ETV Bharat / politics

ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ରେଜିଷ୍ଟ୍ର ହେଉଛି: ସୌମ୍ୟ ରଞ୍ଜନ ପଟ୍ଟନାୟକ - Alliance Between BJD And BJP

Alliance Between BJD And BJP: ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ଅଭିଜ୍ଞ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଅଧିକ ପଢ଼ନ୍ତୁ...

ବିଜେପି ବିଜେଡି ଲିଭଇନରେ ଥିଲେ ଏବେ ମ୍ୟାରେଜ ରେଜିଷ୍ଟ୍ର ହେଉଛି

author img

By ETV Bharat Odisha Team

Published : Mar 13, 2024, 10:55 PM IST

ବିଜେପି ବିଜେଡି ଲିଭଇନରେ ଥିଲେ ଏବେ ମ୍ୟାରେଜ ରେଜିଷ୍ଟ୍ର ହେଉଛି

ଭୁବନେଶ୍ବର: ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ଅଭିଜ୍ଞ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ମେଣ୍ଟକୁ ନେଇ ସେ କହିଛନ୍ତି ‘‘ଆଗରୁ ବିଜେପି ବିଜେଡି ଲିଭଇନରେ ଥିଲେ ଏବେ ମ୍ୟାରେଜ ରେଜିଷ୍ଟ୍ର ହେଉଛି । ଯାହା ରାଜ୍ୟର ବୃହତ ସ୍ବାର୍ଥକୁ ଏକ ଅସ୍ବାଭାବିକ ସ୍ଥିତିକୁ ନେଉଥିବା ବେଳେ ସେମାନଙ୍କ ସମ୍ପର୍କ କିନ୍ତୁ ସ୍ପଷ୍ଟ ହୋଇଛି ।’’

ଦୁଇ ଦଳର ମେଣ୍ଟକୁ ନେଇ ସେ କହିଛନ୍ତି ‘‘ଆଲୋଚନା ଚର୍ଚ୍ଚା ଚାଲିଛି ରାଜ୍ୟରେ ବିଜେପି ବିଜେଡିର ମେଣ୍ଟକୁ ନେଇ ହେଲେ ମେଣ୍ଟ ଆଗ ହୋଇସାଛି । ମେଣ୍ଟ ହୋଇଗଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହୋଇପାରିବ କାରଣ ଗଣତନ୍ତ୍ରଣରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଦରକାର । ବର୍ତ୍ତମାନ ବିରୋଧୀ ଦଳ କହିଲେ ବିଜେପିକୁ ବୁଝାଉଛି ଯେହେତୁ ବିଜେଡି ସରକାରରେ ଅଛି । ଏହି ଦଳ କେତେ ବିରୋଧ କରୁଛି ବର୍ତ୍ତମାନର ସ୍ଥିତିକୁ ଦେଖି ଅନୁଭବ କରାଯାଇ ହେବ। ଉଭୟ ଉଭୟଙ୍କ କଥାରେ କିଭଳି ହଁ ମାରୁଛନ୍ତି ଏବଂ ପରଦା ପଛରେ ଦୋସ୍ତି ଓ ପରଦା ବାହାରେ ସଲାକୁସ୍ତି ତାହା ଆଉ ହେବ ନାହିଁ । ଏଥିରୁ ଓଡ଼ିଶାବାସୀଙ୍କୁ ମୁକ୍ତି ମିଳିଯିବ । ଯଦିଓ ବିରୋଧୀ ଦଳ ଭାବେ କଂଗ୍ରେସ ସ୍ଥିତି ଭଲ ନାହିଁ ପରିସ୍ଥିତି ଉପୁଜିଲେ ନୂଆ ନୂଆ ଦଳ ମଧ୍ୟ ବାହାରିବେ ଆଉ ଗୋଟେ ସଶକ୍ତ ବିରୋଧୀ ଦଳ ରାଜ୍ୟ ପାଇବ ।’’

ଏହା ମଧ୍ୟ ପଢ଼ନ୍ତୁ... ହଟୁନି ମେଣ୍ଟ ସସପେନ୍ସ; କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ କହିଲେ ଆଶା ଲାକ୍ରା

ସେହିପରି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ‘‘ଏମାନେ ବା ସରକାରୀ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ଯଦି ଏକାଠି ହେବେ ତାହାଲେ ବିରୋଧ ରହିବ କେଉଁଠି । ତେବେ ମେଣ୍ଟ ହୋଇଗଲେ ସ୍ବାଭାବିକ ଭାବରେ ଯିଏ ବରୋଧୀ ଅଛି ସେ ପଦାକୁ ଆସିପାରିବ । ସବୁକଥାରେ ଏକମତ ଥିଲେ ସେମାନଙ୍କର ମେଣ୍ଟ ରହିଥିଲା ଏଥିରେ କିଛି ଭାବିବାର ନାହିଁ ।’’ ସେମାନେ ପୂର୍ବରୁ ଏକ ଥିଲେ କହି ଉଭୟ ଦଳକୁ କଟାକ୍ଷ କରିଛନ୍ତି ସୌମ୍ୟ ରଞ୍ଜନ। ଏହାସହ ରାଜ୍ୟର ବୃହତ୍ତର ଦୃଷ୍ଟିରୁ ମୁଁ ମେଣ୍ଟକୁ ସମର୍ଥନ କରୁନାହିଁ ବୋଲି ସେ କହିଛନ୍ତି । ବିଜେଡିର କଣ ଅଭାବ ଅଛିଯେ ସେ ବିଜେପିକୁ ଲୋଡୁଛି ସେହିପରି ବିଜେପି ଭାରତର ସର୍ବ ବୃହତ ଦଳ ସାରା ଭାରତରେ ଶାସନ କରୁଛି ସେ ଏମିତି କାହିଁକି ସବୁ ଦଳକୁ ଭାଙ୍ଗୁଛି ବୋଲି ସେ ପ୍ରତିକ୍ରୀୟା ରଖିଛନ୍ତି। ସେ ଆଗରୁ ମିଶିକି ଥିଲେ ଏବେ ବିଧିବଧ ମେଣ୍ଟ କରିବେ ବୋଲି କହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.