ETV Bharat / politics

ଡିଜିଟାଲ କନେକ୍ଟିଭିଟିକୁ ପ୍ରାଧାନ୍ୟ ଦେଇଛନ୍ତି ନରେନ୍ଦ୍ର ମୋଦି ସରକାର: ସୂର୍ଯ୍ୟବଂଶୀ ସୁରଜ - Digital Connectivity

author img

By ETV Bharat Odisha Team

Published : Mar 21, 2024, 9:07 PM IST

Digital Connectivity in India: ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଆଜି ଏକ ସାମ୍ମାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ସେ 10 ବର୍ଷରେ ଟେଲିକମ ସେକ୍ଟରରେ ମୋଦି ସରକାର ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ବିଷୟରେ କହିଛନ୍ତି । ଅଧିକ ପଢ଼ନ୍ତୁ,

ସାମ୍ମାଦିକ ସମ୍ମିଳନୀ
ସାମ୍ମାଦିକ ସମ୍ମିଳନୀ
ସାମ୍ମାଦିକ ସମ୍ମିଳନୀ

ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ । ଯାହା ପାଇଁ ବାଜି ସାରିଛି ବିଗୁଲ । ନିଜର ହାତ ମୁଠା ଟାଣ କରିବାରେ ଲାଗିଛନ୍ତି ରାଜନୈତିକ ଦଳ । ତେବେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଆଜି ଏକ ସାମ୍ମାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ସେ 10 ବର୍ଷରେ ଟେଲିକମ ସେକ୍ଟରରେ ମୋଦି ସରକାର ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ବିଷୟରେ କହିଛନ୍ତି । ମୋଦି ଦେଶରେ ଡିଜିଟାଲ କ୍ରାନ୍ତି ଆଣିଥିବା ସେ କହିଛନ୍ତି ।

ଏ ନେଇ ସେ କହିଛନ୍ତି, "ଭାରତରେ ଏବେ ସର୍ବନିମ୍ନ ମୂଲ୍ୟରେ ଇଣ୍ଟରନେଟ ଡାଟା ମିଳୁଛି । ଭାରତରେ 75 ହଜାର ଷ୍ଟାର୍ଟଅପ୍ କାର୍ଯ୍ୟକ୍ଷମ ହୋଇପାରିଛି । ଯୁବକମାନେ ଏବେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି । ନମୋ ଡ୍ରୋନ ଦିଦି ଯୋଜନାରେ ମହିଳାମାନେ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର କରିପାରୁଛନ୍ତି । ସି-ଭିଜିଲ ଆପ ମାଧ୍ୟମରେ ନିର୍ବାଚନ ପରିଚାଳନା ନେଇ ନିଜର ମତ ରଖିପାରିବେ ସାଧାରଣ ଭୋଟର । ଉପାନ୍ତ ତଥା ଆଦିବାସୀ ଗାଁରେ ମୋବାଇଲ ଟାୱାର ବସାଇଛନ୍ତି ମୋଦି ସରକାର । ଏ ଦିଗରେ ଆହୁରି ବିକାଶ ହୋଇପାରିଥାନ୍ତା, କିନ୍ତୁ ରାଜ୍ୟ ସରକାରଙ୍କ ରାଜନୈତିକ ପ୍ରତିବଦ୍ଧତା ଅଭାବରୁ ମନ୍ଥର ଗତିରେ ଚାଲିଛି । ନରେନ୍ଦ୍ର ମୋଦି ୨୦୧୪ରେ ଶାସନକୁ ଆସିବା ପରେ ଆଇଟି ତଥା ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଭାରତବର୍ଷରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୨୦୧୪ ମସିହାରେ ୭୫୬୨ଟି ମୋବାଇଲ ଟାୱାର ଓଡ଼ିଶାରେ ଥିବାବେଳେ ଏବେ ପାଖାପାଖି ୪ ଗୁଣ ଅଧିକ ଟାୱାର ଯଥା ୨୭ହଜାର ୫୧୩ ବସିଛି ।

ଏହା ମଧ୍ୟ ପଢ଼ନ୍ତୁ.... 'ମୁଁ ଜଣେ କନିଷ୍ଠ କାର୍ଯ୍ୟକର୍ତ୍ତା ମୋତେ ଗରିଷ୍ଠ ପ୍ରଶ୍ନ ପଚାରିଲେ କେମିତି ଉତ୍ତର ଦେବି' - BJD BJP Possible Alliance

ସେ ଆହୁରି ମଧ୍ୟ କହିଛନ୍ତି, "ଦେଶରେ ବ୍ରଡବ୍ୟାଣ୍ଡ ସଂଯୋଗ ମାତ୍ର ୬ ଲକ୍ଷରୁ କମ୍ ଥିବାବେଳେ ଆଜି ୨କୋଟି ୩୬ଲକ୍ଷ ଲୋକଙ୍କ ପାଖରେ ବ୍ରଡବ୍ୟାଣ୍ଡ ସଂଯୋଗ ପହଞ୍ଚି ପାରିଛି । ଓଡ଼ିଶାର ୫୧ହଜାର ୧୭୬ଟି ଗାଁରୁ ୪୬ହଜାର ୮୦୧ଟି ଗାଁକୁ ଇଣ୍ଟରନେଟ୍ଯୋ ସଂଯୋଗ କରାଯାଇଛି । ଗତ ୧୦ ବର୍ଷ ଭିତରେ ଓଡିଶାର ୩ ହଜାର ଆଦିବାସୀ ଗାଁରେ ଟାୱାର ସ୍ଥାପନା ହୋଇଛି । ୟୁପିଏ ଶାସନ କାଳ ୨୦୧୨ରେ ୪-ଜି ଲଞ୍ଚ ହେଲା, କିନ୍ତୁ ଓଡ଼ିଶାକୁ ପହଞ୍ଚିବାକୁ ୩ବର୍ଷ ଲାଗିଥିଲା । ଅନ୍ୟପଟେ ମୋଦି ସରକାର ଶାସନରେ ୨୦୨୨ରେ ୫-ଜି ଲଞ୍ଚ ହେଲା ଏବଂ ଓଡ଼ିଶାକୁ ମାତ୍ର ୩ମାସ ମଧ୍ୟରେ ପହଞ୍ଚିଗଲା । ଏଥିରୁ ମୋଦି ସରକାରଙ୍କ ଓଡିଶା ପ୍ରତି ଥିବା ସକରାତ୍ମକ ଆଭିମୁଖ୍ୟ ସ୍ପଷ୍ଟ ହେଇଛି । ଆଜି ଦେଶ ତଥା ଓଡିଶାର ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କ ଖୋଲିଛି । ‘ଡିଜିଟାଲ କ୍ରାନ୍ତି’ କାରଣରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏମଏସପି, ବାର୍ଧକ୍ୟ ଭତା, ବିଧବା ଭତା ସମେତ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ସିଧାସଳଖ ଆସୁଛି ଏବଂ ବାଟମାରଣା ସଂପୂର୍ଣ୍ଣ ଶେଷ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.