ETV Bharat / politics

ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ, ଏବେ ସବୁ ଦାୟିତ୍ବରୁ ପୁତୁରାଙ୍କୁ କାଢ଼ିଦେଲେ ମାୟାବତୀ - MAYAWATI REMOVES NEPHEW AKASH ANAND

author img

By ETV Bharat Odisha Team

Published : May 8, 2024, 8:15 AM IST

Updated : May 8, 2024, 9:38 AM IST

Mayawati removes nephew Akash Anand from party charge: ଦାୟିତ୍ବ ନେବା ପାଇଁ ପରିପକ୍ବ ହୋଇନାହାନ୍ତି ପୁତୁରା । ନିର୍ବାଚନ ପୂର୍ବରୁ ଦଳର ରାଷ୍ଟ୍ରୀୟ ସଂଯୋଜକ ସହ ରାଜନୈତିକ ଉତ୍ତରାଧିକାରୀ ପଦରୁ ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ । ଅଧିକ ପଢନ୍ତୁ

ଦଳର ଜାତୀୟ ସଂଯୋଜକ ସହ ଉତ୍ତରାଧିକାରୀ ପଦରୁ ପୁତୁରାଙ୍କୁ ହଟାଇଲେ ମାୟାବତୀ
ଦଳର ଜାତୀୟ ସଂଯୋଜକ ସହ ଉତ୍ତରାଧିକାରୀ ପଦରୁ ପୁତୁରାଙ୍କୁ ହଟାଇଲେ ମାୟାବତୀ (ଫଟୋ ଇଟିଭି ଭାରତ, ଓଡିଶା)

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ‘ବହୁଜନ ସମାଜବାଦୀ ପାର୍ଟି’ (ବିଏସପି) ସୁପ୍ରିମୋ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ସହ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ହଟାଇଛନ୍ତି । ମାୟାବତୀ ଆକାଶଙ୍କୁ ଦଳୀୟ ଦାୟିତ୍ବରୁ ଅପସାରଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନିଜେ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପାଇଁ ସେ ଆନନ୍ଦଙ୍କ ପରିପକ୍ବତାକୁ କାରଣ ଭାବେ ଦର୍ଶାଇଛନ୍ତି । ଦଳର ବୃହତ୍ତର ସ୍ବାର୍ଥ କାରଣରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାୟା କହିଛନ୍ତି ।

ନିଷ୍ପତ୍ତି ସମ୍ପର୍କରେ ମାୟା ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି, ‘ବହୁଜନ ସମାଜବାଦୀ ପାର୍ଟି’ ଏକ ରାଜନୈତିକ ଦଳ ବ୍ୟତୀତ, ସମ୍ବିଧାନପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଆତ୍ମସମ୍ମାନ ଓ ଆତ୍ମସ୍ବାଭିମାନ ବିଚାର ସହ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନ ମଧ୍ୟ । ଏଥିପାଇଁ କାଂଶୀରାମଜୀ ଏବଂ ମୁଁ ଆମର ସମଗ୍ର ଜୀବନ ଉତ୍ସର୍ଗ କରିଛୁ । ଏହି ଆନ୍ଦୋଳନକୁ ଗତି ଦେବା ପାଇଁ ପରବର୍ତ୍ତୀ ପିଢିକୁ ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ଅନ୍ୟ ନେତାଙ୍କୁ ମଧ୍ୟ ନେତୃତ୍ବ ଦେବା ପାଇଁ ଦଳରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଘୋଷଣା କରାଯାଇଥିଲା । ମାତ୍ର ଦଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆକାଶ ପରିପକ୍ବ ହେବା ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ବରୁ ପୃଥକ କରାଯାଉଛି । ମାତ୍ର ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବପରି ବହୁଜନ ସମାଜବାଦୀ ପାର୍ଟିର ସାଙ୍ଗଠନିକ ଦାୟିତ୍ବ ବଜାୟ ରଖିବେ ।’’

ଆକାଶ ଆନନ୍ଦ କିଏ ?

ଗତବର୍ଷ (2023) ଡିସେମ୍ବର 10 ତାରିଖରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଥିବା ପୁତୁରା ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ମାୟା । ରାଜନୀତିରେ ବଂଶବାଦକୁ ନିଜ ପାର୍ଟି ବିଚାରଧାରାରେ ତୀବ୍ର ବିରୋଧ କରୁଥିବା ମାୟାବତୀଙ୍କର ଏପରି ନିଷ୍ପତ୍ତିକୁ ବିରୋଧୀ ସେତେବେଳେ ନାପସନ୍ଦ କରିଥିଲେ । ଜାତିବାଦ ରାଜନୀତିରେ ଦଳିତଙ୍କ ଅଧିକାରକୁ ପ୍ରାଧାନ୍ୟ ଓ ବଂଶବାଦ ରାଜନୀତିକୁ ବିରୋଧ କରୁଥିବା ମାୟାବତୀ ପୁତୁରାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ହରିୟାଣାରେ ସଙ୍କଟରେ ବିଜେପି ସରକାର ! ୩ ସ୍ବାଧୀନ ବିଧାୟକ ଫେରାଇ ନେଲେ ସମର୍ଥନ - HARYANA BJP GOVT LOST MAJORITY

ଜାତୀୟ ରାଜନୀତିରେ ଅଖଣ୍ଡ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶ ପରି ବିଶାଳ ରାଜ୍ୟର 4ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ମାୟାବତୀ 2019ରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲେ । ଏହା ସହ ପୁତୁରା ଆକାଶ ଆନନ୍ଦଙ୍କୁ ମଧ୍ୟ ଦଳର ଜାତୀୟ ସଂଯୋଜକ ମଧ୍ୟ କରିଥିଲେ । ସେତେବେଳେ ମଧ୍ୟ ଏହାକୁ ବିରୋଧୀ ସମାଲୋଚନା କରିଥିଲେ । 24 ନିର୍ବାଚନରେ ଦଳ ଆକାଶ ଆନନ୍ଦଙ୍କୁ ଗୁରୁ ଦାୟିତ୍ବ ଦେବ ବୋଲି ଆଶା କରାଯାଉଥିବା ବେଳେ ସୁପ୍ରିମୋ ମାୟାବତୀ ତାଙ୍କୁ ନିର୍ବାଚନ ସମୟରେ ଦାୟିତ୍ବରୁ ଅପସାରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2024, 9:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.