ETV Bharat / politics

ବ୍ରଜରାଜନଗରରେ ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ରେସ୍

author img

By ETV Bharat Odisha Team

Published : Mar 3, 2024, 10:33 PM IST

BJP Ticket Contenders: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଛି ରାଜନୀତିର ଅଙ୍କ କଷାକଷି । ବିଜେପି ଟିକେଟ ପାଇବା ପାଇଁ ଆଶାୟୀଙ୍କ ମଧ୍ୟରେ ଟଣା ଓଟରା । ଅଧିକ ପଢନ୍ତୁ

ବ୍ରଜରାଜନଗରରେ ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ରେସ୍
ବ୍ରଜରାଜନଗରରେ ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ରେସ୍
ବ୍ରଜରାଜନଗରରେ ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ରେସ୍

ଝାରସୁଗୁଡା: ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ବିଭିନ୍ନ ଦଳରୁ ଆଶାୟୀ ମନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଛି ରାଜନୀତିର ଅଙ୍କ କଷାକଷି । ବର୍ତ୍ତମାନ ଏହି ଆସନ ବିଜେଡି କବଜାରେ ଥିବା ବେଳେ ଅନ୍ୟ ପ୍ରମୁଖ ଦଳ ଏହାକୁ ହାସଲ କରିବାକୁ କସରତ ଆରମ୍ଭ କରିଦେଇଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପୂର୍ବରୁ CPIର ଗଡ଼ କୁହାଯାଉଥିଲା, ପରେ ପରେ କଂଗ୍ରେସ ହାତକୁ ଯାଇଥିଲା ଏହି ନିର୍ବାଚନ ମଣ୍ଡଳୀ । ୨୦୧୪ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ଏହି ସିଟକୁ ଅକ୍ତିଆର କରିଥିଲା । ଗତ ୨୦୧୯ରେ ବିଜେଡ଼ିରୁ ସ୍ଵର୍ଗତ କିଶୋର ମହାନ୍ତି ଟିକେଟ ପାଇ ବିଜୟୀ ହୋଇଥିଲେ ।

ଦୁଇ ଦଶନ୍ଧି ହେଲା ବ୍ରଜରାଜନଗରର ବିଧାନସଭା କ୍ଷେତ୍ରରେ ବିଜେପି ନିଜର ସାଂଗଠନିକ ସ୍ଥିତିକୁ ମଜଭୁତ କରି ଆସିଛି । ପ୍ରଥମ ଥର ଲାଗି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେପି ହାତରୁ ଏହି ଆସନକୁ ବିଜେଡ଼ି ଛଡ଼ାଇ ନେଇଥିଲା । ୨୦୨୨ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅମାନତ ହରାଇ ତୃତୀୟ ସ୍ଥାନକୁ ଖସିଥିଲେ । ଏବେ ପଦ୍ମ ଶିବିର ପୁଣି ଥରେ ବଳ ସାଉଣ୍ଟିବାର ପ୍ରୟାସ ଚଳାଇଛି । ନୂଆ ମୁହଁ ଏବଂ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ଆଧାରରେ ବିଜୟ ସମ୍ଭାବନାକୁ ଗୁରୁତ୍ଵ ଦେଇ ନିର୍ବାଚନର ସମ୍ମୁ ଖୀନ ହେବାକୁ ପ୍ରସ୍ତୁତି ଚଳାଇଛି ।

ଏହା ମଧ୍ୟ ପଢନ୍ତୁ... ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ, ମାର୍ଚ୍ଚ 5ରେ ମୋଦିଙ୍କ ଗସ୍ତ ସଂଯୋଗ ନା ଯୋଜନାବଦ୍ଧ ରଣନୀତି ?

ସୂଚନାଯୋଗ୍ୟ ଯେ ୨୦୨୨ ଉପନିର୍ବାଚନରେ ବିଜେଡିର ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ନେତା କିଶୋର ପଟେଲ ବିଜେଡିଠାରୁ ବଡ଼ ବ୍ୟବଧାନରେ ପରାଜିତ ହେଲେ ମଧ୍ୟ ବିଜେପିକୁ ପଛରେ ପକାଇ ଦ୍ଵିତୀୟ ଅକ୍ତିଆର କରିଥିଲେ । ହେଲେ ପରିସ୍ଥିତି ବଦଳିବା ସହ ରାଜନୈତିକ ସମୀକରଣ ଓ ଲୋକଙ୍କ ମୁଡ୍ ବି ବଦଳୁଛି । ଏଭଳି ସ୍ଥିତିରେ ବିଜେଡି ୨୦୧୯ ଅବା ୨୦୨୨ ଉପନିର୍ବାଚନ ପ୍ରଦର୍ଶନ ଦୋହରାଇବ ଏଭଳି ଆକଳନ କରିବା ହେବ ଭୁଲ ପ୍ରମାଣିତ ହୋଇପାରେ ।

ବିଜେପି ଆଶାୟୀମାନେ ଗାଁ ଗଣ୍ଡାରେ ବୁଲି ସମର୍ଥନ ଜୁଟାଇବାର ଲାଗିପଡିଛନ୍ତି । ବର୍ତ୍ତମାନ ବିଜେପିରେ ବହୁ ଯୁବ ନେତା ପ୍ରାର୍ଥୀ ହେବା ଲାଗି ନିଜର ଲବି ଚଳାଇଥିବା ଦେଖାଯାଉଛି । ଦଳ ଭିତରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ରହିଥିବା ଏହି ଆଶାୟୀ ମାନେ ଛକାପଞ୍ଛାରେ ମାତିଛନ୍ତି । ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତଥା ଶିକ୍ଷକ ନେତା କିଶୋର କୁମାର ମହାନ୍ତି, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଯୁବନେତା ରାଧେଶ୍ୟାମ ପ୍ରଧାନ, ସୁଜିତ ସିଂ, ବିଶ୍ବଜିତ ଷଡଙ୍ଗୀ, ପୀତାମ୍ବର ମିଶ୍ର ପ୍ରମୁଖ ଦଳୀୟ ଟିକଟ ଲାଗି ମୁଖ୍ୟ ଦାବିଦାର ଭାବେ ଚର୍ଚ୍ଚାରେ ରହିଛନ୍ତି । ବ୍ରଜରାଜନଗର ଭଳି ଆସନକୁ ହାତେଇବା ଲାଗି ଦଳୀୟ ରଣନୀତି ଆଗକୁ କିଭଳି ରହିବ ଓ ଦଳ କିଭଳି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଉଛି ତାହାରି ଉପରେ ବିଜେପିର ପ୍ରଦର୍ଶନ ନିର୍ଭର କରିବ ।

ଇଟିଭି ଭାରତ, ଝାରସୁଗୁଡା

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.