ETV Bharat / politics

କେନ୍ଦ୍ରମନ୍ତ୍ରୀ ଥାଇ ଦେବଗଡ଼ ପାଇଁ ଧର୍ମେନ୍ଦ୍ର କରିଛନ୍ତି କଣ ? ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଣବ - Odisha Assembly Election 2024 - ODISHA ASSEMBLY ELECTION 2024

Odisha Assembly Election 2024: ଦେବଗଡ଼ ଜିଲ୍ଲାରେ ବିଜେଡି କର୍ମୀ ସମ୍ମିଳନୀରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

Odisha Assembly Election 2024
Odisha Assembly Election 2024 (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 10:48 PM IST

Odisha Assembly Election 2024 (ETV Bharat Odisha)

ଦେବଗଡ଼: ଆଜି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକରେ ଆୟୋଜିତ ହୋଇଯାଇଥିଲା ବିଜେଡି କର୍ମୀ ସମ୍ମିଳନୀ । ତେବେ ଏହି ବିଜେଡି କର୍ମୀ ସମ୍ମିଳନୀରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ମିଳିତ ହୋଇଥିଲେ । କର୍ମୀ ସମ୍ମିଳନୀରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଣବ । ଆଜି ନିର୍ବାଚନ ସମୟରେ ବିଜେପି ବିଜେଡି ସରକାରଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର ଓ ପ୍ରସାର କରୁଥିବା କହିଛନ୍ତି ପ୍ରଣବ ।

ଆଜି ନିର୍ବାଚନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁକ୍ରମେ ବିଭିନ୍ନ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକକୁ ବୁଲି ସଭା ମାନଙ୍କରେ ଯୋଗ ଦେଉଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏହି ସମୟରେ ସେ କର୍ମୀମାନଙ୍କୁ ଉପଦେଶ ଦେଇ ଉତ୍ସାହିତ କରିଛନ୍ତି । ଜନସାଧରଣଙ୍କୁ ଭେଟି ଆଶୀର୍ବାଦ ଲୋଡିବା ସହିତ ବିରୋଧୀଙ୍କୁ ଶାଣିତ ସ୍ୱରରେ ଆକ୍ରମଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ତିଳେଇବଣି ବ୍ଲକରେ ବିଜେଡି ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ପ୍ରଣବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ତା ସହ ପ୍ରଣବ କହିଛନ୍ତି "ଯେଉଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶତ ପ୍ରଶଂସା କରୁଥିଲେ, ଆଜି ନିର୍ବାଚନ ବେଳରେ ତାଙ୍କ ବିରୁଦ୍ଧରେ ମିଥ୍ୟ ପ୍ରଚାର ଓ ପ୍ରସାର କରୁଛନ୍ତି । ଏହା କେବଳ ନିର୍ବାଚନ ପାଇଁ । ଏଥିରେ କୌଣସି ସତ୍ୟତା ନାହିଁ ।" ଦେବଗଡ଼ ଜିଲ୍ଲାରେ ଦୀର୍ଘ ସମୟ ଧରି ବିଧାୟକ ରହିଥିବା ବିଜେପି ପ୍ରାର୍ଥୀ ଜିଲ୍ଲା ପାଇଁ କଣ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।

ଏହା ମଧ୍ୟ ପଢ଼ନ୍ତୁ.. ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଛନ୍ତି, ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ - NAVEEN TARGETS MODI

ସେହିଭଳି ରିଆମାଳରେ ସଭାକାର୍ଯ୍ୟ ଚାଲିଥିବା ସମୟରେ ମା’ ମାନେ ତଳେ ବସିଥବା ଦେଖି ପ୍ରଣବ ପ୍ରକାଶ ନିଜେ ମଞ୍ଚରୁ ଓହ୍ଲାଇ ଆସି ତଳେ ବସିବା ଘଟଣା ସମସ୍ତଙ୍କ ହୃଦୟ ଜିତି ନେଇଛି । ପୂର୍ବାହ୍ନରେ ତିଳେଇବଣି ବ୍ଲକ ଗଜୁରିବଣି ଠାରେ ଖଡିଆ ସମାଜ ପକ୍ଷରୁ ପ୍ରଣବଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଖଡିଆ ସମାଜର କର୍ମକର୍ତ୍ତାମାନେ ବିଜୁ ଜନତା ଦଳ ପ୍ରତି ସମର୍ଥନ ରହିଥିବା ଜଣାଇଥିଲେ । ପ୍ରଣବ ପ୍ରକାଶ ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ବାରକୋଟ ବ୍ଲକ ଗୁଣ୍ଡୁରୀପୋଷି ଠାରେ ଆୟୋଜିତ କର୍ମୀ ସମ୍ମିଳନୀ ଓ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । କର୍ମୀ ସମ୍ମିଳନୀରେ ସେ କହିଥିଲେ ଯେ ପ୍ରତିପକ୍ଷ କଥାରେ ବିଶ୍ୱାସ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ କାମରେ ବିଶ୍ୱାସ କରିଥାଏ । ବିଗତ ଦିନରେ ନିର୍ବାଚିତ ହୋଇଥିବା ବିରୋଧୀ ମାନେ ଏ ଅଞ୍ଚଳର ଉନ୍ନତି ପାଇଁ କିଛିବି କଲେନି । ସେହିପରି କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.