ETV Bharat / politics

ମାଲକାନଗିରିରେ ପ୍ରଚାର ଆରମ୍ଭ କଲେ ପ୍ରଦୀପ ମାଝୀ, ବଡ଼ ବିଜୟ ନେଇ ବାଢ଼ିଲେ ଦମ୍ଭୋକ୍ତି - General Election 2024 - GENERAL ELECTION 2024

Pradeep Majhi started campaigning: ମାଲକାନଗିରିରେ ଜୋରଦାର ପ୍ରଚାର ଆରମ୍ଭ କଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ମାଲକାନଗିରି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ସହ ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ । ଅଧିକ ପଢ଼ନ୍ତୁ

Pradeep Majhi started campaigning
Pradeep Majhi started campaigning
author img

By ETV Bharat Odisha Team

Published : Apr 6, 2024, 9:34 PM IST

Pradeep Majhi started campaigning

ମାଲକାନଗିରି: ଜିଲ୍ଲାରେ ଗ୍ରୀଷ୍ମ ତାତି ଯେତେ ବଢୁଛି ରାଜନୈତିକ ଉଷ୍ମତା ମଧ୍ୟ ସମାନ ପରିମାଣରେ ବଢୁଛି । ଏବେ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁଲାଣି । ଏତେ ଗରମରେ ଲୋକେ ଘରୁ ପଦାକୁ ବାହାରିବାକୁ ପସନ୍ଦ କରୁନଥିବା ବେଳେ ଆଜି ବିଜେଡିର ବିରାଟ ରାଲି ଓ ପ୍ରଚାର ଶୋଭାଯାତ୍ରା ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ବାଧ୍ୟ କରିଥିଲା । ଆଜି ପ୍ରଥମ କରି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ମାଲକାନଗିରି ସୀମା ଭିତରେ ପ୍ରବେଶ କରିବା ପରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଗୋବିନ୍ଦପାଲ୍ଲୀ ଠାରୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଇବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ପ୍ରକାଶ ଥାଉ, ଗତଥର ରମେଶ ମାଝୀଙ୍କୁ ଦଳ ନବରଙ୍ଗପୁରରୁ ସାଂସଦ ପ୍ରାର୍ଥୀ କରି ଏକ ଚ୍ୟାଲେଞ୍ଜ କରିଥିଲା । ସେ ସଫଳ ମଧ୍ୟ ହୋଇଥିଲେ । ତେବେ ଏଥର ପ୍ରଦୀପ କଂଗ୍ରେସରୁ ଆସି ବିଜେଡିର ପ୍ରାର୍ଥୀ ହେବା ପରେ ଲୋକେ ତାଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଗତଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ସେତେଟା ଭଲ ପ୍ରଦର୍ଶନ ନଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ ରହିଥିଲା । ଆଜି ପ୍ରଥମ କରି ପ୍ରଦୀପ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ଗୋବିନ୍ଦପାଲ୍ଲୀଠାରୁ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ମାଥିଲି, ପାଙ୍ଗାମ, କୋତାମେଟା, ପାଣ୍ଡ୍ରିପାଣି ପରେ ମାଲକାନଗିରିରେ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଗ୍ ଫାଇଟ ପାଇଁ ତୟାର ନବରଙ୍ଗପୁର; ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର, ବିଜୟ ଆଶାରେ ସବୁ ଦଳ - LOK SABHA Election 2024

ଏହି କାର୍ଯ୍ୟକ୍ରମ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଥିଲେ, "ବିଜେଡି ସରକାରଙ୍କର ସମସ୍ତ ଯୋଜନା ଲୋକଙ୍କ ପାଖରେ ଆଗରୁ ପହଞ୍ଚିଥିଲେ ମଧ୍ୟ ଆମେ ଆମର କର୍ତ୍ତବ୍ୟ କରିବୁ । ଲୋକଙ୍କୁ ନବୀନ ସରକାର ଦେଉଥିବା ସମସ୍ତ ଯୋଜନାକୁ ମନେ ପକାଇବୁ । ଆଗାମୀ ଦିନରେ ମଧ୍ୟ ନବୀନ ସରକାର ଲୋକଙ୍କ ପାଇଁ ବହୁ ଯୋଜନା ରଖିଥିବା ଜଣାଇବୁ ।" ଏଥର ମଧ୍ୟ ବିଜେଡି ବିପୁଳ ପରିମାଣରେ ବିଜୟ ଲାଭ କରିବ ବୋଲି କହିଥିଲେ । ଅନ୍ୟପଟେ ମାଲକାନଗିରି ବିଧାନସଭା ଆସନକୁ ଅକ୍ତିଆର କରିବୁ ବୋଲି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ଦୃଢ଼ୋକ୍ତି ବାଢ଼ିଥିଲେ । ସେ କହିଥିଲେ, "ଲୋକଙ୍କର ନବୀନ ସରକାର ଏବଂ ପ୍ରଦୀପ ମାଝୀଙ୍କ ଉପରେ ଆସ୍ଥା ରହିଛି । ପ୍ରଦୀପ ମାଝୀ ଜିତିଲେ ହିଁ ଜିଲ୍ଲାର ଉନ୍ନତି ଏବଂ ବିକାଶ ଜୋରଦାର ହେବ ।" ତେବେ ଗରମକୁ ଖାତିର ନକରି ସମର୍ଥକମାନେ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ବିଜେଡି କର୍ମୀଙ୍କ ଉତ୍ସାହ ଗରମର ଝାଳକୁ ସୁଖାଇ ଦେଉଥିଲା । ଆଜି ରାତିରେ ମଧ୍ୟ ମାଲକାନଗିରିରେ ପ୍ରଦୀପ ମାଝୀ ରହିବାର କାର୍ଯ୍ୟକ୍ରମ ରହିଛି । ରାତିରେ ବିଜେଡି କର୍ମୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଆଗାମୀ ରଣନୀତି ପ୍ରସ୍ତୁତ ହେବ ବୋଲି ବିଜେଡି କହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.