ETV Bharat / politics

ବିଶାଳ ରୋଡ୍ ଶୋ'ରେ ଆସି ନାମାଙ୍କନ ଭରିଲେ ଜୁଏଲ, କୁସୁମ ଟେଟେ - BJP Candidate Nomination - BJP CANDIDATE NOMINATION

BJP Candidate Nomination: ନାମାଙ୍କନ ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଓ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ଼ ଜିଲ୍ଲା ବିଜେପି ଆଜି ବିଶାଳ ରୋଡ୍ ଶୋ' କରିଥିବା ଦେଖିବାକୁ ମିଳିଥିଲା ।

BJP Candidate Nomination
BJP Candidate Nomination (ETV Bharat)
author img

By ETV Bharat Odisha Team

Published : May 2, 2024, 11:30 PM IST

BJP Candidate Nomination (ETV Bharat)

ରାଉରକେଲା / ସୁନ୍ଦରଗଡ଼ : ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ। ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟରେ ବିଜେପିର ହେଭିୱେଟ ନେତାମାନେ ବିଶାଳ ରୋଡ୍ ଶୋ'ରେ ଆସି ପହଞ୍ଚିଥିଲେ । ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ ଏବଂ ତଳସରା ବିଧାୟକ ଭବାନୀ ଭୋଇଙ୍କ ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ ଆଜି ନାମଙ୍କନ ପତ୍ର ଦାଖଲ କରିଛନ୍ତି। ସମସ୍ତ ନେତା ଏକାଠି ହୋଇ ଜୁଏଲଙ୍କ ସହ ଏକ ବିଶାଳ ରାଲି କରି ସୁନ୍ଦରଗଡ଼ ଜିଲ୍ଲା ବିଜେପିର ଅସ୍ଥିତ୍ବ ଜାହିର କରିଥିବା ଦେଖିବାକୁ ମିଳିଛି ।

ପ୍ରଥମେ ସୁନ୍ଦରଗଡ଼ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏହାପରେ ସୁନ୍ଦରଗଡ଼ ବିଧାୟିକା ପ୍ରାର୍ଥିନୀ କୁସୁମ ଟେଟେ ସୁନ୍ଦରଗଡ଼ ଏଡ଼ିଏମଙ୍କ ନିକଟରେ ନାମଙ୍କନ ଭରିଥିଲେ । ସେହିପରି ତଳସରା ବିଧାୟକ ପ୍ରାର୍ଥୀ ଭବାନୀଶଙ୍କର ଭୋଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଏବଂ ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ ରେଭେନ୍ୟୁ ଏଡିଏମଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ବରଗଡ଼ରେ ନାମାଙ୍କନ ଭରିଲେ ଆପ୍ ପ୍ରାର୍ଥୀ, ଝାଡୁ ଧରି ସଫେଇ ଶୋଭାଯାତ୍ରା କଲେ ସମର୍ଥକ - AAP Candidate Nomination

ଏହା ବି ପଢନ୍ତୁ...ବିରାଟ୍ ଶୋଭାଯାତ୍ରାରେ ଆସି ନାମାନଙ୍କ ଭରିଲେ ଦୁର୍ଗା - DURGA PRASAD PADHI FILES NOMINATION

ଆଜି ସୁନ୍ଦରଗଡ଼ ସହରରେ ବିଜେପି ପକ୍ଷରୁ ପାୱାର ଶୋ' ହୋଇଛି । ନାମାଙ୍କନ ପତ୍ର ଦାଖଲ ପରେ ଜୁଏଲ ଓରାମ କହିଛନ୍ତି, "ଏଥର ନିଶ୍ଚିତ ଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ନିଜର ସର୍ବ ଶ୍ରେଷ୍ଠ ପ୍ରଦର୍ଶନ କରିବ । ରାଜ୍ୟ ସରକାରଙ୍କ ଅବହେଳା କଥା ଲୋକଙ୍କ ନିକଟରେ ପହଞ୍ଚାଇବ । କେନ୍ଦ୍ରର ମୋଦି ସରକାରଙ୍କ ଜନାଭିମୁଖୀ ଯୋଜନା ଯୋଗୁ ଏଥର ରାଜ୍ୟରେ ମଧ୍ୟ ସରକାର କରିବ ଦଳ। ଏଥର ପ୍ରତିଯୋଗିତା କିନ୍ତୁ କଠିନ ହେବ କିନ୍ତୁ ଆଜି ଯେଉଁଭଳି ଜନ ସମର୍ଥନ ଦେଖିବାକୁ ମିଳିଥିଲା ଏବଂ ବିଜେପିକୁ ଲୋକଙ୍କ ଯେଉଁଭଳି ସମର୍ଥନ ରହିଛି ତାହା ଦେଖି ଲାଗୁଛି ଯେ, ଏଥର ବିଜେପି ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଏଥର ହେଉଛି ମୋର ଶେଷ ନିର୍ବାଚନ ଓ ଆସନ୍ତା ନିର୍ବାଚନରେ ମୁଁ ଆଉ ଲଢ଼ିବି ନାହିଁ, ଦଳରେ ରହିବି ଦଳ ପାଇଁ କାର୍ଯ୍ୟ କରିବି ଏବଂ ଦଳ ପାଇଁ ଲଢ଼ିବି ।"

ଇଟିଭି ଭାରତ, ରାଉରକେଲା / ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.