ETV Bharat / politics

ଭର୍ତ୍ତୃହରିଙ୍କ ଇସ୍ତଫା ବିଜେଡି ଉପରେ ପ୍ରଭାବ ପକାଇବ ନାହିଁ: ଦେବାଶିଷ ସାମନ୍ତରାୟ - DEBASIS ON BHARTRUHARI

author img

By ETV Bharat Odisha Team

Published : Mar 23, 2024, 2:19 PM IST

Debasis On Bhartruhari Resignation: ବିଜେଡିରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି ଦଳ ଛାଡ଼ିବା ଯୋଗୁଁ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅଧିକ ପଢନ୍ତୁ,

Etv Bharat
Etv Bharat

Debasis Reacts On Bhartruhari Resign

କଟକ: ବିଜେଡି ଛାଡ଼ିଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ । ଏ ହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, 'ଭର୍ତ୍ତୃହରି ଦଳ ଛାଡ଼ିବା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ସେ ଯେଉଁ ଆଧାରରେ ଦଳ ଛାଡିଲେ ଏବଂ ଯେଉଁ ସବୁ ଟିପ୍ପଣୀ ରଖିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା । '

ଏହା ମଧ୍ୟ ପଢନ୍ତୁ-ଲୋକପ୍ରିୟତା ହରାଇଛନ୍ତି ଭର୍ତ୍ତୃହରି, 6ଥର ସାଂସଦ କରିଥିବା ଦଳକୁ ଛାଡିବା ଦୁଃଖର କଥା: ପ୍ରତାପ ଜେନା - BJD On Resignation Of Bhartruhari

ସେ ଆହୁରି ମଧ୍ୟ କହିଛନ୍ତି, ''ବାରବାଟୀ କଟକରେ ଦଳ ଆହୁରି ମଜଭୁତ ହେବ । ୨୦୧୯ ନିର୍ବାଚନରେ ସେ କମ ଭୋଟ ପାଇଥିଲେ । କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ମଧ୍ୟ କମ ଭୋଟ ପାଇଥିଲେ । ସେ ଦଳକୁ ପଛକୁ ଟାଣିଛନ୍ତି । ଜିଲ୍ଲାର କୌଣସି ନିର୍ବାଚନ ମଣ୍ଡଳୀରେ ବି ଏହାର ପ୍ରଭାବ ପଡିବ ନାହିଁ । ସେ ଯେଉଁ ଆଧାରରେ ଦଳ ଛାଡିଲେ ଏବଂ ଯେଉଁ ସବୁ ଟିପ୍ପଣୀ ରଖିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା । ତାଙ୍କଠାରୁ ତାହା ଆଶା କରାଯାଉ ନଥିଲା । ନବୀନ ବାବୁଙ୍କ ଆଶୀର୍ବାଦ ପାଇ ସେ ଛଅ ଛଅ ଥର ସାଂସଦ ହୋଇଛନ୍ତି । ଦଳ ଉପରେ ମତ ରଖିବା ପାଇଁ ତାଙ୍କୁ ସୁଯୋଗ ବି ଦିଆଯାଏ।ବିଭିନ୍ନ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟଛନ୍ତି। ''

ଏହା ମଧ୍ୟ ପଢନ୍ତୁ-ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି - Bhartruhari Mahtab Left BJD

କେବଳ ସେତିକି ନୁହେଁ, ସାଂସଦ ଭର୍ତ୍ତୃହରିଙ୍କୁ ନେଇ ଅନେକ କଡ଼ା ଟିପ୍ପଣୀ ଦେଇଛନ୍ତି ଦେବାଶିଷ । କୌଣସି ନିର୍ବାଚନରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳେ ନାହିଁ । ନାଁ ସିଏମସି ନିର୍ବାଚନରେ ନାଁ ପଞ୍ଚାୟତ ନିର୍ବାଚନ ସମୟ । ସେ ସମୟରେ ସେ କୁଆଡେ ଯାଆନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ । ତାଙ୍କ ଅନୁପସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରିଛି । ମାତ୍ର ସେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଦଳକୁ କେବଳ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ସେ ଏଥିରେ ସଫଳ ହେବେ ନାହିଁ । ''

ଶୁକ୍ରବାର ପ୍ରେସମିଟ କରି ବିଜେଡିରୁ ଇସ୍ତଫା ନେଇ ଘୋଷଣା କରିଥିଲେ ଭର୍ତ୍ତୃହରି । 'ଭଗ୍ନ ହୃହୟରେ ବିଜେଡି ଛାଡ଼ିଲି । ଦୀର୍ଘ ଅଢ଼େଇ ବର୍ଷ ଧରି କୌଣସି ମତ ମନ୍ତବ୍ୟ ଦେଉ ନଥିଲି ।' ବନ୍ଧନରେ ରହିବା ଭଳି ଅନୁଭବ କରି ଇସ୍ତଫା ଦେଇଥିବା ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.