ETV Bharat / politics

ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା, ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ - Odisha Assembly Election

author img

By ETV Bharat Odisha Team

Published : Apr 9, 2024, 10:26 PM IST

MLA Candidates Start Campaigning in Boudh: ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳ ଓ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ସରିଛି । ଅଧିକ ପଢ଼ନ୍ତୁ,

ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା

ବୌଦ୍ଧ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇ ଉଠିଛି। ସେପଟେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳ ଓ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ସରିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଲଗାତାର ତିନିଥର ବିଜେଡି ନିଜର ଆଧିପତ୍ୟ ବଜାୟ ରଖିଥିବା ବେଳେ ଏବେ ଆଗାମୀ ନିର୍ବାଚନରେ କଣ ହେବ ସେକଥା ତ ସମୟ କହିବ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଥମେ ଭଗବାନ କହଁର ବିଧାୟକ ଓ ପରେ ଲଗାତାର ଦୁଇ ଥର ମହୀଧର ରଣା ବିଧାୟକ ରୂପେ କଣ୍ଟାମାଳରୁ ନିର୍ବାଚିତ ହୋଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ମହୀଧରଙ୍କ ଉପରେ ବିଜେଡି ଦଳ ଆସ୍ଥା ପ୍ରକଟ କରିଥିବା ବେଳେ ଏଥର କିନ୍ତୁ ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହିଛି । ମହୀଧରଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦି ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ଶିବିରରେ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଶେଷଦେବ ମେହେର ଓ ଆହୁରି ଅନେକ ତୁଙ୍ଗ ନେତାମାନଙ୍କୁ ଦେଖିବାକୁ ମିଳୁଛି ।ଏହାଛଡା କଣ୍ଟାମାଳ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମହୀଧରଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଉଛି । ସେପଟେ ଗତ ସୋମବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କେତେକ ଯୁବ ନେତା ଭୁବନେଶ୍ୱରରେ ବିଜେଡି ଦଳରେ ସାମିଲ ହୋଇ ମହୀଧରଙ୍କୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...‘ମୋ ପୁଅ ନିର୍ବାଚନ ହାରିବା ଜରୁରୀ’: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ପ୍ରତି କଠୋର ହେଲେ ଆଣ୍ଟୋନି - AK Antony Wishes Son To Loses Poll

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ଥର ବିଧାୟକ ଥିବା ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ଦଳୀୟ ଟିକେଟ ପାଇଥିବା ବେଳେ ତାଙ୍କ ପିତୃ ବିୟୋଗ ଯୋଗୁଁ ତାଙ୍କ ପ୍ରଚାର ଅଭିଯାନ ଶିଥିଳ ପଡ଼ିଛି । ଅନ୍ୟପଟରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ସରୋଜ କୁମାର ପ୍ରଧାନ ଓ କଂଗ୍ରେସ ପକ୍ଷରୁ ନବ କୁମାର ମିଶ୍ର ବିକାଶକୁ ମୁଦ୍ଦା କରି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଘରକୁ ଘର ବୁଲି ଭୋଟରମାନଙ୍କୁ ଉଭୟ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ଆଶିର୍ବାଦ ଲୋଡୁଛନ୍ତି । ସୋମବାର କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିବା ବେଳେ ବିଜେଡି କିମ୍ବା କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ଏଯାବତ ଦେଖିବାକୁ ମିଳିନାହିଁ । ସେପଟେ ଚଳିତ ସାଧାରଣ ନିର୍ବାଚନ ରୋଚକ ହେବା ସହିତ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସଚେତନ ଭୋଟର ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.