଚନା ଦାସ , ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସିଥିଲେ ଅଶୋକ । ପ୍ରଥମେ ବିଜେଡି ଶିବିରର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଦେଇ ନାମାଙ୍କନ ପତ୍ର ଭରିଛନ୍ତି ଅଶୋକ ପଣ୍ଡା । ତେବେ ସେ ନାମାଙ୍କନ ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପଦଯାତ୍ରା କରିଥିଲେ । ଏକାମ୍ର ବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦକୁ ପାଥେୟ କରି ବଢେଇବାଙ୍କ ଓ ମାଉସୀମା ମନ୍ଦିର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାଜା, ପାରମ୍ପରିକ ନୃତ୍ୟ ଓ ଡିଜେର ତାଳେ ତାଳେ ନେତା କର୍ମୀ ଓ ସମର୍ଥକଙ୍କ ଗହଳିରେ ବିରାଟ ଶୋଭାଯାତ୍ରା ହୋଇଥିଲା । ଏହାସହ ଶୋଭାଯାତ୍ରାରେ ବିଜେଡିର ବହୁ କର୍ପୋରେଟରମାନେ ମଧ୍ୟ ସାମିଲ ହୋଇଥିଲେ । ଜୟଜଗନ୍ନାଥ, ଜୟ ନବୀନ, ଜୟ ବିଜେଡି, ନାରାରେ ମଧ୍ୟ ପ୍ରକମ୍ପିତ ହୋଇଥିଲା ଏକାମ୍ର କ୍ଷେତ୍ର। ତେବେ ନାମାଙ୍କନ ଭରିବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି । ଅଶୋକ ପଣ୍ଡା କହିଛନ୍ତି, "ଦୀର୍ଘ ୧୫ ବର୍ଷ ଧରି ଲୋକଙ୍କ ସହ ଯୋଡି ହୋଇ ରହିଛି । ଆଗକୁ ମଧ୍ୟ ଲୋକଙ୍କ ସହ ରହିବି ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବି । ନବୀନ ସରକାରଙ୍କ ସମୃଦ୍ଧ କାର୍ଯ୍ୟଧାରା, ଏକାମ୍ର କ୍ଷେତ୍ରର ବହୁମୁଖୀ ବିକାଶ ହିଁ ମତେ ଜିତାଇବ। ବିଶେଷ କରି ମୋ ପ୍ରତି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଭୋଟରଙ୍କ ସହଯୋଗ ଓ ଭଲପାଇବା ରହିଛି। କାରଣ ବିଜେଡି ସରକାରର ବିକାଶର ଧାରା ଏକାମ୍ରବାସୀଙ୍କ ପାଖରେ ରହିଛି ।"

ଏହା ବି ପଢନ୍ତୁ...ଝାରସୁଗୁଡ଼ା ପାଇଁ ନାମାଙ୍କନ ଭରିଲେ ଦୀପାଳି ଦାସ - Dipali Das Files Nomination

"ମୁଖ୍ୟମନ୍ତ୍ରୀ ନିଜେ ଏହି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ଆଉ ମନ୍ଦିରମାଳିନୀ ଐତିହ୍ୟର ବିକାଶ କରିଛନ୍ତି । ତେଣୁ ଲୋକମାନେ ସବୁବେଳେ ବିଜେଡି ସହ ଅଛନ୍ତି ଏହି ସରକାରର ବିକାଶର ସ୍ୱାଦ ଚାଖିଛନ୍ତି। ତେଣୁ ମୋର ଆଶା ବିଜେଡିକୁ ବହୁ ମାତ୍ରାରେ ଭୋଟ ଦେଇ ଏକାମ୍ରବାସୀ ଜିତାଇବେ" ବୋଲି କହିଛନ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା । ଏହାସହ ଆଇନୀଜୀବୀ ସଂଘ ସହ ଭେଟି ସେମାନଙ୍କର ସମର୍ଥନ ଲୋଡିଛନ୍ତି । ସଂଘ ପାଇଁ ଯେଉଁସବୁ ମୌଳିକ ସୁବିଧା ଯୋଗାଇଛନ୍ତି ସେହି ଆଧାରକୁ ନେଇ ସଂଘ ମଧ୍ୟ ତାଙ୍କୁ ସମର୍ଥନ କରିବ ବୋଲି ଆଶାବାଦୀ ଅଛନ୍ତି ଅଶୋକ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.