ETV Bharat / politics

୧୦ରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର; ଦିଲ୍ଲୀରୁ ବିଜେପି ବିଧାୟକଙ୍କୁ ଆସିଲା ଡକରା - BJP MLA meeting

author img

By ETV Bharat Odisha Team

Published : Jun 8, 2024, 1:54 PM IST

BJP MLA meeting: ଆସନ୍ତା 10 ତାରିଖ ସକାଳେ ବସିବ ବିଜେପିର ନବନିର୍ବାଚିତ ବିଧାୟକ ଦଳ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର । ଏପଟେ ଆଜି ଦିଲ୍ଲୀରୁ ବିଜେପି ବିଧାୟକଙ୍କୁ ଆସିଲା ଡକରା । ତୁରନ୍ତ ଦିଲ୍ଲୀ ପହଞ୍ଚିବା ପାଇଁ ହୋଇଛି ସମନ । ଅଧିକ ପଢନ୍ତୁ

୧୦ରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
୧୦ରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ଏବେ କେବଳ ମୁଖ୍ୟମନ୍ତ୍ରୀ ନାଁ ଘୋଷଣାକୁ ଅପେକ୍ଷା । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ ତାରିଖ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ । ନବନିର୍ବାଚିତ ବିଧାୟକଙ୍କ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳର ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଏହାପରେ ସେହି ଦିନ ସନ୍ଧ୍ୟାରେ ହିଁ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଏପଟେ ଆଜି ଦିଲ୍ଲୀରୁ ବିଜେପି ବିଧାୟକଙ୍କୁ ଆସିଲା ଡକରା । ତୁରନ୍ତ ଦିଲ୍ଲୀ ପହଞ୍ଚିବା ପାଇଁ ହୋଇଛି ସମନ ।

ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଛି । ହେଲେ ଏବେ ଯାଏଁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ, ବୈଜୟନ୍ତ ପଣ୍ଡା, ଗିରିଶ ମୁର୍ମୁ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ଆସନ୍ତା ୧୦ ତାରିଖ ଦିନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିବ । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବେ ଶୀର୍ଷ ନେତୃତ୍ବ ।

ଏହା ମଧ୍ୟ ପଢନ୍ତୁ: କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସିଲେକ୍ସନ ଫର୍ମୁଲା - new Chief Minister of Odisha

ସେପଟେ ଓଡ଼ିଶାର ବିଜେପିର ନବ ନିର୍ବାଚିତ ସାଂସଦମାନଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏଥିପାଇଁ ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀରେ ଅଛନ୍ତି । ଗତକାଲି ବିଜେପିର ସଂସଦୀୟ ଦଳର ବୈଠକ ବସିଥିଲା । ଏହି ବୈଠକ ପୂର୍ବରୁ ଓଡିଶାର ସାଂସଦଙ୍କ ସହ ଶୀର୍ଷ ନେତୃତ୍ୱ ଆଲୋଚନା କରିଥିଲେ । ଏଥିରେ ଓଡିଶାରେ ସରକାର ଗଠନ ନେଇ ସାଂସଦମାନଙ୍କ ଠାରୁ ମତାମତ ନେଇଥିଲେ ଶୀର୍ଷ ନେତୃତ୍ୱ । ସେପଟେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ତଳରେ ଓଡିଶାରୁ କେତେ ଜଣ ସ୍ଥାନ ପାଇବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ପୂର୍ବରୁ ରାଜ୍ୟର ୩ ଜଣ କେନ୍ଦ୍ରମନ୍ତ୍ରୀ ଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ୨୦ ସାଂସଦ ଥିବାରୁ ଓଡିଶାକୁ ଅଧିକ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.