ETV Bharat / politics

'ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପୁରୀର ଉନ୍ନତି ମୋର ଏକମାତ୍ର ଲକ୍ଷ୍ୟ' - Sambit Patra - SAMBIT PATRA

Sambit Patra: ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା । କହିଲେ ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପୁରୀର ଉନ୍ନତି ମୋର ଏକମାତ୍ର ଲକ୍ଷ୍ୟ । ଅଧିକ ପଢନ୍ତୁ

Sambit Patra
Sambit Patra
author img

By ETV Bharat Odisha Team

Published : Apr 4, 2024, 7:46 PM IST

'ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପୁରୀର ଉନ୍ନତି ମୋର ଏକମାତ୍ର ଲକ୍ଷ୍ୟ'

ପୁରୀ: ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ପୁରୀରୁ ନିର୍ବାଚନ ଲଢ଼ୁଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର । ସେପଟେ ତାଙ୍କ ବିପକ୍ଷରେ ବିଜେଡିରୁ ନିର୍ବାଚନ ଲଢ଼ୁଛନ୍ତି ଅରୁପ ପଟ୍ଟନାୟକ । ଯିଏକି ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ ପ୍ରଶଂସାର ପାତ୍ର ହୋଇଥିଲେ । ସମ୍ବିତ ହାରିଥିବା ପ୍ରାର୍ଥୀ ଭାବେ ନିଜ 5 ବର୍ଷର ରିପୋର୍ଟ କାର୍ଡ ନିକଟରେ ଲୋକଙ୍କ ସମ୍ମୁଖରେ ରଖିଥିବା ବେଳେ ସେ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ପୁରୀର ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ।

ଗତ 2019 ନିର୍ବାଚନରେ ସମ୍ବିତ ପାତ୍ର ପୁରୀ ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇ ବହୁତ କମ ଭୋଟ ବ୍ୟବଧାନରେ ବିଜେଡିର ପ୍ରାର୍ଥୀ ପିନାକି ମିଶ୍ରଙ୍କଠାରୁ ପରାସ୍ତ ହୋଇଥିଲେ । ଏଥର କିନ୍ତୁ ସମ୍ବିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ଲଢ଼ୁଛନ୍ତି । ସାଂସଦ ପ୍ରାର୍ଥୀ ସମ୍ବିତ ଚଳିତ ନିର୍ବାଚନ ଜିତିବା ପାଇଁ କଳ ବଳ କୌଶଳ ପ୍ରୟୋଗ କରିଦେଇଛନ୍ତି । 2019 ନିର୍ବାଚନରେ କମ ଭୋଟ ବ୍ୟବଧାନରେ ସମ୍ବିତ ହାରିଥିବାରୁ ଚଳିତ ନିର୍ବାଚନରେ ସେ ଜିତିବେ ବୋଲି ଆଶା ରଖିଛନ୍ତି । ତେବେ ବିଜେପି କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ସଭା ସମିତି କରିବା ସହ କର୍ମୀଙ୍କ ସହ ସେଲ୍ଫି ଉଠାଇ କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି ।

ଏହା ବି ପଢନ୍ତୁ- 'ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖୁଛି'

ସମ୍ବିତ ଆଗାମୀ ନିର୍ବାଚନ କିଭଳି, କେଉଁ ରଣନୀତି ନେଇ ଲଢ଼ିବେ ସେ ନେଇ ଇଟିଭି ଭାରତକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର କିଛି ଲୋକପ୍ରିୟତା ନାହିଁ । ଏହା ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ମୋଦିଜି ବିକାଶମୂଳକ କାର୍ଯ୍ୟ ପ୍ରତ୍ୟେକ ଲୋକଙ୍କ ହୃଦୟକୁ ଛୁଇଁଛି । ସେ ନୁହେଁ ନିଜେ ମୋଦିଜି ପୁରୀରେ ନିର୍ବାଚନ ଲଢ଼ୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ । ପୁରୀର ଉନ୍ନତି ପାଇଁ ମୋଦିଜି ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଣୁ ତାଙ୍କୁ ଜିତାଇଲେ ମୋଦିଜି ପୁରୀର ଆହୁରି ବିକାଶ କରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ରହିଛି ।

ତେବେ ଗତ 5 ବର୍ଷରେ କଣ ପୁରୀ ସହର ପାଇଁ କାର୍ଯ୍ୟ କରିଛନ୍ତି ତାହାର ରିପୋର୍ଟ୍ କାର୍ଡ ପୁରୀ ଜନତାଙ୍କୁ ଦେଇଛନ୍ତି । ଯଦି ଜଣେ ହାରିଥିବା ସାଂସଦ ପ୍ରାର୍ଥୀ ଏତେ ଉନ୍ନତିମୂଳକ କାର୍ଯ୍ୟ କରିପାରୁଛି ଯଦି ସେ ଜିତିବେ ତେବେ ପୁରୀର କେତେ ଉନ୍ନତି ହେବ ତାହା ଲୋକ ଜାଣିଛନ୍ତି । ସେ ଫାଇଟ୍ ଉପରେ ବିଶ୍ବାସ କରନ୍ତି ନାହିଁ । ସେ ରିପୋର୍ଟ୍ କାର୍ଡ ଉପରେ ବିଶ୍ବାସ କରନ୍ତି । ସେ କାମ ଉପରେ ବିଶ୍ବାସ କରନ୍ତି । ଏହାକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ସମ୍ବିତ । ତେବେ ତାଙ୍କର ପ୍ରତିପକ୍ଷ ପ୍ରାର୍ଥୀ ଅରୁପ ପଟ୍ଟନାୟକ ପୁରୀର ପୁଅ କହୁଥିବା ବେଳେ ଲୋକେ ତାଙ୍କୁ ସମର୍ଥନ କରିବେ ବୋଲି କହିଆସୁଥିବା ବେଳେ ଏହାକୁ ହସରେ ଉଡ଼ାଇ ଦେଇଛନ୍ତି ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି ସେ କାହା ବିରୋଧରେ ଟିପ୍ପଣୀ ଦେବେ ନାହିଁ । ସେ କାର୍ଯ୍ୟରେ ବିଶ୍ବାସ କରନ୍ତି, ସେ ଲୋକଙ୍କ ହୃଦୟରେ ଅଛନ୍ତି, ଲୋକଙ୍କ ସହିତ ଅଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.