ETV Bharat / politics

ଛେଣ୍ଡିପଦା ଓ ପାଲଲହଡ଼ା ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ - Nomination By BJD Candidates

author img

By ETV Bharat Odisha Team

Published : May 3, 2024, 11:10 PM IST

Nomination By BJD Candidates: ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ସୁଶାନ୍ତ କୁମାର ବେହେରା ଓ ମୁକେଶ ପାଲ । ବହୁ ସଂଖ୍ୟାରେ ସମର୍ଥକମାନେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

Nomination By BJD Candidates
Nomination By BJD Candidates (Etv bharat Odisha)

ଅନୁଗୋଳ: ଦମ ଦେଖାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ । ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ସୁଶାନ୍ତ କୁମାର ବେହେରା ଓ ମୁକେଶ ପାଲ । ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିବା ଶକ୍ତି ପ୍ରଦର୍ଶନ କରିଛନ୍ତି ଏହି ଦୁଇ ପ୍ରାର୍ଥୀ । ନିଜର ହଜାର ହଜାର ସମର୍ଥକଙ୍କ ସହ ଆସି ସେମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ରିଟର୍ଣ୍ଣିଂ ଅଫିସର ତଥା ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଛେଣ୍ଡିପଦା ପ୍ରାର୍ଥୀ ସୁଶାନ୍ତ ବେହେରା ।

ସୂଚନା ଅନୁସାରେ, ସକାଳୁ ସେ ତାଙ୍କର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ଆସି ମା' ବୁଢ଼ୀ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିରାଟ ଶୋଭାଯାତ୍ରା କରି ଅନୁଗୋଳ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନାମାଙ୍କନ ପତ୍ର ଦାଖଲ ସମୟରେ ସୁଶାନ୍ତ ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। ପ୍ରାୟ ୧୫ହଜାରରୁ ଅଧିକ କର୍ମୀ ତାଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନାମାଙ୍କନ ପତ୍ର ଦାଖଲ ସମୟରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେହିପରି ପାଲଲହଡା ନିର୍ବାଚନ ମଣ୍ଡଳୀରେ ଦମ ଦେଖାଇଛି ବିଜେଡି । ବିଜେଡି ପ୍ରାର୍ଥୀ ମୁକେଶ ପାଲ ଏକ ବିରାଟ ପଟୁଆରରେ ପାଲଲହଡା ସହର ପରିକ୍ରମା କରିଥିଲେ। ସେହିପରି ଏହି ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ ଅଶୋକ ମହାନ୍ତି ମଧ୍ୟ ନାମାଙ୍କନ କରିଛନ୍ତି।

ଏହା ବି ପଢନ୍ତୁ...ସମ୍ବଲପୁରରେ ନାମାଙ୍କନ ପର୍ବ; କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ - File Nomination In Sambalpur

ଏହା ବି ପଢନ୍ତୁ...ଝାରସୁଗୁଡ଼ା ପାଇଁ ନାମାଙ୍କନ ଭରିଲେ ଦୀପାଳି ଦାସ - Dipali Das Files Nomination

ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସେଠାକାର ବିଧାୟକ ମୁକେଶ ପାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ବୀ ହୋଇଛନ୍ତି ବିଜେପିର ଅଶୋକ ମହାନ୍ତି । ମୁକେଶ ପାଲଲହଡାର ଶିବ ମନ୍ଦିରରେ ପୂଜାର୍ଚ୍ଚନା ପରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁକେଶ କହିଛନ୍ତି, "ଲୋକେ ଯେଉଁ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ଉପରେ ରଖିଛନ୍ତି ତାକୁ କାମରେ କରି ଦେଖାଇବି ।"
ସେହିପରି ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ମଧ୍ୟ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ପୂଜାର୍ଚ୍ଚନା ପରେ ନିଜ ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.