ETV Bharat / politics

ବିହାରରେ ନୀତିଶଙ୍କ ନବମ ପାଳି, ଶପଥ ସମାରୋହରେ ସାମିଲ ଚିରାଗ ଓ ଉପେନ୍ଦ୍ର କୁଶୱାହା

author img

By ETV Bharat Odisha Team

Published : Jan 28, 2024, 9:25 PM IST

Nitish Kumar Oath Ceremony: ବିହାରରେ ରାଜନୈତିକ ଗୋଟି ଚାଳନା ଫଳରେ ସତ୍ତାରେ ହୋଇସାରିଛି ପରିବର୍ତ୍ତନ । ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ଏପରି କି ନୀତିଶଙ୍କ ଧୁରୀଣ ବିରୋଧୀ ଚିରାଗ ପାସୱାନ ଓ ଉପେନ୍ଦ୍ର କୁଶୱାହା ଶପଥ ଗ୍ରହଣ ସମାରୋହରେ ସାମିଲ ମଧ୍ୟ ହେବେ । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ଇଣ୍ଡିଆ ମେଣ୍ଟକୁ ଲାଗିଲା ଶକ୍ତ ଝଟକା । ଓଲଟପାଲଟ ହୋଇଯାଇଛି ବିହାର ରାଜନୀତି ସମୀକରଣ । ଇଣ୍ଡିଆ ମେଣ୍ଟର କର୍ଣ୍ଣଧାର ତଥା ବିହାର ମଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେବାକୁ ଯାଉଛି ଏନଡିଏରେ ଘରୱାପସି । ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କ ସମେତ 8 ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପି ଓ ଜେଡିୟୁରୁ 3 ଜଣ ଲେଖାଏଁ ଶପଥ ଗ୍ରହଣ କରିଛନ୍ତି । ସେହିପରି ହାମରୁ ଏବଂ ସ୍ୱାଧୀନ ବିଧାୟକ ଭାବେ ଜଣେ ଭାବେ ଶପଥ ନେଇଛନ୍ତି । ସନ୍ଧ୍ୟା 5ଟାରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର । ଏହି ଶପଥ ସମାରୋହରେ ସାମିଲ ହୋଇଛନ୍ତି ସାଂସଦ ଚିରାଗ ପାସୱାନ ଓ ଉପେନ୍ଦ୍ର କୁଶୱାହା ।

ଏ ସମ୍ପର୍କରେ ସୂଚନା ରାଜଭବନର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପାଟନା ଯାଇଛନ୍ତି । ତେବେ ବିହାର ରାଜନୀତିରେ ବିଜେପି ସହିତ ରହିଥିବା ଲୋକଜନଶକ୍ତି ପାର୍ଟି(ରାମବିଳାସ) ଓ ରାଷ୍ଟ୍ରୀୟ ଲୋକ ଜନତା ଦଳ (ଆରଏଲଜେଡି) ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଉଭୟ ପାର୍ଟିର ମୁଖ୍ୟ ତଥା ସାଂସଦ ଚିରାଗ ପାସୱାନ ଓ ଉପେନ୍ଦ୍ର କୁଶୱାହା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା । ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଭୟଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲେ ଏବଂ ଉଭୟ ନୀତିଶଙ୍କ ଶପଥ ଗ୍ରହଣ ସମାରୋହକୁ ଯିବା ପାଇଁ ହଁ ଭରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ

ଏ ପ୍ରସଙ୍ଗରେ ଲୋକଜନଶକ୍ତି ପାର୍ଟି(ରାମବିଳାସ) ମୁଖ୍ୟ ଚିରାଗ ପାସୱାନ କହିଛନ୍ତି ଯେ "ଆଗାମୀ ଦିନରେ ସରକାରର କଣ ରୂପରେଖ ରହିବ, ଏଜେଣ୍ଡାରେ କେଉଁ କେଉଁ ବିଷୟକୁ ଯୋଡା ଯିବ, ଏହି ସମସ୍ତ ବିଷୟ ଉପରେ ଚର୍ଚ୍ଚା ହେବ । ନୀତିଶ କୁମାର ଇସ୍ତଫା ଦିଅନ୍ତୁ କି ପରେ ପୁଣି ଶପଥ ଗ୍ରହଣ କରନ୍ତୁ । ମୁଁ ଏନଡିଏର ସହଯୋଗୀ ଭାବେ ଶପଥ ଗ୍ରହଣରେ ସାମିଲ ହେବି । " ବିହାରରେ ଗତ ୩ ଦିନ ଧରି ଚାଲିଥିବା ହଟଚହଟ ମଧ୍ୟରେ ଆଜି ସକାଳେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇ ମହାଗଠବନ୍ଧନର ସରକାରକୁ ଭଙ୍ଗ କରିଥିଲେ । ଏହା ପରେ ଜେଡିୟୁ ନେତା ସଞ୍ଜୟ ଝା ବିଜେପି କାର୍ଯ୍ୟାଳୟ ଯାଇ ବିଧାୟକ ଦଳଙ୍କ ସମର୍ଥନ ପତ୍ର ଆଣିଥିଲେ । ଯାହା ପରେ ନୀତିଶ କୁମାର ରାଜ୍ୟପାଳଙ୍କ ନିକଟରେ ଏନଡିଏ ସହ ମେଣ୍ଟ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.